Posted inଖେଳ

ଡେବ୍ୟୁ ମ୍ୟାଚ୍‌ରେ ୧୬ ଉଇକେଟ ନେଇ ଚମକାଇଥିଲେ ଏହି ଭାରତୀୟ ସ୍ପିନର୍‌: ଆଜି ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୧୫।୧: ଯେକୌଣସି କ୍ରୀଡାରେ ଜଣେ ଯୁବ ଖେଳାଳି ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇବା ବେଳେ ନିଜର ଛାପ ଛାଡ଼ିବାର ପ୍ରଚେଷ୍ଟା କରିଥାନ୍ତି। ଏପରି କରିବା ଦ୍ୱାରା ତାଙ୍କୁ ପୁନର୍ବାର ସୁଯୋଗ ମିଳିଥାଏ। କ୍ରିକେଟ ମଇଦାନରେ ମଧ୍ୟ ଅନେକ ଖେଳାଳି ନିଜର ଡେବ୍ୟୁ ମ୍ୟାଚ୍‌ରେ ଚମତ୍କାର କରିଛନ୍ତି। ସେମାନଙ୍କ ମଧ୍ୟରୁ ଏଭଳି ଜଣେ ଖେଳାଳି ଅଛନ୍ତି ଯିଏ ନିଜର ଡେବ୍ୟୁ ମ୍ୟାଚ୍‌ରେ ଏପରି କିଛି କରିଥିଲେ, ଯାହା ଅନ୍ୟପକ୍ଷେ କରିବା ସହଜ ହେବ ନାହିଁ। ସେ ହେଲେ ଲେଗ୍‌ବ୍ରେକ୍‌ ଗୁଗଲି ପାଇଁ ଖ୍ୟାତ ପୂର୍ବତନ ଭାରତୀୟ କ୍ରିକେଟର ନରେନ୍ଦ୍ର ହିରଓ୍ବାନୀ। ୧୯୮୮ରେ ୧୯ ବର୍ଷ ବୟସରେ ଏହି ଭାରତୀୟ ସ୍ପିନର ଡେବ୍ୟୁ ଟେଷ୍ଟ କ୍ରିକେଟ ଖେଳିଥିଲେ। ଚେନ୍ନାଇରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ମ୍ୟାଚ୍‌ ଥିଲା। ସେତେବେଳେ ଭାରତୀୟ ଅଧିନାୟକ ରବି ଶାସ୍ତ୍ରୀ ହିରଓ୍ବାନୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିଲେ। ପରେ ଯାହା ହେଲା ତାହା ଇତିହାସ ହୋଇ ରହିଛି।

ମ୍ୟାଚ୍‌ରେ ଭାରତ ପ୍ରଥମ ପାଳିରେ ୩୮୨ ରନ୍‌ କରିଥିଲା। ଏହାର ଜବାବ ଦେବାକୁ ପଡ଼ିଆକୁ ଓହ୍ଲାଇଥିବା ଓ୍ବେଷ୍ଟଇଣ୍ଡିଜ୍‌କୁ ୧୮୪ ରନ୍‌ରେ ଅଲଆଉଟ୍‌ କରିଥିଲା ଭାରତୀୟ ଦଳ। ଏହା ପଛରେ ହିରଓ୍ବାନୀଙ୍କ ବଡ଼ ହାତ ରହିଥିଲା। ସେ ୧୮.୩ ଓଭର ବୋଲିଂ କରି ୮ ଉଇକେଟ ନେଇଥିଲେ। ପ୍ରଥମ ପାଳିରେ ହିରଓ୍ବାନୀଙ୍କ ଐତିହାସିକ ବୋଲିଂ କେବଳ ଟ୍ରେଲର୍‌ ଥିଲା। ଦ୍ୱିତୀୟ ପାଳିରେ ଭାରତ ୨୧୭/୮ ରେ ପାଳି ଘୋଷଣା କରିଥିଲା। ଏଣୁ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୪୧୬ ରନ୍‌ର ବିଜୟ ଲକ୍ଷ୍ୟ ଥିଲା। ହିରଓ୍ବାନୀ ଦ୍ୱିତୀୟ ପାଳିରେ ୧୫.୨ ଓଭର ବୋଲିଂ କରିଥିଲେ। ଏଥିରେ ସେ ୭୫ ରନ୍‌ ଦେଇ ପୁଣି ୮ ଉଇକେଟ ନେଇଥିଲେ। ଏଭଳି ଭାବେ ଗୋଟିଏ ମ୍ୟାଚ୍‌ରେ ୧୬ ଉଇକେଟ ନେଇ ନିଜର ଡେବ୍ୟୁକୁ ସ୍ମରଣୀୟ କରିଦେଇଥିଲେ ହିରଓ୍ବାନୀ। ଆଜି ମଧ୍ୟ ଏହି ପ୍ରଦର୍ଶନ ସର୍ବଶ୍ରେଷ୍ଠ ବୋଲି ରେକର୍ଡ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମୁମ୍ବାଇ କ୍ୟାମ୍ପ ଦୁଇ ଫାଳ’

ମୁମ୍ବାଇ,୩୦ା୪: ଆଇପିଏଲ୍‌ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ଦୁଇ ଭାଗରେ ବିଭକ୍ତ ହୋଇଛି ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ। କ୍ରିକେଟ ଏକ...

ଟି୨୦ ବିଶ୍ୱକପ୍‌ ପରେ ସନ୍ନ୍ୟାସ ନେବେ ରୋହିତ-କୋହଲି: ରିପୋର୍ଟ

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ମଙ୍ଗଳବାର ବିସିସିଆଇ ଟିମ୍‌ ଇଣ୍ଡିଆର ଘୋଷଣା କରିଛି। ଏଥିରେ ଅଧିନାୟକ ଭାବେ ରୋହିତ...

ଯଦି ଏଥର ରାଜସ୍ଥାନ ଆଇପିଏଲ୍‌ ଜିତିଯାଏ, ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ୱକପ୍‌ ଜିତିବା ନିଶ୍ଚିତ !

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ ୨୦୨୪ରେ ରାଜସ୍ଥାନ ରୟାଲ୍ସ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ଯଦି ଏହିପରି ଚାଲେ ତେବେ ଦଳ ଟାଇଟଲ ଜିତିବା ଏକ ପ୍ରକାର ନିଶ୍ଚିତ...

ଟିମ୍‌ ଇଣ୍ଡିଆରୁ କେ ଏଲ୍‌ ରାହୁଲ କାହିଁକି ପଡ଼ିଲେ ବାଦ୍‌? ଜାଣନ୍ତୁ ୫ କାରଣ…

ନୂଆଦିଲ୍ଲୀ,୩୦।୪: ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଘୋଷଣା ହୋଇଛି। ବିସିସିଆଇ ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ଜଣିଆ ସଦସ୍ୟ ବିିଶିଷ୍ଟ ଭାରତୀୟ ସ୍କ୍ବାର୍ଡ ଘୋଷଣା କରିଛି।...

ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ସ୍କ୍ବାର୍ଡରୁ ବାଦ୍‌ ପଡ଼ିଲେ ଏସବୁ ଖେଳାଳି, ରିଜର୍ଭରେ ରହିଲେ…

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ବାର୍ଡ ଘୋଷଣା ହୋଇଛି। ମଙ୍ଗଳବାର ଅପରାହ୍ନରେ...

ଟି -୨୦ ବିଶ୍ୱକପ୍‌ ଦଳ: ଏହି ୨ ଖେଳାଳିଙ୍କ ଉପରେ ବିଶ୍ୱାସ କଲା ବୋର୍ଡ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ରୋହିତ ଶର୍ମାଙ୍କ...

ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ ଦଳରେ କେଉଁମାନେ ପାଇଲେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ଭାରତରେ କ୍ରିକେଟ...

ଟି -୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ

ଲଣ୍ଡନ,୩୦।୪: ଇଂଲଣ୍ଡ କ୍ରିକେଟ ବୋର୍ଡ ଟି -୨୦ ବିଶ୍ୱକପ୍‌ ୨୦୨୪ ପାଇଁ ପ୍ରାରମ୍ଭିକ ଦଳ ଘୋଷଣା କରିଛି। ଏହା ସହିତ ବୋର୍ଡ ପାକିସ୍ତାନ ବିପକ୍ଷ ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri