ବେତାର ନାଟକ ବିଭାଗ: ଶିଶୁ କଳାକାର ଅନୁଷ୍କା ମନୋନୀତ

ଝରିଗାଁ,୨୬।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଉମରକୋଟସ୍ଥିତ ଶିଶୁ ବିଦ୍ୟାମନ୍ଦିରର ତୃତୀୟ ଶ୍ରେଣୀର ସାଇ ଅନୁଷ୍କା ମହାରଣା ଆକାଶବାଣୀ ଜୟପୁର ଦ୍ୱାରା ଆୟୋଜିତ ବେତାର ନାଟକ ବିଭାଗ ପାଇଁ ବି ଗ୍ରେଡ୍‌ ଶିଶୁ କଳାକାର ଭାବେ ମନୋନୀତ ହୋଇଛନ୍ତି। ଜିଲାର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। କନିଷ୍ଠ ମହାବିଦ୍ୟାଳୟରେ କାର୍ଯ୍ୟରତ ଓଡ଼ିଆ ଅଧ୍ୟାପକ ତଥା ବିଶିଷ୍ଟ ନାଟ୍ୟକାର ଗୋପାଳ ମହାରଣାଙ୍କ ଝିଅ ସୁଶ୍ରୀ ସାଇ ଅନୁଷ୍କାଙ୍କ ଏହି ସଫଳତା ପଛରେ ତାଙ୍କ ମା’ବାପା ଓ ଆତ୍ମୀୟସ୍ବଜନ ତଥା ଗୁରୁମା ଗୁରୁଜୀମାନଙ୍କ ଆଶୀର୍ବାଦ ରହିଥିବା ସେ କହିଛନ୍ତି। ଏହାସହ ମଞ୍ଚ ନାଟ୍ୟ ନିର୍ଦ୍ଦେଶିକା ତଥା ଅଧ୍ୟାପିକା ମା’ ମଧୁସ୍ମିତା ମହାରଣାଙ୍କଠାରୁ ତାଙ୍କୁ ପ୍ରେରଣା ମିଳିଥିବା ସେ କହିଛନ୍ତି। ଏଥିପୂର୍ବରୁ ସେ ମଞ୍ଚ ନାଟକରେ ଅଭିନୟ କରି ବହୁ ପ୍ରଶଂସା ଅର୍ଜନ କରିବା ସହ ଜଣେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

୮ରେ ରାୟଗଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ୮ ତାରିଖରେ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଲୋକ ସଭା ଭାଜପା ପ୍ରାର୍ଥୀ ଓ...

ପ୍ରାର୍ଥୀଙ୍କ ଟାର୍ଗେଟ୍‌ରେ ତେଲୁଗୁ ଭୋଟର

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ଆସନ୍ତା ନିର୍ବାଚନରେ ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ସହ କୋରାପୁଟ ଲୋକ ସଭା ଆସନ ଜିତିବା ପାଇଁ ସବୁ ଦଳର ପ୍ରାର୍ଥୀ...

କଂଗ୍ରେସ ଜିତିଲେ ସମ୍ବିଧାନ ସୁରକ୍ଷିତ ରହିବ: ରାହୁଲ

ରାୟଗଡ଼ା,୪।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ କଂଗ୍ରେସ ସମାବେଶକୁ ଶୁକ୍ରବାର ଭର୍ଚୁଆଲ ମୋଡ୍‌ରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଜନସଭାରେ ସେ କଂଗ୍ରେସର...

ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଗାଁ ସମସ୍ୟା ନ ସୁଧୁରିଲେ ଭୋଟ ଦେବୁନି

ରାୟଗଡ଼ା,୧।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାବୁଗୁଡ଼ା ଗ୍ରାମରେ ଆଜି ବି ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଗାଁରେ...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri