Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ନୂଆ ପ୍ୟାଣ୍ଟ ଶାର୍ଟ କିଣିଥିଲି: ଡ.ଶ୍ୟାମସୁନ୍ଦର ରଥ

ପୁରୀ ଜିଲ୍ଲା ଗୌଡବାଡ ସାହିରେ ମୋ ଜନ୍ମ। ଏସ୍‌ ସିଏସ୍‌ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ସାରି ବାଣୀବିହାରରେ ଏମ୍‌.ଏ ପଢିବାକୁ ଆଡମିସନ୍‌ ନେଇଥିଲି। କିନ୍ତୁ ଯେହେତୁ ମୁଁ କଲେଜ କ୍ୟାରିୟରରେ ଓ୍ବେଟ୍‌ ଲିଫ୍ଟିଂରେ ୩ଥର ଗୋଲ୍ଟ ମେଡାଲ୍‌ ପାଇବା ସହ ୟୁର୍ନିଭସିଟି କ୍ୟାପଟେନ୍‌ ଥିଲି। ତା’ସହିତ ଅଲ୍‌ ଇଣ୍ଡିଆ ଇଣ୍ଟର ୟୁର୍ନିଭସିଟି ଓ୍ବେଟ୍‌ ଲିଫ୍ଟିଂ କମ୍ପିଟିଶନରେ ୫ଥର ଭାଗ ନେଇଥିଲି, ତେଣୁ ସେହି ଲାଇନ୍‌ ରେ କ୍ୟାରିୟର କଲେ ଭଲ ସଫଳତା ମିଳିବ ବୋଲି ମୋର ଜଣେ ସମ୍ପର୍କୀୟ ମାମୁଁ ରଘୁନାଥ ସାହୁ କହିବାରୁ ଏମ୍‌. ଏ ପଢ଼ା ଅଧାରୁ ଛାଡିଦେଲି। ଆଉ ଗ୍ବାଲିୟର୍‌ ଯାଇ ଲକ୍ଷ୍ମୀବାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଫିଜିକାଲ୍‌ ଏଜୁକେସନରୁ ଫିଜିକାଲ୍‌ ଏଜୁକେସନରେ ଏମ୍‌.ଏ କଲି। ତା’ପରେ ପଟିଆଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ସ୍ପୋଟର୍‌ସରୁ ଓ୍ବେଟ୍‌ ଲିଫ୍ଟିଂରେ ଡିପ୍ଲୋମା କୋର୍ସ ସାରିଲି। ଏହି କୋର୍ସ ସମାପ୍ତ ପରେ ମୋର ଉଚ୍ଚ ଅଭିଳାଷା ଥିଲା ସ୍ପୋଟର୍‌ସ ଅଥୋରିଟି ଅଫ୍‌ ଇଣ୍ଡିଆରେ କୋଚ୍‌ ଭାବେ ଜଏନ୍‌ କରିବାକୁ। କିନ୍ତୁ ସେହି ସୂଯୋଗ ମୋତେ ମିଳିଲା ନାହିଁ। ତେଣୁ ଆଶା ମୋର ମଉଳି ଗଲା। ସେହି ଅଭିମାନରେ ମୁଁ ଆଉ ଷ୍ଟେଟ୍‌ ଗଭର୍ନମେଣ୍ଟରେ ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦେଲି ନାହିଁ। ତା’ ବଦଳରେ ବିଭିନ୍ନ ବେସରକାରୀ ସଂସ୍ଥାରେ କାମ କରିବାକୁ ଲାଗିଲି। ପ୍ରଥମେ ଖୋର୍ଦ୍ଧା ଗୁରୁଜଙ୍ଗରେ ଥିବା ଶିକ୍ଷକ ମହାସଂଘ ଇନଷ୍ଟିଚ୍ୟୁଟ ଅଫ୍‌ ଏଜୁକେସନରେ ଫିଜିକାଲ୍‌ ଏଜୁକେସନର ଆଧ୍ୟାପକ ଭାବେ ଜଏନ୍‌ କଲି। ସେଠି ମୋତେ ୭୮୭ ଟଙ୍କା ୫୦ ପଇସା ଦରମା ମିଳିଲା, ଯାହାକି ଥିଲା ମୋର ପ୍ରଥମ ରୋଜଗାର। ଘରର ଚଳଣି ଭଲ ଥିବାରୁ ମୋ ଦରମା ଟଙ୍କା ଘରେ କିଛି ଆବଶ୍ୟକ ହେଲା ନାହିଁ। ତେଣୁ ସେହି ଟଙ୍କାରେ ନିଜ ପାଇଁ କିଛି ହଳ ନୂଆ ପ୍ୟାଣ୍ଟସାର୍ଟ ଓ ଜୋତା କିଣିବା ସହ ଘର ପାଇଁ ମିଠା କିଣିଥିଲି। ଆଉ ବାକି ଟଙ୍କାରେ ସାଙ୍ଗମାନଙ୍କ ସହ ଭୋଜି କରିଥିଲି। ଏହି ଇନଷ୍ଟିଚ୍ୟୁଟରେ କିଛିଦିନ ଅଧ୍ୟାପକ ଓ ପରେ ପ୍ରିନ୍ସିପାଲ୍‌ ଦାୟିତ୍ୱ ସମ୍ଭାଳିବା ପରେ ଓଡିଶା ସମରକଳା ଏକାଡେମୀରେ ବି ଅଳ୍ପଦିନ ପ୍ରିନ୍ସିପାଲ୍‌ ଦାୟିତ୍ୱରେ ରହିଥିଲି। ଆଉ ତା’ରି ଭିତରେ ହିଁ ଓଡ଼ିଆ ସମରକଳା ଉପରେ ପିଏଚଡି କାମ ଆରମ୍ଭ କରି ଦେଇଥିଲି। ତା’ସହିତ ଫିଜିକାଲ୍‌ ଏଜୁକେସନରେ ନେଟ୍‌ ପରୀକ୍ଷା ଦେଇ ସେଥିରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲି। ଏହାପରେ କିଛିଦିନ ଓଡିଶାରେ ଯେତେକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଥିଲା, ତା’ର ପ୍ରାନ୍ତ ଶାରୀରିକ ଶିକ୍ଷା ବିଶେଷଜ୍ଞ ଭାବେ କାର୍ଯ୍ୟ କରିବା ପରେ ଲୁଧିଆନା ଯାଇ ସେଠାକାର ଏକ ଫାଇଭ୍‌ ଷ୍ଟାର୍‌ ହୋଟେଲରେ ଥିବା ହେଲ୍‌ଥ କ୍ଲବର ମ୍ୟାନେଜର ଦାୟିତ୍ୱରେ ରହିଲି। କିଛିଦିନ ପରେ ପୁଣି ଓଡିଶା ଫେରିଆସି ଭୂବନେଶ୍ୱରର ଏକ ଇଂଜିନିୟରିଂ କଲେଜରେ ୧୦ ବର୍ଷ ସ୍ପୋଟର୍‌ସ ଅଫିସର ଓ ପରେ ପ୍ରମୋସନ ପାଇ ଆସିଷ୍ଟାଣ୍ଟ ପ୍ରଫେସର ଦାୟିତ୍ୱରେ ରହିଥିଲି। ତା’ପରେ ବାଲିଆପାଳ କଲେଜ ଅଫ୍‌ ଫିଜିକାଲ୍‌ ଏଜୁକେସନରେ ୭/୮ ମାସ ଆସୋସିଏଟ୍‌ ପ୍ରଫେସର ରହି ଗୋଆ ଗଲି ଆଉ ସେଠାକାର ଏକ କଲେଜର ଫିଜିକାଲ୍‌ ଏଜୁକେସନ ଡିପାର୍ଟମେଣ୍ଟରେ ଆସୋସିଏଟ୍‌ ପ୍ରଫେସର ଓ ଏଚ୍‌ଓଡି ଦାୟିତ୍ୱରେ ରହିଲି। ଆଉ ଏବେ ମୁଁ ନ୍ୟାସନାଲ ସ୍ପୋଟର୍‌ସ ୟୁର୍ନିଭସିଟି ଇମ୍ଫାଲରେ ସ୍ପୋଟର୍‌ସ କୋଚିଂ ଡିପାର୍ଟମେଣ୍ଟର ଆସୋସିଏଟ୍‌ ପ୍ରଫେସର ଓ ଏଚ୍‌ଓଡି ଦାୟିତ୍ୱ ସମ୍ଭାଳୁ ଅଛି। ଏଥିସହିତ ଫିଜିକାଲ୍‌ ଏଜୁକେସନ ଉପରେ ଦେଶବିଦେଶରେ ଅନେକ ସେମିନାର୍‌ ପ୍ରେଜେଣ୍ଟେଶନ କରି ବହୁ ସମ୍ମାନିତ ଓ ପ୍ରଶଂସିତ ମଧ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri