ପିକ୍‌ନିକ୍‌ ସ୍ପଟ୍‌: ଦୁର୍ଗାପାଡ଼ୁ ଜଳପ୍ରପାତ

ପ୍ରକୃତିର କୋଳରେ ରହିଛି ରାୟଗଡ଼ା ଜିଲା। ନିଆରା କଳା, ସଂସ୍କୃତି, ଆଦିବାସୀ ପରମ୍ପରା ସହ ଏଠାରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ତଥା ପିକ୍‌ନିକ୍‌ ସ୍ପଟ୍‌। ଏହା ମଧ୍ୟରେ ଅନ୍ୟତମ ଦୁର୍ଗାପାଡ଼ୁ ଜଳପ୍ରପାତ। ରାୟଗଡ଼ା ଜିଲା ସଦରଠାରୁ ମାତ୍ର ୩୭ କି.ମି. ଦୂର ଓଡ଼ିଶା-ଆନ୍ଧ୍ର ସୀମାରେ ରହିଛି ଏହି ଜଳପ୍ରପାତ। ପାହାଡ଼ ଶିଖରରୁ ଝରି ଆସୁଥିବା ଝରଣାର ଝରଝର ଶବ୍ଦ ସହ ପାହାଡ଼, ଜଙ୍ଗଲ ଘେରା ପରିବେଶ ପର୍ଯ୍ୟଟକଙ୍କୁ ସ୍ବର୍ଗୀୟ ଅନୁଭୂତି ଦେଇଥାଏ। ପାହାଡ଼ ଭିତର ଦେଇ ଲୋକେ ଜଳପ୍ରପାତକୁ ନିକଟକୁ ଯାଇଥାନ୍ତି। ଜଳପ୍ରପାତର ୨ଟି ଭାଗ ରହିଛି। ଉପରଭାଗ ଅପର ଜଳପ୍ରପାତ ଏବଂ ପାହାଡ଼ ତଳ ଭାଗ ଲୋୟର ଜଳପ୍ରପାତ ଭାବେ ପରିଚିତ। ପୂର୍ବରୁ ରହିଥିବା କାଠର ଅଙ୍କାବଙ୍କା ପ୍ରବେଶ ଦ୍ୱାର ଜଳପ୍ରପାତକୁ ଅଧିକ ଆକର୍ଷଣୀୟ କରିଥାଏ। ରାୟଗଡ଼ା ସହରଠାରୁ ଅଳ୍ପ ଦୂର ହୋଇଥିବାରୁ ଅନେକ ଲୋକ ସପ୍ତାହ ଶେଷରେ ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ କଏଦ କରିବା ସହ କ୍ୟାମେରାରେ ସେଲ୍‌ଫି ନେବାର ମଜା ଉଠାଇଥାନ୍ତି। ଝରଣାର ଉପର ଭାଗରେ ରହିଥିବା ବଡ଼ ବଡ଼ ପଥର ସ୍ଥାନରେ ଲୋକେ ବଣଭୋଜି କରିଥାନ୍ତି। ଏଠାକୁ ଆସିଲେ ଲୋକେ ନିଜର ସବୁ ଦୁଃଖ ଓ ଅବସାଦ ଭୁଲିଯାଇଥାନ୍ତି। ପାହାଡ଼ରୁ ୪ଟି ସୋପାନରେ ଝରଣା ଜଳ ତଳକୁ ଝରିଆସୁଥିବାର ମନୋଲୋଭା ଦୃଶ୍ୟ ବେଶ୍‌ ବିମୋହିତ କରିଥାଏ। ଏଠାକୁ ଜିଲା, ରାଜ୍ୟ, ଦେଶ ଏବଂ ବିଦେଶରୁ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ବିଶେଷକରି ବଣଭୋଜି ପାଇଁ ଦୁର୍ଗାପାଡ଼ୁ ଜଳପ୍ରପାତ ନିକଟରେ ଭିଡ଼ ଜମିଥାଏ। ଜିଲା ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଅଞ୍ଚଳର ବିକାଶ ସହ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କଲେ ଏଠାକୁ ଅଧିକ ପର୍ଯ୍ୟଟକ ଆସିବା ସହ ରାଜସ୍ବ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଉଛି।

କେମିତି ଯିବେ

ରାୟଗଡ଼ା ସହରରୁ ଜଳପ୍ରପାତର ଦୂରତା ୩୭ କି.ମି.। ବାହାରୁ ଆସୁଥିବା ପର୍ଯ୍ୟଟକ ରାୟଗଡ଼ା ରେଳ ଷ୍ଟେଶନରେ ପହଞ୍ଚିବା ପରେ ଟ୍ୟାକ୍ସି ଏବଂ ଅଟୋ ଯୋଗେ ଭାୟା ଝୁଲା ବ୍ରିଜ୍‌ ଏବଂ ପିପିଲିଗୁଡ଼ା ଦେଇ ଦୁଗାପାଡ଼ୁ ଜଳପ୍ରପାତ ନିକଟକୁ ଯାଇପାରିବେ। ସେହିପରି କୋଲନରା ଦେଇ ଯିବାକୁ ହେଲେ ପିପିଲିଗୁଡ଼ା ରାସ୍ତାରେ ମଧ୍ୟ ଯାଇପାରିବେ। ରାମନାଗୁଡ଼ା କିମ୍ବା କୁମୁଦପୁର ଦେଇ ଯିବାକୁ ହେଲେ ଭାୟା ପାଣିଛାତ୍ର ଦେଇ ଯାଇପାରିବେ।

ରିପୋର୍ଟ: ଭାଗ୍ୟଶ୍ରୀ ମିଶ୍ର, ରାୟଗଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘବ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିରେ ରେଜିଷ୍ଟେଶନ ହୋଇଥିବା ସୁଲଭ ଶୌଚାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri