Posted inରାଜ୍ୟ

ଆଜିଠୁ ରିମାଣ୍ଡ, ଗୁମର ଖୋଲିବେ ହିମାଂଶୁ

ଭୁବନେଶ୍ୱର,୧୬।୧(ବ୍ୟୁରୋ): କିଡ୍‌ନୀ ଦେବା ନାଁରେ ରାଜ୍ୟରେ ସକ୍ରିୟ ଥିବା ଠକେଇ ର଼୍ୟାକେଟ୍‌ର ମାଷ୍ଟରମାଇଣ୍ଡ୍‌ କେନ୍ଦ୍ରାପଡ଼ାର ହିମାଂଶୁ ଭୂଷଣ ନନ୍ଦଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଏସ୍‌ଡିଜେଏମ୍‌ କୋର୍ଟ। ଶନିବାରଠାରୁ ତାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ର଼୍ୟାକେଟରେ ଅନ୍ୟ କେଉଁମାନଙ୍କର ସମ୍ପୃକ୍ତି ରହିଛି, ଅଭିଯୋଗ ବାଦ୍‌ ଆଉ କେତେଜଣଙ୍କୁ କିଡ୍‌ନୀ ଦେବାକୁ କହି କେତେଟଙ୍କା ଠକି ନେଇଛନ୍ତି ଓ ଲୁଟ୍‌ ଟଙ୍କା କେଉଁଠି ରଖିଛନ୍ତି ତାହାର ଟିକିନିଖି ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ପୋଲିସ। ତେବେ ହିମାଂଶୁ କେତେକ ହସ୍ପିଟାଲ ଓ କେତେଜଣ ଡାକ୍ତରଙ୍କ ସହଯୋଗରେ ର଼୍ୟାକେଟ ଚଳାଉଥିବା ସନ୍ଦେହ କରାଯାଉଛି। ଏସବୁ ଦିଗକୁ ଜେରାବେଳେ ପୋଲିସ ଗୁରୁତ୍ୱ ଦେବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ହିମାଂଶୁ ମାର୍କେଟିଂ ବିଭାଗରେ ଚାକିରି କରୁଥିଲେ। ଏହି ସମୟରେ ସେ ହସ୍ପିଟାଲରେ କିଡ୍‌ନୀ ଆବଶ୍ୟକ ଥିବା ଲୋକଙ୍କ ସମ୍ପର୍କରେ ତଥ୍ୟ ହାସଲ କରିଥିଲେ। ଏହାପରେ ସେମାନଙ୍କୁ ଯୋଗାଯୋଗ କରି କିଡ୍‌ନୀ ଦେବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ଟଙ୍କା ଠକି ନେଇଥିଲେ। ପରେ ଆଉ ଧରାଛୁଆଁ ଦେଉ ନ ଥିଲେ। ଏକ ଅଭିଯୋଗ ଆଧାରରେ ନୟାପଲ୍ଲୀ ପୋଲିସ ତାଙ୍କୁ ଗିରଫ କରିବା ପରେ ହିମାଂଶୁଙ୍କ କଳାକାରନାମା ସାମ୍ନାକୁ ଆସିଥିଲା। ଇତିମଧ୍ୟରେ ଲକ୍ଷ୍ମୀସାଗର ଓ ମଞ୍ଚେଶ୍ୱର ଥାନାରେ ମଧ୍ୟ ତାଙ୍କ ନାମରେ ଅଭିଯୋଗ ହୋଇଥିବାବେଳେ ବହୁ କୋଟି ଠକେଇ କରିଥିବା ଜଣାପଡିଛି। ତେବେ ଠକେଇର ଶିକାର ଲୋକେ ତୁରନ୍ତ ପୋଲିସକୁ ଜଣାଇବାକୁ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri