ଅସଲି ନାଁରେ ନକଲି କାରବାର

ବରଗଡ଼ ଅଫିସ୍‌,୫।୧: ବରଗଡ଼ ଜିଲାରେ ଅସଲି ବ୍ରାଣ୍ଡ୍‌ ଆଳରେ ନକଲି କାରବାର ଚାଲିଛି। ସାର, ବିହନ, କୀଟନାଶକକୁ ଅସଲି ବ୍ରାଣ୍ଡ୍‌ ଦର୍ଶାଇ ବିଭିନ୍ନ କମ୍ପାନୀ ଏଭଳି କାରବାର କରୁଛନ୍ତି। ପୂର୍ବରୁ ନିମ୍ନମାନର ବିହନ, କୀଟନାଶକ, ସାର ପ୍ରୟୋଗ କରି ଜିଲାର ଚାଷୀମାନେ କ୍ଷତି ସହିଛନ୍ତି। ବର୍ତ୍ତମାନ ସମ୍ପୃକ୍ତ ନକଲି କମ୍ପାନୀ ଜିଲାରେ କାୟା ବିସ୍ତାର କରିଥିବାରୁ ତାହା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ଜିଲାରେ ରବିଋତୁରେ ୭୯ହଜାର ୬୦ହେକ୍ଟର ଜମିରେ ଧାନଚାଷ ହୋଇଥାଏ। ଏଥିପାଇଁ ୮ହଜାର ଲିଟର କୀଟନାଶକ ଏବଂ ୧ହଜାର କୁଇଣ୍ଟାଲ ବିହନ ଦରକାର। ଚାଷୀଙ୍କୁ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଉତ୍ତମ ଗୁଣମାନର ସାର, ବିହନ, କୀଟନାଶକ ଯୋଗାଇବା ପାଇଁ ଜିଲାରେ ଲାଇସେନ୍ସପ୍ରାପ୍ତ ୪୭୧ଜଣ ସାର ବିକ୍ରେତା, ୫୨୬ଜଣ କୀଟନାଶକ ବିକ୍ରେତା ଏବଂ ୩୬୩ଜଣ ବିହନ ବିକ୍ରେତା ରହିଛନ୍ତି। କିନ୍ତୁ ବିଭିନ୍ନ କମ୍ପାନୀର କର୍ମଚାରୀ ରବିଚାଷ ଆରମ୍ଭରୁ ଚାଷୀଙ୍କୁ ପ୍ରଲୋଭନ ଦେଖାଇ ନକଲି ସାର, କୀଟନାଶକ, ବିହନ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି। ଗତ ୩୧ତାରିଖରେ ବରଗଡ଼ରେ ଜିଲାରେ ଏକ ନାମୀଦାମୀ କମ୍ପାନୀର ବ୍ରାଣ୍ଡ୍‌ ବ୍ୟବହାର କରି କିଛି ଅସାଧୁ ବ୍ୟବସାୟୀ ନକଲି କୀଟନାଶକ ବିକ୍ରି କରୁଥିବା ବେଳେ ଧରାପଡ଼ିଛନ୍ତି। ମାତ୍ର ଏହା ସମ୍ପୃକ୍ତ ଅସଲି କମ୍ପାନୀ କର୍ତ୍ତୃପକ୍ଷଙ୍କ ଜ୍ଞାତସାରରେ ରହିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସେ ନେଇ ପୋଲିସରେ କୌଣସି ଏତଲା ଦିଆଯାଇନାହିଁ। ଏଥିରୁ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ଭୂମିକା ଆହୁରି ସନ୍ଦେହଜନକ ହୋଇ ପଡ଼ିଛି।
ସମ୍ପୃକ୍ତ କମ୍ପାନୀର କର୍ମଚାରୀ ବି.ବି ରେଡ୍ଡୀ କହିଛନ୍ତି, ସେ ବରଗଡ଼ ଏବଂ ସମ୍ବଲପୁର ଜିଲା ଦାୟିତ୍ୱରେ ରହିଛନ୍ତି। ଗତ ଦୁଇଦିନ ତଳେ ସେ ପରିଦର୍ଶନରେ ଆସିଥିବାବେଳେ ସେଭଳି ନକଲି କାରବାର ତାଙ୍କ ଦୃଷ୍ଟିକୁ ଆସିଥିଲା ଏବଂ ଗତବର୍ଷ ମଧ୍ୟ ଏଭଳି ନକଲି କାରବାର ହୋଇଥିଲା ବୋଲି ରେଡ୍ଡୀ କହିଛନ୍ତି। ଅନ୍ୟପଟେ ସୋମବାର ସମ୍ପୃକ୍ତ କମ୍ପାନୀର କର୍ମଚାରୀ ଅତାବିରା ଅଞ୍ଚଳର କୀଟନାଶକ ବିକ୍ରେତା ଏବଂ କିଛି ଚାଷୀଙ୍କୁ ନେଇ ବରଗଡ଼ ଜିଲାପାଳଙ୍କ ଅଫିସକୁ ଆସିଥିଲେ। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ଏ ନେଇ ପୋଲିସରେ ଏତଲା ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ଖବର ଲେଖାହେବା ସୁଦ୍ଧା ସମ୍ପୃକ୍ତ କମ୍ପାନୀ କର୍ମଚାରୀ ବରଗଡ଼ ଟାଉନ ଥାନାରେ ଏତଲା ଦେଇ ନ ଥିବା ଆଇଆଇସି ସଦାନନ୍ଦ ପୂଜାହାରୀ କହିଛନ୍ତି। ଏ ସମ୍ପର୍କରେ ବରଗଡ଼ ମୁଖ୍ୟ ଜିଲା କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀଙ୍କୁ ପଚାରିବାରୁ ସେ କହିଥିଲେ, ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଅଭିଯୋଗ ମିଳିନାହିଁ। ପୂର୍ବରୁ ଯେଉଁ ଅଭିଯୋଗ ଆସିଥିଲା, ସେ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କଠାରୁ ସାର, ବିହନ, କୀଟନାଶକ କିଣିବା ପରେ ବିଲ୍‌, ରସିଦ ନେବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଗାନ୍ଧୀ କହିଥିଲେ।

 

ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri