ଯୋଜନା ଅଛି, ସୁହାଉନାହିଁ

ଜଗତ୍‌ସିଂହପୁର ଅଫିସ,୧୭ା୧: କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ସାଙ୍ଗକୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଦ୍ରୁତ ବିକାଶକୁ ଆଖି ଆଗରେ ରଖି ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ (ଏମ୍‌କେୟୁୱାଇ) ୧୯୯୬ରେ କାର୍ଯ୍ୟକାରୀ କରିଛନ୍ତି। ପାରମ୍ପରିକ କୃଷିକୁ ବ୍ୟବସାୟିକ କୃଷିରେ ପରିଣତ କରିବା ଏହାର ଉଦ୍ଦେଶ୍ୟ। ରାଜ୍ୟ ସରକାରଙ୍କ ସଂସ୍ଥା ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ ଲିଃ (ଆପିକଲ) ରାଜ୍ୟ କୃଷି ନୀତି ୨୦୧୩ ଅନୁଯାୟୀ ଏହି ଯୋଜନାକୁ ୨୦୧୮ରୁ କାର୍ଯ୍ୟକାରୀ କରିଆସୁଛି। କୃଷକ ତଥା ଉଦ୍ୟୋଗୀମାନଙ୍କୁ କୃଷିଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ବୈଷୟିକ ଜ୍ଞାନକୌଶଳ, ପ୍ରଶିକ୍ଷଣ, ପ୍ରୋତ୍ସାହନ ଓ ଅନୁକୂଳ ପରିବେଶ ଯୋଗାଇଦେବା ଯୋଜନାର ମୁଖ୍ୟ ଲକ୍ଷ୍ୟ। କିନ୍ତୁ ଯୋଜନାରୁ ସୁବିଧା ପାଇବାରେ କ୍ଲିଷ୍ଟତା ଏବଂ ଅନ୍ୟ ଯୋଜନାରେ ସହଜରେ ଅଧିକ ସୁବିଧା ମିଳୁଥିବାରୁ ଏମ୍‌କେୟୁୱାଇ କୃଷି ଉଦ୍ୟୋଗୀ ସୃଷ୍ଟି ପାଇଁ ଆକୃର୍ଷିତ କରିପାରୁନି। ଏଥିଯୋଗୁ ରାଜ୍ୟର ୧୩୩୨ ପ୍ରକଳ୍ପକୁ ‘ଗୋ ଆହେଡ୍‌’ ଅର୍ଥାତ୍‌ ‘ଆଗକୁ ଯିବା’ ପାଇଁ ଅନୁମତି ଦିଆଯାଇଥିବାବେଳେ ସେଥିମଧ୍ୟରୁ ମାତ୍ର ୨୯୬ଟି ଅନୁମୋଦନ ଲାଭ କରିଛି। ୯୩୪ ପ୍ରକଳ୍ପ ଉପରେ ସିଦ୍ଧାନ୍ତ ହୋଇପାରି ନ ଥିବାବେଳେ ୧୦୩ଟିକୁ ବିଭିନ୍ନ କାରଣରୁ ବାତିଲ କରି ଦିଆଯାଇଛି। ନିଜସ୍ବ ଉଦ୍ୟମରେ ୪୧ଟି ପ୍ରକଳ୍ପ କାମ ଆଗେଇଛି। ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ ଏ ପର୍ଯ୍ୟନ୍ତ ମାତ୍ର ୯୬ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିଛି। ଜିଲାୱାରି ଦେଖିଲେ ନବରଙ୍ଗପୁର, କୋରାପୁଟ, ଗଜପତି ଓ ସମ୍ବଲପୁର ଜିଲାରେ ଗୋଟିଏ ବି ପ୍ରକଳ୍ପ ଅନୁମୋଦନ ଲାଭ କରିନାହିଁ। ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲାରେ ଗୋଟିଏ ଲେଖାଏ ପ୍ରକଳ୍ପ ଅନୁମୋଦିତ ହୋଇଛି। ଯୋଜନା ସମ୍ପର୍କରେ ବ୍ୟାପକ ଜନସଚେତନତା କରାଯାଉନାହିଁ। ଜିଲାୱାରି ଆପିକଲର ସ୍ଥାୟୀ କର୍ମଚାରୀ ନ ଥିବାରୁ ଯୋଜନା କାର୍ଯ୍ୟକାରିତାରେ ବାଧା ସୃଷ୍ଟି ହେଉଛି।

କୃଷି ଉଦ୍ୟୋଗ ସ୍ଥାପନ ପାଇଁ ପ୍ରୋତ୍ସାହିତ କରିବା ଓ ଏହି ସଂକ୍ରାନ୍ତୀୟ ବ୍ୟବସାୟିକ ଅନୁଷ୍ଠାନଗୁଡିକୁ ସୁରକ୍ଷା ଯୋଗାଇଦେବା ନିମନ୍ତେ ଯୋଜନାରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା କରାଯାଇଛି। କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ୬୨ଟି ପ୍ରକଳ୍ପ ପାଇଁ ଏହି ସୁବିଧା ଉପଲବ୍ଧ ହେଉଛି। କେହି ସହାୟତା ପାଇବା ପାଇଁ ହେଲେ www.apicol.nic.in ମାଧ୍ୟମରେ ନାମ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ତା’ପରେ ଯୋଗ୍ୟ ବିବେଚିତ ହେଲେ ବ୍ୟାଙ୍କ ସହାୟତାରେ ହେଉ ଅବା ନିଜ ପାଣ୍ଠିରେ ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ। ତା’ପରେ ରିହାତି ରାଶି ଯୋଗାଇ ଦିଆଯିବ।
ଆପିକଲରୁ ମିଳିଥିବା ସୂଚନା ଅନୁଯାୟୀ ଜଗତ୍‌ସିଂହପୁର ଜିଲାର ୨୬ ପ୍ରକଳ୍ପ ଗୋ ଆହେଡ୍‌ ତାଲିକାରେ ଥିବାବେଳେ ସେଥିରୁ ୪ଟି ଅନୁମୋଦନ ଲାଭ କରିଛି। ୧୯ଟି ପ୍ରକଳ୍ପ ବ୍ୟାଙ୍କ ବିଚାରାଧୀନ ଥିବାବେଳେ ୩ଟି ବାତିଲ କରି ଦିଆଯାଇଛି। ଜଣେ ନିଜ ଉଦ୍ୟମରେ ଉଦ୍ୟୋଗ ପ୍ରତିଷ୍ଠା କରୁଛନ୍ତି। ଏଥିମଧ୍ୟରେ ଜିଲାର କୃଷି, ଉଦ୍ୟାନ କୃଷି ବିଭାଗରେ ଗୋଟିଏ ବି ପ୍ରକଳ୍ପ ଅନୁମୋଦନ ଲାଭ କରିନାହିଁ। ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ମହାପାତ୍ରଙ୍କୁ ପଚାରିବାରୁ ଆଗ୍ରୋ ସର୍ଭିସ ସେଣ୍ଟର ମାଧ୍ୟମରେ ଯୋଜନାର ସୁବିଧା ପାଇବା ବ୍ୟବସ୍ଥା ରହିଛି। କୃଷି ବିଭାଗ ଅଧୀନ ପ୍ରକଳ୍ପ ପାଇଁ ୪ଟି ବାଧ୍ୟତାମୂଳକ ଓ ଅନ୍ୟଗୁଡିକ ମଧ୍ୟରୁ ୩ଟି ଇଚ୍ଛାଧୀନ ଏହିପରି ଜଣେ ମୋଟ ୭ଟି ଯନ୍ତ୍ରପାତି ଓ ଉପକରଣ କିଣିବାକୁ ପଡୁଛି। ବାଧ୍ୟତାମୂଳକ ଭିତରେ ରହିଛି ଟ୍ରାକ୍ଟର, ଧାଡ଼ିରେ ମଞ୍ଜିବୁଣା ଯନ୍ତ୍ର, ରୋଟାଭେଟର ଓ ଟ୍ରାକ୍ଟର ଚାଳିତ ମୋଡ଼ପତ୍ର ଲଙ୍ଗଳ। ଇଚ୍ଛାଧୀନ ୬୨ଟି ଯନ୍ତ୍ରପାତି ଓ ଉପକରଣ ମଧ୍ୟରେ ଟ୍ରଲି, ୯ ଦାନ୍ତିଆ ଲଙ୍ଗଳ, ସ୍ପ୍ରେ ମେଶିନ ଇତ୍ୟାଦି ରହିଛି। ପୂର୍ବରୁ ସରକାରଙ୍କ ମାଧ୍ୟମରେ କେହି ଟ୍ରାକ୍ଟର କିଣୁଥିଲେ, ପାଖାପାଖି ୩ ଲକ୍ଷ ଟଙ୍କା ରିହାତି ପାଉଥିଲେ। ପରବର୍ତ୍ତୀ ସମୟରେ ଏହା ପାଖାପାଖି ୨ ଲକ୍ଷ ଏବଂ ଏବେ ଏମ୍‌କେୟୁୱାଇରେ ମାତ୍ର ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା କରାଯାଇଛି। ଟ୍ରାକ୍ଟର ସହ ଅନ୍ୟ ୬ଟି ଯନ୍ତ୍ରପାତି କିଣିଲେ ପ୍ରକଳ୍ପ ଅନ୍ତର୍ଭୁକ୍ତ କରାଯାଉଛି। ଏ ବାବଦରେ ୧୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି। ଅନେକ କେବଳ ଟ୍ରାକ୍ଟର କିମ୍ବା ସେମାନଙ୍କ ପସନ୍ଦର ଯନ୍ତ୍ରପାତି କିଣିବାକୁ ଚାହୁଁଛନ୍ତି। ଯେହେତୁ ଯୋଜନାରେ ତାହା ସମ୍ଭବ ହେଉନି, ତେଣୁ ଉଦ୍ୟୋଗୀମାନେ ଆକୃଷ୍ଟ ହେଉନାହାନ୍ତି ବୋଲି ମହାପାତ୍ର କହିଛନ୍ତି।

ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ମିହିର କୁମାର ସାମନ୍ତରାୟ କହିଛନ୍ତି, ଏମ୍‌କେୟୁୱାଇରେ ଯେଉଁ ପ୍ରକଳ୍ପ ରହୁଛି ବିଭାଗ ପକ୍ଷରୁ ଅନ୍ୟ ଯୋଜନାରେ ମଧ୍ୟ ବିକଳ୍ପ ସୁବିଧା ରହୁଛି। ବିକଳ୍ପ ଯୋଜନାରେ ଲୋକେ ସହଜରେ ଏବଂ ଛୋଟ ପ୍ରକଳ୍ପ କରିବାର ସୁବିଧା ପାଇପାରୁଥିବାରୁ ଏମ୍‌କେୟୁୱାଇ ପ୍ରତି ଆକୃଷ୍ଟ ହେଉନାହାନ୍ତି। ଜିଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି, ଇତିମଧ୍ୟରେ ଗୋଟିଏ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସହ ରିହାତି ଯୋଗାଇ ଦିଆଯାଇଛି। ୩ଟି ପ୍ରକଳ୍ପର ନିର୍ମାଣ କାମ ସରିଥିବାବେଳେ ୨ଟି ନିର୍ମାଣାଧୀନ ଅଛି। ଅବଶିଷ୍ଟ ୨୦ଟି ଗୋ ଆହେଡ୍‌ ଅନ୍ତର୍ଭୁକ୍ତ କରାଯାଇଛି। ଯେଉଁମାନେ ବ୍ୟାଙ୍କ କନସେଣ୍ଟ ଲେଟର ଦେବେ ସେମାନଙ୍କୁ ଗୋ ଆହେଡ୍‌ ତାଲିକାଭୁକ୍ତ କରାଯିବା ପାଇଁ ଚିନ୍ତା କରାଯାଉଛି। ଯେହେତୁ ଯୋଜନାରେ ବଡ଼ ପ୍ରକଳ୍ପ ବ୍ୟବସ୍ଥା ଅଛି ଏବଂ ବ୍ୟାଙ୍କର ସବୁଜ ସଙ୍କେତ ଦରକାର ପଡୁଛି, ତେଣୁ ଉଦ୍ୟୋଗୀମାନେ ଆକୃଷ୍ଟ ହୋଇପାରୁ ନାହାନ୍ତି।

ବିଶେଷକରି ଆର୍ଥିକ ସ୍ବଚ୍ଛଳ ବର୍ଗର ଲୋକଙ୍କ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ତେଣୁ ବିକଳ୍ପ ଛୋଟ ଯୋଜନାରେ ଅଧିକ ଲୋକ ସାମିଲ ହେଉଛନ୍ତି। ଜିଲା ମତ୍ସ୍ୟ ଅଧିକାରୀ ସୁବ୍ରତ ଦାସ କହିଛନ୍ତି, ଇତିମଧ୍ୟରେ ଜଣେ ନିଜ ଉଦ୍ୟମରେ ପ୍ରକଳ୍ପ କରୁଛନ୍ତି। ଏମ୍‌କେୟୁୱାଇରେ ଯାହା ବ୍ୟବସ୍ଥା ଅଛି, ଯେପରି ପୋଖରୀ ଖୋଳିବା ପାଇଁ ସର୍ବନିମ୍ନ ୧ ଏକର ଜମି ଓ ୧୦ ହଜାର ଟଙ୍କା ଜମା କରିବା ଦରକାର ପଡୁଛି, ତାହା ଅଧିକାଂଶଙ୍କୁ ସୁହାଉନାହିଁ। ଅନ୍ୟ ଛୋଟ ଯଥା ମତ୍ସ୍ୟ ସମ୍ପଦ ଯୋଜନାରେ କମ୍‌ ଜମି ଓ ଭଲ ରିହାତି ବ୍ୟବସ୍ଥା ଅଛି। ୧୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ହେଲେ ବ୍ୟାଙ୍କ ଋଣ ବାଧ୍ୟତାମୂଳକ। କିନ୍ତୁ ଅନେକ ସମୟରେ ବ୍ୟାଙ୍କଗୁଡ଼ିକ ଋଣ ଦେଉନାହାନ୍ତି।

ଏ ସମ୍ପର୍କରେ ଆପିକଲ ପରିଚାଳନା ନିର୍ଦ୍ଦେଶକ ପ୍ରଭାତ କୁମାର ରାଉଳଙ୍କୁ ପଚାରିବାରୁ ଯୋଜନାକୁ ସରଳୀକରଣ ପାଇଁ ଉଦ୍ୟମ ଚାଲିଛି। ବିଶେଷକରି କିଛି ବାଧ୍ୟତାମୂଳକ ରଖାଯିବ ନାହିଁ। ଆଉ କ’ଣ ସବୁ ଯୋଜନାରେ ରଖିଲେ ଉଦ୍ୟୋଗୀ ଆକୃଷ୍ଟ ହେବେ ସେ ବାବଦରେ ଗଭୀରତାର ସହ ଚିନ୍ତା କରାଯାଉଛି। ଆଗକୁ ବିଶେଷଜ୍ଞ ଦଳ ମାଧ୍ୟମରେ ଜିଲାଗୁଡିକରୁ ତଥ୍ୟ ସଂଗ୍ରହ କରାଯାଇ ପ୍ରତିକାର ପାଇଁ ଚିନ୍ତା କରାଯିବ। ଯେକୌଣସି ପ୍ରକଳ୍ପ ଆରମ୍ଭ କରିବାର ୨ ବର୍ଷ ଭିତରେ ସାରିବା କଥା। କରୋନା ଯୋଗୁ କାମରେ ବାଧା ସୃଷ୍ଟି ହୋଇଛି, ଯେଉଁଥିପାଇଁ ଅଧିକାଂଶ ପ୍ରକଳ୍ପ ଶେଷ ହୋଇପାରିନାହିଁ ବୋଲି ରାଉଳ କହିଥିଲେ।

ପ୍ରମୋଦ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri