୨୫.୫କିଲୋ ରୁପା ଅଳଙ୍କାର ଜବତ, ୫ ଗିରଫ

କଟକ ଅଫିସ, ୧୫।୧: ଜଗତ୍‌ପୁର ଥାନା ଅନ୍ତର୍ଗତ ଆଇବି ରୋଡରେ ଥିବା ବାସନ୍ତୀ ଦୁର୍ଗା ଅଳଙ୍କାର ଦୋକାନ ଚୋରି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ୨୫କିଲୋ ୫୦୦ ଗ୍ରାମ୍‌ ଓଜନର ରୁପା ଅଳଙ୍କାର, ୩୮୫ ଗ୍ରାମ୍‌ ଓଜନର ସୁନା ଅଳଙ୍କାର ସହ ନଗଦ ୧୨,୪୦୦ ଟଙ୍କା ଜବତ କରିଛି। ଏଥିସହିତ ଚୋରମାନେ ବ୍ୟବହାର କରୁଥିବା ଏକ କାର, ଗୋଟିଏ ସ୍କୁଟି, ମୋଟରସାଇକେଲ, ଗ୍ୟାସ୍‌ କଟର ସହ ୪ଟି ମୋବାଇଲ ଫୋନ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗତ୍‌ସିଂହପୁର ଜିଲା ରଘୁନାଥପୁରର ବାବୁ ଓରଫ ତପନ କୁମାର ସେଠୀ(୪୭), କଟକ ଜିଲା ଚୌଦ୍ୱାର ଓଟିଏମ୍‌ କଲୋନୀର ବାବି ଓରଫ ଅମୂଲ୍ୟ କୁମାର ମହାନ୍ତି (୪୨), ବଡ଼ମ୍ବାର ମୁନା ଓରଫ ରମେଶ ଚନ୍ଦ୍ର ସେଠୀ(୩୭), ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର କୁନା ଓରଫ ତ୍ରିଲୋଚନ ସେଠୀ(୩୯)ଙ୍କ ସହ ଚୋରି ସାମଗ୍ରୀ କ୍ରୟ କରିଥିବା ଚାଉଳିଆଗଞ୍ଜର ପ୍ରଫୁଲ୍ଲ କୁମାର ସାହୁ(୫୫)। ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଥିବା କଟକ ଡିସିପି ପ୍ରତୀକ ସିଂହ ବୁଧବାର ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଗତ ଡିସେମ୍ବର ୫ତାରିଖ ରାତିରେ କେତେକ ଦୁର୍ବୃତ୍ତ ଜଗତପୁର ଆଇବି ରୋଡ୍‌ରେ ଥିବା ଏକ ଅଳଙ୍କାର ଦୋକାନର ପଛପାର୍ଶ୍ୱ କାନ୍ଥ ଭାଙ୍ଗି ସୁନା ଓ ରୁପା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ଦୁର୍ବୃତ୍ତମାନେ ଦୋକାନର କାନ୍ଥ ତାଡ଼ି ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଭାଙ୍ଗିବା ସହ ହାର୍ଡଡିସ୍କକୁ କାଢ଼ି ନେଇଯାଇଥିଲେ। ଦୋକାନରୁ ପାଖାପାଖି ନଗଦ ୭୦ହଜାର ଟଙ୍କା ସହ ୪୦୦ ଗ୍ରାମ ଓଜନର ସୁନା ଅଳଙ୍କାର, ୪୦ କିଗ୍ରା ରୁପା ଅଳଙ୍କାର ଚୋରି କରିନେଇଥିବା ଦୋକାନ ମାଲିକ ଦୟାନିଧି ସାହୁ ଅଭିଯୋଗରେ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri