ସର୍ବସାଧାରଣରେ ଧୂମପାନ ନିଷେଧ ଦିଶାହୀନ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ତମାଖୁ ସେବନ କ୍ୟାନ୍‌ସରର କାରଣ। ସିଗାରେଟ ଓ ଅନ୍ୟ ତମାଖୁ ବ୍ୟବହାରକାରୀଙ୍କ ପାଇଁ ଏପରି ସତର୍କତା ସତ୍ତ୍ୱେ ଲୋକେ ଏହାଠାରୁ ଦୂରେଇ ଯାଇପାରୁନାହାନ୍ତି। ନିଜେ ବିପଦକୁ ଆମନ୍ତ୍ରଣ କରିବା ସହ ସର୍ବସାଧାରଣ ସ୍ଥାନରେ ଧୂମପାନ କରି ସିଗାରେଟ ଆଣ୍ଡ୍‌ ଅଦର ଟବାକୋ ପ୍ରଡକ୍ଟ ଆକ୍ଟ (କୋଟ୍‌ପା) ୨୦୦୩ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ରାଜଧାନୀର ହାଟବଜାରଠୁ ଗଳିକନ୍ଦି, ଡାକ୍ତରଖାନା, ସ୍କୁଲ୍‌, କଲେଜ, ଛକ, ବଜାର ସବୁଠି ସିଗାରେଟ ଧୂଆଁ ଅସହ୍ୟ ହେଉଛି। କମିଶନରେଟ ପୋଲିସ ସେପରି ପଦକ୍ଷେପ ନେଉ ନ ଥିବାରୁ ସହରବାସୀ ଅଜାଣତରେ କ୍ୟାନ୍‌ସର ଓ ଫୁସ୍‌ଫୁସ୍‌ଜନିତ ରୋଗର ଶିକାର ହେଉଛନ୍ତି। ଦିନକୁ ଦିନ ସହରୀ ଜୀବନ ମଧ୍ୟ ବିପଦ ମୁହଁକୁ ଠେଲି ହୋଇଯାଉଛି।
ଆକ୍ଟ ଅନୁସାରେ, ସର୍ବସାଧାରଣ ସ୍ଥାନରେ ଧୂମପାନ ବେଆଇନ। ଉଲ୍ଲଂଘନ କଲେ ଦଣ୍ଡ ରହିଛି। କିନ୍ତୁ ଦଣ୍ଡ ମିଳୁ ନ ଥିବାରୁ ଉଲ୍ଲଂଘନକାରୀମାନେ ଯେଉଁଠି ପାରିଲେ ସେଠି ସିଗାରେଟ ଧୂଆଁଛାଡି ପରିବେଶକୁ ପୂରା ବିଗାଡ଼ି ଦେଉଛନ୍ତି। କୋଟପାକୁ କଡ଼ାକଡ଼ି କରିବା ପାଇଁ ୨୦୧୩ରେ ରାଜ୍ୟ ସରକାର ତମାଖୁ ସେବନ ଉପରେ କଡ଼ା କଟକଣା ଲଗାଇଥିଲେ। ପୋଲିସ ପକ୍ଷରୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇ ଚଢ଼ାଉ ଆରମ୍ଭ ହୋଇଥିଲା। ୨୦୧୪ରେ ସର୍ବାଧିକ ୬୧୩୬ଜଣଙ୍କଠାରୁ ୫ଲକ୍ଷ ୯୦୦ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ୨୦୧୫ରେ ୩୭୫୭ ଜଣଙ୍କଠାରୁ ୩ଲକ୍ଷ ୯୦୦ଟଙ୍କା, ୨୦୧୬ରେ ୧୮୧୦ଜଣଙ୍କ ଠାରୁ ୧ଲକ୍ଷ ୮୨ହଜାର ୭୦୦ଟଙ୍କା, ୨୦୧୭ରେ ୧୪୯୩ ଜଣଙ୍କ ଠାରୁ ୧ଲକ୍ଷ ୬୧ହଜାର ୫୦୦ଟଙ୍କା, ୨୦୧୮ରେ ୯୧୪ଜଣଙ୍କ ନିକଟରୁ ୯୨ହଜାର ୮୫୦ଟଙ୍କା, ୨୦୧୯ରେ ୪୬୩ ଜଣଙ୍କ ଠାରୁ ୫୨ହଜାର ୧୫୦ଟଙ୍କା ଓ ୨୦୨୦ରେ ମାତ୍ର ୫୦ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ମାତ୍ର ୫ହଜାର ୧୫୦ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ହେଲେ ଏବେ ପୋଲିସ ପୂରା ନିଷ୍କ୍ରିୟ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri