ସ୍ବାଧୀନତାର ଅର୍ଥ ବୁଝି ବିକାଶରେ ସାମିଲ ହେଲେଣି ମାଲକାନଗିରିବାସୀ

ମାଲକାନଗିରି,୨୬ା୧: ମାଲକାନଗିରି ଡିଏନ୍‌କେ ଖେଳ ପଡ଼ିଆରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପୋଲିସ ବାହିନୀ ପକ୍ଷରୁ ଅଭିବାଦନ ଗ୍ରହଣ କରିଥିଲେ। ଏହି ଉପଲକ୍ଷେ ମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, ୭୨ ବର୍ଷରେ ରାଜ୍ୟରେ ବହୁ ଉନ୍ନତି ଘଟିଛି। ବିଗତ ୨୫ ବର୍ଷରେ ମାଲକାନଗିରି ଜିଲାବାସୀ ସ୍ବାଧୀନତାର ଅର୍ଥ ବୁଝିବା ସହ ବିକାଶରେ ସାମିଲ୍‌ ହୋଇଛନ୍ତି। ଆର୍ଥିକ ବିକାଶ ସହ କୃଷି, ଶିକ୍ଷା, ଜଳସେଚନ, ସ୍ବାସ୍ଥ୍ୟ, ଗମନାଗମନ ଏବଂ ନିଯୁକ୍ତି କ୍ଷେତ୍ରରେ ଜିଲା ବେଶ୍‌ ଉନ୍ନତି କରିଛି। ଜିଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ସରକାର ପ୍ରଚେଷ୍ଟା ଜାରି ରଖିଥିବା ସେ କହିବା ସହ ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ କରିଥିଲେ। ଏହି ଅବସରରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା। ମନ୍ତ୍ରୀ ମାଲକାନଗିରିସ୍ଥିତ ଶିଶୁ ଗୃହକୁ ଯାଇ ଅନାଥ ଶିଶୁଙ୍କ ସହ ଆଲୋଚନା କରିବା ସହିତ ସମସ୍ୟା ବୁଝିଥିଲେ। କାର୍ଯ୍ୟକ୍ରମରେ ଜିଲାପାଳ ୱାଇ. ବିଜୟ, ଏସ୍‌ପି ହ୍ରିଷିକେଶ ଡି ଖିଲାରି, ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନ, ଉପଜିଲାପାଳ ରାମେଶ୍ୱର ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଡିଆଇପିଆର୍‌ଓ ଦିଲୀପ କୁମାର ସାମନ୍ତରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସମୀର ଦାଶଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୬।୫: ଟିକେଟ୍‌ କାଟିବା ପରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri