Posted inଜାତୀୟ

‘କୃଷିକୁ ଧ୍ୱଂସ କରିବ କେନ୍ଦ୍ରର ଆଇନ’

ନୂଆଦିଲ୍ଲୀ,୨୦ା୧ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଦେଶରେ କୃଷି କ୍ଷେତ୍ରକୁ ଧ୍ୱଂସ କରିବା ପାଇଁ ଉଦ୍ଦିଷ୍ଟ। ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର କରାଗଲେ ହିଁ କୃଷକମାନଙ୍କ ସମସ୍ୟାର ସମାଧାନ ହେବ ବୋଲି ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ଏହି ପ୍ରସଙ୍ଗରେ ରାହୁଲ ଓ ଭାଜପା ମୁହଁ। ମୁହିଁ ହୋଇଛନ୍ତି।
୩ କୃଷି ଆଇନ ପରିପ୍ରେକ୍ଷୀରେ ଚାଷୀଙ୍କ ଦୁର୍ଦ୍ଦଶା ସମ୍ପର୍କିତ ଏକ ବୁକ୍‌ଲେଟ୍‌ କଂଗ୍ରେସ ପକ୍ଷରୁ ଖବରଦାତା ସମ୍ମିଳନୀରେ ଉନ୍ମୋଚିତ ହୋଇଛି। ଏହାକୁ ଉନ୍ମୋଚନ କରି ରାହୁଲ କହିଛନ୍ତି, କୃଷି ଆଇନ ଯୋଗୁ ସମଗ୍ର କୃଷି କ୍ଷେତ୍ର ୩ରୁ ୪ ପୁଞ୍ଜିପତିଙ୍କ ହାତକୁ ଚାଲିଯିବ। ଆନ୍ଦୋଳନରତ ଚାଷୀମାନଙ୍କୁ ମୁଁ ୧୦୦ ପ୍ରତିଶତ ସମର୍ଥନ କରୁଛି। ସେମାନେ ଆମ ପାଇଁ ଲଢ଼େଇ କରୁଥିବାରୁ ଭାରତର ପ୍ରତ୍ୟେକ ବ୍ୟକ୍ତି କୃଷକମାନଙ୍କୁ ସମର୍ଥନ କରିବା ଉଚିତ। ସରକାର ଓ କୃଷକମାନଙ୍କ ମଧ୍ୟରେ ଆଲୋଚନାକୁ ନେଇ ଅଚଳାବସ୍ଥା ସମ୍ପର୍କରେ ପ୍ରଶ୍ନ କରାଯିବାରୁ ରାହୁଲ କହିଥିଲେ, କୃଷି ଆଇନ ପ୍ରତ୍ୟାହାରରେ ହିଁ ଏହାର ସମାଧାନ ସମ୍ଭବ।
ଏହି ଅବସରରେ ରାହୁଲ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ତାଙ୍କ ଟୁଇଟ୍‌କୁ ନେଇ ଟାର୍ଗେଟ କରିଥିଲେ। କହିଥିଲେ, ଧ୍ୟାନ ହଟାଇବା ପାଇଁ ଏହା ଏକ ଉଦ୍ୟମ। କୃଷକମାନେ ଜାଣିଛନ୍ତି ଯେ ସେମାନଙ୍କ ସହ ଜମି ଅଧିଗ୍ରହଣ ପ୍ରସଙ୍ଗରେ ନଡ୍ଡା ନୁହନ୍ତି, ମୁଁ ରହିଥିଲି। ମୁଁ କାହାକୁ ଭୟ କରୁନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କି ଆଉ କାହାକୁ ନୁହେଁ। ମୁଁ ଜଣେ ସ୍ବଚ୍ଛ ମଣିଷ। ସେମାନେ ମୋତେ ଛୁଇଁପାରିବେ ନାହିଁ। ସେମାନେ ମୋତେ ଗୁଳି କରିପାରିବେ କିନ୍ତୁ ଛୁଇଁବା ସମ୍ଭବ ନୁହେଁ। ମୁଁ ଜଣେ ଦେଶଭକ୍ତ ଏବଂ ମୋ ଦେଶକୁ ସୁରକ୍ଷା ଦେଇଥାଏ। ଏହି କାର୍ଯ୍ୟକୁ ଜାରି ରଖିବି ବୋଲି ରାହୁଲ ଦୃଢ଼ୋକ୍ତି ବାଢ଼ିଛନ୍ତି। ଏହି ଅବସରରେ ରାହୁଲ ଅରୁଣାଚଳ ପ୍ରଦେଶରେ ଚାଇନା ଏକ ଗାଁ ବସାଇବା ଓ କୋଭଡ୍‌-୧୯ ମୁକାବିଲାରେ ସରକାରଙ୍କ ବିଫଳତା ସମେତ ଅନ୍ୟ କେତେକ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ମୁଁ ଦେଶକୁ ତଳକୁ ନଇଁବାକୁ ଦେବିନାହିଁ ବୋଲି ସେ ଟୁଇଟ୍‌ କରିବା ସହ ସେଥିରେ ‘ଚାଇନା ଗ୍ରାମ’ ସମ୍ପର୍କିତ ଏକ ରିପୋର୍ଟକୁ ସଂଲଗ୍ନ କରିଥିଲେ। ସେହିପରି କଂଗ୍ରେସ ନେତା ରଣଦୀପ ସୁର୍ଜଓ୍ବୋଲା ଓ ମନୀଷ ତିଓ୍ବାରୀ ମଧ୍ୟ ଏହି ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଥିଲେ।
ଏହାର ଜବାବରେ ନଡ୍ଡା କହିଥିଲେ, ବିଦେଶରେ ମାସିକିଆ ଛୁଟି କାଟି ଏବେ ଫେରିଥିବା ରାହୁଲଙ୍କ ସମେତ ତାଙ୍କ ପରିବାର ଓ କଂଗ୍ରେସ ଚାଇନା ଉପରେ ମିଛ କହିବା କେବେ ବନ୍ଦ କରିବ। ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଚାଇନାକୁ ହଜାର ହଜାର କି.ମି. ଛାଡ଼ିଦେଇଥିଲେ। ଏକଥା କ’ଣ ସେମାନେ ଅସ୍ବୀକାର କରିପାରିବେ? କଂଗ୍ରେସ ଅନେକ ଥର ଚାଇନା ଆଗରେ କାହିଁ ଆମତ୍ସମର୍ପଣ କରିଥିଲା ବୋଲି ନଡ୍ଡା ଟୁଇଟରରେ ପ୍ରଶ୍ନ କରିଛନ୍ତି। ସେହିପରି ରାହୁଲ କୃଷକମାନଙ୍କୁ ବିଭ୍ରାନ୍ତ କରିଥିବା ନେଇ ଅଭିଯୋଗ ଆଣିବା ସହ ନଡ୍ଡା ପ୍ରଶ୍ନ କରିଛନ୍ତି, କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର କାହିଁକି ସ୍ବାମୀନାଥନ୍‌ କମିଶନ ରିପୋର୍ଟକୁ ବର୍ଷ ବର୍ଷ ଧରି ଚାପି ରଖିଥିଲା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରି ନ ଥିଲା? ଚାଷୀମାନେ କଂଗ୍ରେସ ସରକାର ଅମଳରେ ଦଶନ୍ଧି ଧରି କାହିଁକି ଗରିବ ହୋଇ ରହିଥିଲେ? ସେମାନେ କେବଳ ବିରୋଧୀ ଦଳରେ ରହିଲେ ଚାଷୀଙ୍କ ପ୍ରତି ସହାନୁଭୂତି ଦେଖାଉଛନ୍ତି। ଚାଇନା ସହ କଂଗ୍ରେସ ଦଳ ସ୍ବାକ୍ଷର କରିଥିବା ଚୁକ୍ତିନାମାକୁ ରାହୁଲ ରଦ୍ଦ କରିବେ କି ବୋଲି ନଡ୍ଡା ଏକାଧିକ ଟୁଇଟ୍‌ରେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ରାହୁଲ କହିଥିଲେ, ନଡ୍ଡା କିଏ? ସେ ମୋ ପ୍ରଫେସର କି? ମୁଁ ତାଙ୍କ ପ୍ରଶ୍ନର ଉତ୍ତର କାହିଁକି ଦେବି? ଯାହା ବି ଉତ୍ତର ଦେବି ଦେଶକୁ ଦେବି ବୋଲି ରାହୁଲ ନଡ୍ଡାଙ୍କୁ ହେୟଜ୍ଞାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିକ୍ରେଟ ଖୋଲିଲେ ମୋଦି

ନୂଆଦିଲ୍ଲୀ,୩୦।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାକୋଟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଏକ କାହାଣୀ ପ୍ରକାଶ କରିଛନ୍ତି। ୨୦୧୯ ବାଲାକୋଟ ଏୟାର...

କୋଟିପତି କଳ୍ପନା, ସ୍ବାମୀଙ୍କ ଅପେକ୍ଷା ରହିଛି ୪ ଗୁଣା ଅଧିକ ସମ୍ପତ୍ତି

ରାଞ୍ଚି,୩୦।୪: ଝାଡ଼ଖଣ୍ଡର ଗାଂଡେୟ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ହେମନ୍ତ ସୋରେନଙ୍କ...

ପ୍ରିୟଙ୍କା ରାୟବରେଲିରୁ, ରାହୁଲ ଆମେଠିରୁ ଲଢିବେ ନାହିଁ ନିର୍ବାଚନ, ରହିଛି ଏହି କାରଣ

ନୂଆଦିଲ୍ଲୀ,୩୦।୪: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆମେଠୀ ଏବଂ ରାୟବରେଲି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ...

କେଜ୍‌ରିଓ୍ବାଲ, ଆତିଶୀଙ୍କ ନାଁରେ ମାନହାନି ମାମଲା

ନୂଆଦିଲ୍ଲୀ,୩୦।୪: ଭାଜପା ଓ ଏହାର ସଦସ୍ୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସୋମବାର ଦିଲ୍ଲୀର ଏକ ଅଦାଲତରେ...

ତଳକୋର୍ଟରେ ଜାମିନ ଆବେଦନ କରିନ କାହିଁକି

ନୂଆଦିଲ୍ଲୀ,୩୦ା୪(ପି.ଟି.): ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତଳ କୋର୍ଟରେ ଜାମିନ...

ପନ୍ନୁନଙ୍କୁ ହତ୍ୟା ପାଇଁ ହିଟ୍‌ ଟିମ୍‌କୁ ଲଗାଇଥିଲେ ର’ ଅଫିସର

ନୂଆଦିଲ୍ଲୀ,୩୦ା୪: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁନଙ୍କୁ ହତ୍ୟା କରିବା ପାଇଁ ଭାରତ ଯୋଜନା କରିଥିଲା ବୋଲି ଅଭିଯୋଗ ହୋଇଆସୁଛି। ଆମେରିକା ଗଣମାଧ୍ୟମରେ ନିକଟରେ...

ତୃତୀୟ ପର୍ଯ୍ୟାୟରେ ୯% ମହିଳା ପ୍ରାର୍ଥୀ

ନୂଆଦିଲ୍ଲୀ, ୩୦।୪: ଆସନ୍ତା ମାସ ୭ରେ ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୯୫ଟି ଲୋକ ସଭା ଆସନରେ ୧୩୫୨...

କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କ ପାଇଁ ଖରାପ ଖବର! କମ୍ପାନୀ ମାନିଲା ହୋଇପାରେ ବ୍ଲଡ କ୍ଲଟିଂ ଭଳି ସାଇଡ ଇଫେକ୍ଟ

ନୂଆଦିଲ୍ଲୀ,୩୦।୪: କୋଭିଡ ଟିକା କାରଣରୁ ପାର୍ଶ୍ୱ ପ୍ରତିକ୍ରିୟାର ସମସ୍ତ ଦାବି ମଧ୍ୟରେ ଟିକା ଉତ୍ପାଦନକାରୀ କମ୍ପାନୀ ଆଷ୍ଟ୍ରାଜେନେକା ଏକ ବଡ଼ ତଥ୍ୟ ଦେଇଛି। କୋର୍ଟରେ ଉପସ୍ଥାପିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri