୮ ବର୍ଷ ହେଲା ଆସୁନି ବିଦ୍ୟୁତ୍‌

ବନ୍ତଳା,୧୫ା୧: ଜଙ୍ଗଲ ମଧ୍ୟରେ ଗାଁ। ଯୋଗାଯୋଗ ପାଇଁ ରାସ୍ତାଟିଏ ନାହିଁ। ତେଣୁ ମୌଳିକ ସୁବିଧା ପାଇବା ଏହି ଆଦିବାସୀ ମହ୍ଲାର ସମ୍ପ୍ରଦାୟଙ୍କ ପାଇଁ ସାତସପନ ହୋଇଛି। ତଥାପି ୨୦୦୯ରେ ରାଜୀବ ଗାନ୍ଧୀ ବିଦ୍ୟୁତୀକରଣ ଯୋଜନାରେ ୨୫ ପରିବାର ରହୁଥିବା ଅନୁଗୋଳ ବ୍ଲକ ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ଗଦେଇମୁଣ୍ଡା ମହ୍ଲାରସାହିକୁ ବିଦ୍ୟୁତ୍‌ ସଂଯୋଗ ମିଳିଥିଲା। ହେଲେ ୨୦୧୨ରେ ଟ୍ରାନ୍ସଫର୍ମର ଅଚଳ ହୋଇପଡ଼ିବାରୁ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଗଲା। ସେବେଠୁ ୮ ବର୍ଷ ବିତିଯାଇଥିଲେ ମଧ୍ୟ ସାହିକୁ ଏଯାଏ ବିଜୁଳି ଆସିନାହିଁ। କେବଳ ବିଦ୍ୟୁତ୍‌ ନୁହେଁ, ସରକାରଙ୍କ ଆବାସ, ପାଇଖାନା ଯୋଜନାରେ ମଧ୍ୟ ବହୁ ଅନିୟମିତତା ହୋଇଥିବା ମହ୍ଲାରସାହିବାସୀ ଅଭିଯୋଗ କରିଛନ୍ତି।
ଅନୁଗୋଳ ବ୍ଲକଠାରୁ ୨୫ କିଲୋମିଟର ଦୂର ମହ୍ଲାରସାହିରେ ସରକାରୀ ଅବହେଳା ଜଳ ଜଳ ଦିଶୁଛି। ୨୫ ପରିବାରଙ୍କୁ ଏକ ଗୁଣ୍ଠ ଲେଖାଏ ଘରଡିହ ଜାଗା ଛାଡ଼ିଦେଲେ ବାକି ସରକାରୀ ଯୋଜନାର ସୁଫଳ ମିଳୁନାହିଁ। ମୂଲମଜୁରି ଓ ବନ ବିଭାଗ କାମ ଦେଲେ ସାହିବାସୀ କିଛି ରୋଜଗାର କରନ୍ତି। ନ ହେଲେ ଜଙ୍ଗଲରୁ ସଂଗ୍ରହ କରିଥିବା କସା ସାରୁ ଓ ମହୁ ବିକି ଯାହା ଯେମିତି ଚଳିଯାଆନ୍ତି। ୨୦୦୯ରେ ଗାଁରେ ବିଦ୍ୟୁତ୍‌ ପହଞ୍ଚିବା ପରେ ସାହିବାସୀଙ୍କ ଆଶା ବଢ଼ିଯାଇଥିଲା। ସରକାର ସେମାନଙ୍କ ଦୁଃଖ ଦୂର କରିବେ ବୋଲି ବିଶ୍ୱାସ ଜନ୍ମିଥିଲା। କିନ୍ତୁ ୮ ବର୍ଷ ହେଲା ବିଦ୍ୟୁତ୍‌ ବିଭାଗ ଟ୍ରାନ୍ସଫର୍ମରଟିଏ ବସାଇପାରୁ ନ ଥିବାରୁ ସାହିବାସୀ ରାତିରେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଗାଁକୁ ସର୍ବଦା ହାତୀ, ବାର୍‌ହା, ଭାଲୁ ପଶି ଆସୁଥିବାରୁ ସେମାନେ ରାତିରେ ସୁରକ୍ଷିତ ମଣୁନାହାନ୍ତି। ଜନପ୍ରତିନିଧିଙ୍କୁ ଅସୁବିଧା ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ସେହିପରି ପିଲାଙ୍କ ଶିକ୍ଷା ପାଇଁ ଅଙ୍ଗନଓ୍ବାଡି କି ସ୍କୁଲ ବ୍ୟବସ୍ଥା ହୋଇନି। ସ୍ବାସ୍ଥ୍ୟସେବା ପାଇଁ ଗାଁକୁ କେବେ ସ୍ବାସ୍ଥ୍ୟକର୍ମୀ ଆସିନାହାନ୍ତି। ଦୀର୍ଘଦିନ ପରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ରାସ୍ତାଟିଏ ନିର୍ମାଣ ହେଉଥିଲେ ମଧ୍ୟ ତାହା ଅଧାରେ ଅଟକିଯାଇଛି। ସ୍ବଚ୍ଛ ପରିମଳ ଯୋଜନାରେ ସାହିରେ ପାଇଖାନା ନିର୍ମାଣ କରାଯାଇଥିଲା। କିନ୍ତୁ ନିମ୍ନମାନର କାର୍ଯ୍ୟ ଯୋଗୁ ସେସବୁ ଭାଙ୍ଗି ନଷ୍ଟ ହୋଇଯାଇଛି। ଦୁଇବର୍ଷ ତଳେ ପୂର୍ଣ୍ଣଚନ୍ଦ୍ର ପଧାନ, କାନ୍ଦୁରୁ ପଧାନ, କୁମାରୀ ପଧାନ, ଅପର୍ଣ୍ଣା ପଧାନଙ୍କୁ ଆବାସ ଯୋଜନାରେ ପକ୍କାଘର ମିଳିଥିଲା। ମାତ୍ର ନିର୍ମାଣ ନେଇ ସେମାନେ ଅସମର୍ଥ ପ୍ରକାଶ କରିବାରୁ ଠିକାଦାର ବାଉଁଶ ବାଡ଼ିରେ ଆଜବେଷ୍ଟସ ପକାଇ ଟଙ୍କା ଉଠାଇ ନେଇଯାଇଛି। କବାଟ ଲାଗି ନ ଥିବା କୋଠାଘର ଫାଟି ଆଁ କରିଥିବାରୁ ଏବେ ସେମାନଙ୍କ ଜୀବନ ବିପଦରେ ଥିବା କେତେଜଣ ସାହିବାସୀ ଅଭିଯୋଗ କରିଛନ୍ତି। ସାହିର ପଙ୍କଜ ପଧାନ, ପ୍ରଶ୍ନ ପଧାନ, ଶୁକ୍ରୁ ପଧାନ, ଶନ୍ତୁ ପଧାନ, ମିଲୁ ପଧାନ, ରଞ୍ଜୁ ପଧାନ, ଲୋଚନ ପଧାନ, କୁମାରୀ ପଧାନ ପ୍ରମୁଖ ୯ ପରିବାରକୁ ରାଶନ କାର୍ଡ ମିଳି ନ ଥିବାରୁ ସରକାରୀ ଚାଉଳ ପାଇବାରୁ ସେମାନେ ବଞ୍ଚିତ ରହିଛନ୍ତି। କେତେଜଣ ବିଧବା ଓ ବୃଦ୍ଧାବୃଦ୍ଧଙ୍କୁ ଭତ୍ତା ମିଳିନାହିଁ। କରୋନା ଲକ୍‌ଡାଉନ ସମୟରେ ଦିଆଯାଉଥିବା ଚାଉଳ ସହ ୧୦୦୦ ଟଙ୍କା ଲେଖାଏ ମହ୍ଲାରସାହିବାସୀଙ୍କୁ ମିଳିନାହିଁ। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାହିବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ଅନୁଗୋଳ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଶିବପ୍ରସାଦ ବଳିଆରସିଂ କହିଛନ୍ତି, ବଜ୍ରପାତ ଯୋଗୁ ଟ୍ରାନ୍ସଫର୍ମରରେ ସମସ୍ୟା ଦେଖା ଦେଇଥିଲା। ଆଗରୁ ଉକ୍ତ ସାହିରେ କେହି ରହୁ ନ ଥିଲେ। ଏବେ ଲୋକେ ରହୁଥିବାରୁ ସେଠାକୁ କର୍ମଚାରୀଙ୍କୁ ପଠାଇ ଟ୍ରାନ୍ସଫର୍ମର ଅବସ୍ଥା ଦେଖିବା ପରେ ନୂଆ ବ୍ୟବସ୍ଥା କରାଯିବ। ଅନୁଗୋଳ ବିଡିଓ ଅଶ୍ୱିନୀ ଶତପଥୀଙ୍କୁ ବାରମ୍ବାର ନଂ.୯୪୩୭୩୨୪୩୫୩ରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ଉଠାଇ ନ ଥିବାରୁ ମତାମତ ମିଳିପାରି ନାହିଁ। ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି, ଗଦେଇମୁଣ୍ଡା ମହ୍ଲାରସାହି ବାସିନ୍ଦାଙ୍କ ସମ୍ପର୍କରେ କୌଣସି ଅଭିଯୋଗ ଆସିନାହିଁ। ଆବାସ ଯୋଜନା, ଭତ୍ତା, ରାଶନ ବିଷୟରେ ଘଟଣାସ୍ଥଳକୁ ବିଡିଓଙ୍କୁ ପଠାଇ ତଦନ୍ତ କରାଯିବ। ଯଦି ସରକାରୀ କର୍ମଚାରୀ ବା ଡିଲରଙ୍କ ଅବହେଳା ନଜରକୁ ଆସେ ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।

କେହି ଦୁଃଖ ବୁଝୁନାହାନ୍ତି
ଅଶିକ୍ଷିତ ହୋଇଥିବାରୁ ସରକାରୀ ଯୋଜନା ସମ୍ପର୍କରେ ଜାଣିପାରୁନୁ। ଜଙ୍ଗଲରୁ ଝୁଣା, ମହୁ, ଆଳୁ, ସାରୁ ସଂଗ୍ରହ କରି ଚଳୁଛୁ। ତିନିବର୍ଷ ବିଦ୍ୟୁତ୍‌ ସେବା ପାଇଛୁ। ୮ ବର୍ଷ ହେଲା ବିଜୁଳି ସଂଯୋଗ ବିଚ୍ଛିନ୍ନ ରହିଛି। କେହି ଆମ ଦୁଃଖ ବୁଝୁନାହାନ୍ତି।
-କୃଷ୍ଣ ପଧାନ, ସାହିବାସୀ
ପଦକ୍ଷେପ ନିଆଯାଉନି
ସରକାର କ’ଣ ଦେଉଛନ୍ତି ଜାଣିନୁ। ଲକ୍‌ଡାଉନ୍‌ ବେଳେ ଗରିବ ପରିବାରକୁ ଦିଆଯାଇଥିବା ୧୦୦୦ ଟଙ୍କା ଆମକୁ ଦେଲେନାହିଁ। ମୂଲମଜୁରି କରି ଚଳୁଛୁ। ଥିଲେ ଖାଉଛୁ ନ ହେଲେ ନାହିଁ। ବିଦ୍ୟୁତ୍‌ ବିଷୟରେ ସରପଞ୍ଚଙ୍କୁ କୁହାଯାଇଥିଲା। କିଛି ହେଲା ନାହିଁ।
-ଯଶୋଦା ପଧାନ, ସାହିବାସୀ
ପାଠପଢ଼ାର ସୁବିଧା ନାହିଁ
କାମଧନ୍ଦା କିଛି ମିଳୁନି। ଗାଁକୁ ରାସ୍ତା ନାହିଁ। ପିଲାମାନେ ପାଠ ପଢିବାର ସୁବିଧା ନାହିଁ। ଅଙ୍ଗନଓ୍ବାଡ଼ିରୁ ଗର୍ଭବତୀ ଓ ଶିଶୁଙ୍କ ପାଇଁ କିଛି ମିଳୁନି। ଖୋଲା କୂଅରେ ପ୍ରଶାସନ ନଳକୂପ ବସେଇଛନ୍ତି। ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଦ କେବେ ଗଁାରେ ପଡ଼ିନି।
-ଅତର ପଧାନ, ସାହିବାସୀ
ଯୋଜନା ସମ୍ପର୍କରେ ଜାଣିପାରୁନୁ
ସାହିର କେତେଜଣଙ୍କୁ ଭତ୍ତା ମିଳିନି। ପାଇଖାନା ସବୁ ଭାଙ୍ଗି ଗଲାଣି। ୨୫ ପରିବାରରୁ ୬ ପରିବାର ଆବାସ ପାଇଛନ୍ତି। କିନ୍ତୁ ସେ ଘର ସବୁ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସରକାରୀ ସୁବିଧା କଥା ଜାଣି ପାରୁନୁ। ପାଖ ଗାଁର ମୁରବି, ରାଜନେତାମାନେ ଯାହା କହୁଛନ୍ତି ତାହା କରୁଛୁ।
-ଲୋକନାଥ ପଧାନ, ସାହିବାସୀ
ନିର୍ବାଚନ ଆସିଲେ ପ୍ରତିଶ୍ରୁତି ମିଳୁଛି
ଲକ୍‌ଡାଉନ୍‌ ବେଳର ଚାଉଳ, ଟଙ୍କା କିଛି ମିଳିନାହିଁ। ୯ ପରିବାର ଡିଲର ଚାଉଳ ପାଉନାହାନ୍ତି। ମୂଲ ମିଳିଲେ ଖାଉଛୁ ନ ହେଲେ ଭୋକରେ ରହିବାକୁ ପଡ଼ୁଛି। ସରକାର ଏତେ ଯୋଜନା କରୁଥିଲେ ମଧ୍ୟ ସାହିକୁ ସୁଫଳ ମିଳୁନି। ଖାଲି ନିର୍ବାଚନ ଆସିଲେ ପ୍ରତିଶ୍ରୁତି ମିଳୁଛି।
-ମୁନା ପଧାନ, ସାହିବାସୀ
ସାହିବାସୀ ବହୁ କଷ୍ଟରେ ଅଛନ୍ତି
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି। ନିର୍ମାଣ କାର୍ଯ୍ୟ ଏଯାଏ ଆରମ୍ଭ ହୋଇନି। ରାସ୍ତା, ପାଣି, ସ୍ବାସ୍ଥ୍ୟ ବ୍ୟବସ୍ଥା, ସ୍କୁଲ, ବିଦ୍ୟୁତ୍‌ ସେବା ନାହିଁ। ଜଙ୍ଗଲ ମଧ୍ୟରେ ରହୁଥିବାରୁ ଆମ ସମସ୍ୟା ସରକାରଙ୍କ ଯାଏ ପହଞ୍ଚିପାରୁନାହିଁ। ସାହିବାସୀ ବହୁ କଷ୍ଟରେ ଅଛନ୍ତି।
-ନେଙ୍କୁରି ପଧାନ, ସାହିବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ

ଭୁବନେଶ୍ୱର,୨୦ା୧୨: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ...

୧୨ ବର୍ଷ ପରେ ବି ମିଳୁନି ସରକାରୀ ସୁବିଧା, ପ୍ରଶାସନିକ ଅବହେଳାର ଶିକାର ବଳିଆ

ଗଞ୍ଜାମ,୨୦ା୧୨(ଅନାଥ ତରାଇ): ସରକାରୀ ଯୋଜନା କାହା ପାଇଁ? ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନିକ ବିଫଳତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ...

ଅଧାପନ୍ତରିଆ ଭିତ୍ତିଭୂମି, ପର୍ଯ୍ୟଟକ ନିରାଶ, ଜରାଜୀର୍ଣ୍ଣ ଅବସ୍ଥାରେ…

ଯାଜପୁର,୨୦ା୧୨(ହର୍ଷବର୍ଦ୍ଧନ ବେହେରା): ଏବେ ପିକ୍‌ନିକ୍‌ ଋତୁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଲାଭ କରିଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri