ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ହଡ଼ପ

ଯାଜପୁର ଅଫିସ,୧୫।୧: ନକଲି ବାର୍ଷିକ ଦେୟ ରସିଦ ଓ ବିବାହ ପ୍ରମାଣପତ୍ର ପ୍ରସ୍ତୁତ କରି ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ୫୪ ଲକ୍ଷ ୩୫ ହଜାର ଟଙ୍କା ହଡପ କରାଯାଇଥିବା ଯାଜପୁର ଜିଲାପାଳ, ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ଶ୍ରମ ଆୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି। ସୂଚନା ଅଧିକାର ଆଇନ(ଆରଟିଆଇ) ବଳରେ ତଥ୍ୟ ହାସଲ କରି କଳ୍ପତରୁ ଧଳ ଉପରୋକ୍ତ ଅଭିଯୋଗ ଆଣିଛନ୍ତି। ଏଥିରେ ଯାଜପୁର ଶ୍ରମ କାର୍ଯ୍ୟାଳୟରୁ ଏକାଧିକ ଅଧିକାରୀ ସଂପୃକ୍ତ ଥିବା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।
ଅଭିଯୋଗ ଅନୁସାରେ ଯେଉଁ ବିବାହ ପ୍ରମାଣ ପତ୍ର ପଇଠ କରାଯାଇ ହିତାଧିକାରୀଙ୍କ ନାମରେ ଟଙ୍କା ଉଠାଣ ହୋଇଛି, ସେସବୁ ପ୍ରମାଣ ପତ୍ର ଜାଲ୍‌ ବୋଲି ବ୍ଲକ ସୂତ୍ରରୁ ସୂଚନା ମିଳିଛି। ୨୦୧୮-୧୯ରେ ରସୁଲପୁର ଓ ସୁକିନ୍ଦା ବ୍ଲକର ୧୭୯ ଜଣ ନିର୍ମାଣ ଶ୍ରମିକଙ୍କୁ ବିବାହ ସହାୟତା ରାଶି ପ୍ରଦାନ କରାଯାଇଛି। ୨୫ହଜାର ଟଙ୍କା କରି ୧୭୯ ହିତାଧିକାରୀଙ୍କୁ କାର୍ଯ୍ୟାଳୟ ପକ୍ଷରୁ ୪୪ଲକ୍ଷ ୭୫ ହଜାର ଟଙ୍କା ଦିଆଯାଇଛି। କିନ୍ତୁ ତଥ୍ୟ ହାସଲ କରିବା ପରେ ସୂଚନା କର୍ମୀ ଧଳ ସୁକିନ୍ଦା ଏବଂ ରସୁଲପୁର ବ୍ଲକରୁ ପଞ୍ଜିକୃତ ଶ୍ରମିକଙ୍କ ବିବାହ ପ୍ରମାଣ ପତ୍ରର ରେଜିଷ୍ଟର ଆରଟିଆଇରେ ମାଗିବା ପରେ ବହୁ ଗୁମର ଫିଟିଛି। ତଥ୍ୟ ଅନୁଯାୟୀ ରସୁଲପୁର ଏବଂ ସୁକିନ୍ଦା ବ୍ଲକରୁ ମିଳିଥିବା ବିବାହ ପଞ୍ଜିକୃତ ରେଜିଷ୍ଟରରେ କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ହିତାଧିକାରୀଙ୍କ ନଁା ଗନ୍ଧ ନ ଥିଲା। କିନ୍ତୁ ହିତାଧିକାରୀମାନେ ବିବାହ ପ୍ରମାଣ ପତ୍ର ପଇଠ କରି ସହାୟତା ରାଶି ନେଇଥିବା ଶ୍ରମ କାର୍ଯ୍ୟାଳୟ ତଥ୍ୟରେ ଦର୍ଶାଯାଇଥିଲା। କେବଳ ବିବାହ ପ୍ରମାଣ ପତ୍ର ବଳରେ ନୁହେଁ ଜାଲ ରସିଦ୍‌ ବଳରେ ୯ଲକ୍ଷ ୬୦ ହଜାର ଟଙ୍କା ହଡପ କରାଯାଇଛି ବୋଲି ଅଭିଯୋଗ ହୋଇଛି।
ତଥ୍ୟ ଅନୁଯାୟୀ କୌଣସି ପଞ୍ଜିକୃତ ଶ୍ରମିକ ପ୍ରତିବର୍ଷ ତାଙ୍କ ନାମକୁ ପୁନଃପଞ୍ଜିକରଣ କରି ପାରିବେ। ଏବାବଦରେ ସେହି ଶ୍ରମିକଙ୍କୁ ବାର୍ଷିକ ୫୦ଟଙ୍କା ପଇଠ କରିବାକୁ କୁହାଯାଇଛି। ପଇଠ କରିବା ପରେ ଶ୍ରମିକଙ୍କ ସଦସ୍ୟତା ବୈଧ ରହିବ। ପରେ ସେମାନେ ସରକାରୀ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ। କିନ୍ତୁ ଶ୍ରମ କାର୍ଯ୍ୟାଳୟରେ ପୁନଃ ପଞ୍ଜିକରଣ କରି ନ ଥିବା ଶ୍ରମିକଙ୍କ ନଁାରେ ଲକ୍ଷାଧିକ ଟଙ୍କା ପ୍ରଦାନ କରାଯାଇଛି। ଏଭଳି ଭାବେ ଅଣପଞ୍ଜିକୃତ ୩୦ଜଣ ନିର୍ମାଣ ଶ୍ରମିକଙ୍କୁ ବିବାହ ସହାୟତା ଏବଂ ୨ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା ଯୋଗାଇ ଦିଆଯାଇଛି। ଯାହାକି ସମ୍ପୂର୍ଣ୍ଣ ବେଆଇନ। ହେଲେ ନାମ ପଞ୍ଜିକରଣରୁ ବାଦ ପଡ଼ିଥିବା ଶ୍ରମିକଙ୍କୁ ବିବାହ ସହାୟତା ଏବଂ ମୃତ୍ୟୁ କାଳୀନ ସହାୟତା ଯୋଗାଇ ଦେବା ବାବଦରେ ୯ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଶ୍ରମ କାର୍ଯ୍ୟାଳୟ ତଥ୍ୟ ପ୍ରଦାନ କରିଥିବା ନେଇ ସୂଚନା କର୍ମୀ ଧଳ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ଯାଜପୁରରୋଡ ଯୁଗ୍ମ ଶ୍ରମ ଆୟୁକ୍ତ ସୁନିଲ କୁମାର ସାହୁଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri