ଭୁବନେଶ୍ୱର,୬ା୧(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦ ପୁନର୍ଗଠନ କରାଯାଇଛି। ନବଗଠିତ ପରିଷଦର ସଭ୍ୟମାନେ ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ଜାନୁୟାରୀ ୪ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ପାଇବାର ୩ବର୍ଷ ଅର୍ଥାତ୍ ୨୦୨୪ ଜାନୁୟାରୀ ୫ତାରିଖ ପର୍ଯ୍ୟନ୍ତ ନବନିଯୁକ୍ତ ସଭ୍ୟମାନଙ୍କ କାର୍ଯ୍ୟକାଳ ବୈଧ ରହିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଦସ୍ତଖତରେ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତି ଅନୁଯାୟୀ ସାଧାରଣ ପରିଷଦରେ ମୋଟ ୩୨ଜଣ ସଦସ୍ୟଙ୍କୁ ରଖାଯାଇଛି। ପରିଷଦରେ ୯ଜଣ ପଦାଧିକାରୀ ଏବଂ ବିଭିନ୍ନ ଜିଲା ସହ ରାଜ୍ୟର ବିଭିନ୍ନ ସଙ୍ଗଠନର ସଭାପତି ଓ ସମ୍ପାଦକ ସଦସ୍ୟ ରହିଛନ୍ତି।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି, ଉପସଭାପତି, ବିତ୍ତ ଅଧିକାରୀ ତଥା ଅର୍ଥ ପରାମର୍ଶଦାତା, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ଏକାଡେମୀର ସମ୍ପାଦକ ସାଧାରଣ ପରିଷଦର ସଦସ୍ୟ ଅଛନ୍ତି। ସେହିଭଳି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ଏଥିରେ ସଦସ୍ୟଭାବେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଭୁବନେଶ୍ୱରରୁ କୀର୍ତ୍ତନ ନାରାୟଣ ପାଢୀ ଓ ସଙ୍ଗୀତା ପଣ୍ଡା, ବାଲେଶ୍ୱରରୁ ହେମେନ୍ଦ୍ର ମହାପାତ୍ର, ରାୟଗଡ଼ାରୁ ନରେନ୍ଦ୍ର ମିଶ୍ର, କଟକରୁ ମୀରା ଦାସ ଓ ଚିତ୍ତ ସାହାଣୀ, ସୁବର୍ଣ୍ଣପୁରରୁ ଶାଶ୍ୱତ କୁମାର ତ୍ରିପାଠୀ, ଦିଗପହଣ୍ଡିର ଆଲୋକ ବିଷୋୟୀ ଏବଂ ବରଗଡ଼ର ରବିରତନ ସାହୁ ସଦସ୍ୟ ଅଛନ୍ତି। ସେହିଭଳି ସଙ୍ଗଠନ ମୁଖ୍ୟମାନଙ୍କ ମଧ୍ୟରେ ସମ୍ବଲପୁରର ‘କଲ୍ଚରାଲ ଆସୋସିଏଶନ’, ଖୋର୍ଦ୍ଧାର ‘ପରମ୍ପରା’ ଅନୁଷ୍ଠାନ, ଗଞ୍ଜାମର ‘ଓଡ଼ିଶା ନାଟ୍ୟ ସମାରୋହ ସମିତି’, କଳାହାଣ୍ଡିର ‘ପ୍ରତିଭା’, ଫୁଲବାଣୀର ‘ମୋହନ ଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ’, କଟକର ‘ବିଶ୍ୱନାଥ ସଙ୍ଗୀତାଳୟ’, ସୁନ୍ଦରଗଡ଼ର ‘ସ୍ପନ୍ଦନ’, ଢେଙ୍କାନାଳର ‘ମୀରାବାଇ କଳାବିକାଶ କେନ୍ଦ୍ର’, କୋରାପୁଟର ‘କୋରାପୁଟ କଲ୍ଚରାଲ ସୋସାଇଟି’, କେଉଁଝରର ‘ଦେବଶିଳ୍ପୀ ବିଶ୍ୱକର୍ମା କଣ୍ଢେଇ ନାଚ’, ମୟୂରଭଞ୍ଜର ‘ଦକ୍ଷିଣ ସାହି ଛଉନୃତ୍ୟ ପ୍ରତିଷ୍ଠାନ’, ବାଲେଶ୍ୱରର ‘କଳାକାର’, ପୁରୀର ‘ଅନ୍ନପୂର୍ଣ୍ଣା ଥିଏଟର’ ଏବଂ ବଲାଙ୍ଗୀର ଜିଲାର ‘ସ୍ବର ଝଙ୍କାର’ ଅନୁଷ୍ଠାନର ସଭାପତି କିମ୍ବା ସମ୍ପାଦକ ପରିଷଦରେ ସଦସ୍ୟ ରହିବେ। ଚଳିତବର୍ଷ ପରିଷଦ ପୁନର୍ଗଠନରେ ସ୍ବଚ୍ଛତା ଓ ନିରପେକ୍ଷତାକୁ ପ୍ରାଥମିକତା ଦିଆଯାଇଥିବା ବେଳେ ଅନେକ ନୂଆ ଲୋକଙ୍କୁ ସାମିଲ କରାଯାଇଛି। ପୂର୍ବଥର ଭଳି ଏଥର ପୁରୁଣା ସଦସ୍ୟଙ୍କୁ ପୁନର୍ବାର ସ୍ଥାନିତ କରାଯାଇନାହିଁ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଲୁଦୁ ଜଳପ୍ରପାତ, ୧୦୦ ଫୁଟ ଉପରୁ ପଡୁଛି ପାଣି, ଯିବାକୁ ଚାହୁଁଥିଲେ ଜାଣନ୍ତୁ…
ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ରାଜ୍ୟର ପ୍ରମୁଖ ଜଳପ୍ରପାତଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି କନ୍ଧମାଳ ଜିଲାର ଲୁଦୁ ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ...
ଜୀବିକା ଆଗରେ ଫିକା ପଡ଼ିଛି ହାଡ଼ଭଙ୍ଗା ଶୀତ, ପନିପରିବା ଧରି ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ
ରାଇକିଆ,୨୬ା୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲାରେ ଲାଗି ରହିଛି ହାଡ଼ଭଙ୍ଗା ଶୀତ। କିଛିଦିନ ଧରି କ୍ରମାଗତ ତାପମାତ୍ରା କମ୍ ରହିବା ସହ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।...
ଶୀତ ଲହରି ଜାରି, ଗାଡ଼ି ଚଳାଚଳରେ ବାଧକ ସାଜିଛି କୁହୁଡ଼ି
ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତ ଲହରି ଜାରି ରହିଛି। ଶୁକ୍ରବାର ତାପମାତ୍ରା ୬.୫ ଡିଗ୍ରୀ ରହିଛି। ତେବେ କୁହୁଡି ଯୋଗୁ ଶୀତ...
ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ, ୨୦୦୪ ରୁ ୨୦୦୯ ଯାଏଁ ଥିଲେ….
ଭୁବନେଶ୍ବର,୨୬।୧୨: ପୂର୍ବତନ ବିଧାୟିକାଙ୍କ ପରଲୋକ । କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ବର ସ୍ଥିତ ବାସଭବନରେ ପରଲୋକ ହୋଇଥିବା ସୂଚନା...
ବଡ଼ଧରଣର ଭିଜିଲାନ୍ସ ରେଡ୍: ଏକକାଳୀନ ଫରେଷ୍ଟରଙ୍କ ୫ଟି ଠିକଣାରେ ଚଢ଼ାଉ
ଭୁବନେଶ୍ୱର,୨୬।୧୨: ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଶୁକ୍ରବାର କୋରାପୁଟ ଫରେଷ୍ଟ ଡିଭିଜନ୍ର ଫରେଷ୍ଟର ନିରଞ୍ଜନ ଶତପଥୀଙ୍କର ୫ଟି...
ଐତିହ୍ୟ-ପାରମ୍ପରିକ ଲୋକକଥାର କାହାଣୀ କହେ ଯୋଗୀମଠ ଜଳପ୍ରପାତ, ବିଡିଓ କହିଲେ ରାସ୍ତା ସହ…
ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ରହିଛି। ସେଥିମଧ୍ୟରୁ ଯୋଗୀମଠ ଜଳପ୍ରପାତ ଅନ୍ୟତମ। ତେବେ ଯୋଗୀମଠ ଜଳପ୍ରପାତରେ ପହଞ୍ଚିବା ପାଇଁ ସବୁଦିନିଆ...
ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ
ମାଲକାନଗିରି,୨୬।୧୨: ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ । ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ନିହାର ସରକାରଙ୍କ ନାମରେ ପୂର୍ବରୁ ଦୁର୍ନୀତି...
ଘରେ ରୋଷେଇ କରୁଥିବାବେଳେ ଯୁବତୀଙ୍କୁ ଏକୁଟିଆ ପାଇ ବଳାତ୍କାର କଲେ ଯୁବକ, ସୁଇସାଇଡ୍ ନୋଟ୍ ଲେଖି ନେଲେ ଏମିତି ନିଷ୍ପତ୍ତି…
ଚାନ୍ଦବାଲି,୨୬।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲିରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଚାନ୍ଦବାଲିରେ...
Archives


