ଟିକେଟ ଦେୟକୁ ବଳିଯାଉଛି ଟ୍ରେନ୍‌ ଧରିବା ଖର୍ଚ୍ଚ

ବଇଣ୍ଡା,୧୬ା୧: ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ରେଳଷ୍ଟେଶନ ସର୍ବଦା ବ୍ୟସ୍ତବହୁଳ। ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡା ଏକ ବ୍ୟବସାୟିକ କେନ୍ଦ୍ର ହୋଇଥିବାବେଳେ ଏହି ଷ୍ଟେଶନ ଉପରେ ୪୧ଟି ପଞ୍ଚାୟତର ଯାତ୍ରୀ ନିର୍ଭର କରନ୍ତି। କିନ୍ତୁ ଜିଲାର ଏହି ପ୍ରମୁଖ ଷ୍ଟେଶନ ଦେଇ ରାଜ୍ୟ ବାହାରକୁ ଚଳପ୍ରଚଳ କରୁଥିବା ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକ ଏଠାରେ ରହଣି କରୁନାହିଁ। ଫଳରେ ଜିଲା ବାହାରର ବ୍ୟବସାୟୀଙ୍କ ସହ ଶ୍ରମିକ, ଯାତ୍ରୀ, କର୍ମଚାରୀମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାଜ୍ୟ ବାହାରେ କାମ କରୁଥିବା ଉପଖଣ୍ଡର ହଜାର ହଜାର ଯୁବତୀ ଯୁବକ ଟ୍ରେନ୍‌ ଧରିବା ପାଇଁ ୪୫ କିଲୋମିଟର ଦୂର ଅନୁଗୋଳ ନଚେତ୍‌ ୧୫୦ କିଲୋମିଟର ଦୂରରେ ଥିବା ସମ୍ବଲପୁର ଷ୍ଟେଶନକୁ ଗାଡ଼ି ଭଡ଼ା କରି ଯିବାକୁ ବାଧ୍ୟ ହେଉଛନ୍ତି। ଏଥିଯୋଗୁ ଟ୍ରେନ୍‌ ଟିକେଟ୍‌ ବାବଦ ଦେୟକୁ ଭଡ଼ା ଗାଡ଼ି ଖର୍ଚ୍ଚ ବଳିଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।
୫୫ ନମ୍ବର ଜାତୀୟ ରାଜପଥର ବଇଣ୍ଡା ଛକରୁ ୫୦୦ ମିଟର ଦୂରରେ ରହିଛି ଏହି ଷ୍ଟେଶନ। ଜିଲାର କିଶୋରନଗର, ଛେଣ୍ଡିପଦା ଓ ଆଠମଲିକ ବ୍ଲକର ୪୧ ପଞ୍ଚାୟତବାସୀ ଏଠାରୁ ହିଁ ଟ୍ରେନ୍‌ ଧରିଥାନ୍ତି। ଜିଲା ବାହାର ବ୍ୟବସାୟୀଙ୍କ ସହ ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର ଆଦି ରାଜ୍ୟରେ କାମ କରୁଥିବା ଆଠମଲ୍ଲିକ ଉପଖଣ୍ଡର ହଜାର ହଜାର ଯୁବତୀଯୁବକଙ୍କ ଏହା ନିକଟତମ ଷ୍ଟେଶନ। ଭୁବନେଶ୍ବର ଇଷ୍ଟକୋଷ୍ଟ ତଥା ସମ୍ବଲପୁର ଡିଭିଜନ ଅଧୀନରେ ଏହା ରହିଛି। ପୂର୍ବରୁ ୨୨ଟି ଏକ୍ସପ୍ରେସ୍‌ ଓ ୨ଟି ପାସେଞ୍ଜର ଟ୍ରେନ୍‌ ଏହି ଷ୍ଟେଶନ ଦେଇ ଯାତାୟାତ କରୁଥିଲେ ହେଁ ସେଥିରୁ ୧୧ଟି ରହଣି କରୁ ନ ଥିଲା। ଏବେ କରୋନା କାରଣରୁ ଏକ୍ସପ୍ରେସ୍‌ ସଂଖ୍ୟା ୬ରେ ସୀମିତ ଥିବାବେଳେ ସେଥିରୁ ୩ଟି ରହୁନାହିଁ। ଭୁବନେଶ୍ବର-ରାଉରକେଲା ଏକ୍ସପ୍ରେସ୍‌, ବଲାଙ୍ଗୀର-ଭୁବନେଶ୍ବର ଏକ୍ସପ୍ରେସ୍‌ ଓ କୋରାପୁଟ-ଭୁବନେଶ୍ୱର ଏକ୍ସପ୍ରେସ୍‌ ଏଠାରେ ଅଟକୁଛି। କିନ୍ତୁ ବାହାର ରାଜ୍ୟକୁ ଯାଉଥିବା ପୁରୀ-ଅହମଦାବାଦ, ସମ୍ବଲପୁର-ହାଓଡ଼ା, ଦୁର୍ଗ-ପୁରୀ ଏକ୍ସପ୍ରେସ୍‌ ରହଣି କରୁ ନ ଥିବାରୁ ଅଧିକ ସମସ୍ୟା ସୃଷ୍ଟି ହେଉଛି। ଏହି ଟ୍ରେନ୍‌ ଉପରେ ହିଁ ଅଧିକାଂଶ ଯାତ୍ରୀ ନିର୍ଭର କରନ୍ତି। କରୋନା ପାଇଁ ବାହାର ରାଜ୍ୟରୁ ଘରକୁ ପଳାଇ ଆସିଥିବା ଯୁବତୀ ଯୁବକମାନେ କର୍ମନିଯୁକ୍ତି ପାଇଁ ଉପରୋକ୍ତ ରାଜ୍ୟଗୁଡ଼ିକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନୁଗୋଳ କିମ୍ବା ସମ୍ବଲପୁର ଷ୍ଟେଶନ ଯିବାକୁ ସେମାନଙ୍କୁ ବହୁ ଅର୍ଥ ଗାଡ଼ି ଭଡ଼ା ବାବଦରେ ଦେବାକୁ ପଡ଼ୁଛି। ପୂର୍ବରୁ ଏହି ଷ୍ଟେଶନରୁ ମାସିକ ୫ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହେଉଥିବାବେଳେ ଏବେ ଦେଢ ଲକ୍ଷ ଟଙ୍କା ଆୟ ହେଉଛି। କିନ୍ତୁ ଠିକ୍‌ ଭାବେ ସେବା ମିଳୁ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ଏଠାରେ ଏକ୍ସପ୍ରେସ୍‌ ଟ୍ରେନ୍‌ର ରହଣି ପାଇଁ ବଇଣ୍ଡା ବିକାଶ ପରିଷଦ ପକ୍ଷରୁ ରେଳ ମନ୍ତ୍ରୀଙ୍କ ନିକଟରେ ବାରମ୍ବାର ଦାବି କରାଯାଇ ଆସୁଛି। କିନ୍ତୁ ଏ ଦିଗରେ କୌଣସି ସୁଫଳ ମିଳୁନାହି। ତୁରନ୍ତ ରେଳ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

କର୍ମକ୍ଷେତ୍ରକୁ ଯିବାରେ ଅସୁବିଧା ଭୋଗୁଛନ୍ତି
ବଇଣ୍ଡା ରେଳ ଷ୍ଟେଶନ ଉପରେ ଆଠମଲ୍ଲିକ ଉପଖଣ୍ଡର ହଜାର ହଜାର ଯାତ୍ରୀ ନିର୍ଭର କରିଥାନ୍ତି। କରୋନା ପାଇଁ ବାହାର ରାଜ୍ୟରୁ ଘରକୁ ଆସିଥିବା ଯୁବଗୋଷ୍ଠୀ ପୁଣି କର୍ମକ୍ଷେତ୍ରକୁ ଫେରିବାକୁ ପ୍ରସ୍ତୁତ ଥିବାବେଳେ ବାହାର ରାଜ୍ୟକୁ ଯାତାୟାତ କରୁଥିବା ଟ୍ରେନ୍‌ଗୁଡିକ ରହୁ ନ ଥିବା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ରମାକାନ୍ତ ବେହେରା, ବଇଣ୍ଡା
ରାଜସ୍ବ ଅନୁଯାୟୀ ବିକାଶ ହେଉନି
ଏହି ଷ୍ଟେଶନରୁ ଯେତିକି ରାଜସ୍ବ ଆଦାୟ ହେଉଛି, ସେହି ଅନୁଯାୟୀ ବିକାଶ ହେଉନାହିଁ। ଏହି ଷ୍ଟେଶନ ଉପରେ ୪୧ ପଞ୍ଚାୟତବାସୀ ନିର୍ଭର କରୁଥିବାବେଳେ ଏକ୍ସପ୍ରେସ୍‌ଗୁଡ଼ିକ ନ ଅଟକିବା ସମସ୍ୟା ସୃଷ୍ଟି କରୁଛି। ରେଳ ବିଭାଗକୁ ବାରମ୍ବାର ଦାବିପତ୍ର ଦିଆଯାଉଥିଲେ ମଧ୍ୟ ଦୃଷ୍ଟି ଦିଆଯାଉ ନାହିଁ।
-ମିଟୁ ଶତପଥୀ, ନୁନୁକାପଶି
ଏକ୍ସପ୍ରେସ୍‌ ଅଟକିବା ଜରୁରୀ
ଆଠମଲ୍ଲିକ ଉପଖଣ୍ଡର ଏକ ପରିଚିତ ତଥା ବ୍ୟସ୍ତବହୁଳ ଷ୍ଟେଶନ ହେଉଛି ବଇଣ୍ଡା। ତେଣୁ ଏଠାରେ ସମସ୍ତ ପାସେଞ୍ଜର ଓ ଏକ୍ସପ୍ରେସ୍‌ ଅଟକିବା ଜରୁରୀ। ଉପଖଣ୍ଡରୁ ବହୁ ଲୋକ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଉଥିବା ବେଳେ ସେମାନଙ୍କ ଯାତାୟାତ ପାଇଁ ଟ୍ରେନ୍‌ ରହଣି କରିବା ଅତ୍ୟନ୍ତ ଆବଶ୍ୟକ।
-ଅର୍ଜୁନ କୁମାର ସାହୁ, ସାମାଜିକ କର୍ମୀ, ଆଠମଲ୍ଲିକ
ସର୍ବଦା ଅଣଦେଖା କରାଯାଉଛି
ବଇଣ୍ଡା ରେଳ ଷ୍ଟେଶନ ପ୍ରତି ରେଳ ବିଭାଗ ସବୁବେଳେ ଅଣଦେଖା କରୁଛି। ଯେତିକି ରାଜସ୍ବ ବିଭାଗ ନେଉଛି, ସେତିକି ବିକାଶ କରୁନାହିଁ। ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ୍‌ ଏହି ଷ୍ଟେଶନରେ ରହିଲେ ବଇଣ୍ଡାର ବିକାଶ ହେବା ସହ ବହୁ ଲୋକ ସୁବିଧା ପାଇବେ। ତୁରନ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ପଦକ୍ଷେପ ନିଅନ୍ତୁ।
-ସୁନୀଲ କୁମାର ସାହୁ, ଠାକୁରଗଡ
ଅଯଥା ଅର୍ଥ ଖର୍ଚ୍ଚ ହେଉଛି
ରେଳ ଷ୍ଟେଶନ ପାଇଁ ବଇଣ୍ଡାର ବିକାଶ ହୋଇଛି। ହେଲେ ଷ୍ଟେଶନର ବିକାଶ ହୋଇପାରୁନି। ଏକ୍ସପ୍ରେସ୍‌ଗୁଡ଼ିକ ଏଠାରେ ରହଣି କରୁ ନ ଥିବାରୁ ଉପଖଣ୍ଡର ବହୁ ଯାତ୍ରୀ ଗାଡ଼ି ଭଡ଼ା କରି ଅନୁଗୋଳ ଷ୍ଟେଶନକୁ ଯାଉଛନ୍ତି। ଫଳରେ ଟ୍ରେନ୍‌ଟିଏ ଧରିବା ପାଇଁ ସେମାନଙ୍କୁ ଶହ ଶହ ଟଙ୍କା ଅଯଥାରେ ଖର୍ଚ୍ଚ କରିବାକୁ ପଡ଼ୁଛି।
-ଅଜିତ ପଟ୍ଟନାୟକ, କଦଳୀମୁଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri