ପ୍ରାଣୀ ପ୍ରେମରେ ଜାପାନବାସୀ

ଟୋକିଓ: ଜାପାନର ଯୁବପିଢ଼ିଙ୍କ ମଧ୍ୟରେ ବିବାହ ପ୍ରତି ବିତୃଷ୍ଣା ମନୋଭାବ ଦେଖିବାକୁ ମିଳିଛି। ଏହାର ପ୍ରଭାବ ପଡ଼ିଛି ଜନ୍ମହାର ଉପରେ। ଅବିବାହିତ ଯୁବତୀଯୁବକ ଏବଂ ନିଃସନ୍ତାନ ଦମ୍ପତି ନିଜର ମାନସିକ ଅବଷାଦ ମେଣ୍ଟାଇବାକୁ ଗୃହପାଳିତ ପ୍ରାଣୀଙ୍କ ପ୍ରତି ଅଧିକ ସଉକ ଦେଖାଉଛନ୍ତି। ଜାପାନରେ ବିଲେଇ, କୁକୁର ଭଳି ପୋଷାଜୀବଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିବାରେ ଲାଗିଛି। ଫଳରେ ଶିଶୁଙ୍କ ଅପେକ୍ଷା ଏବେ ଏଭଳି ପାଳିତ ପ୍ରାଣୀଙ୍କ ପଞ୍ଜୀକରଣ ଲାଗି ଦୈନିକ ଲାଗୁଛି ଲମ୍ବା ଲାଇନ।
ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ନଜର ରଖୁଥିବା ‘ଗୋଲ୍ଡମ୍ୟାନ୍‌ ସଚ୍‌’ ଜାପାନରେ ଭିନ୍ନ ଟ୍ରେଣ୍ଡ୍‌ ଠଉରାଇଛି। ଜାପାନର ଅର୍ଥବ୍ୟବସ୍ଥା ପ୍ରଭାବିତ ହେବା ପଛରେ ଜନ୍ମହାର ହ୍ରାସକୁ ପ୍ରମୁଖ କାରଣ ଭାବେ ବିଚାରକୁ ନେଇ ସଂସ୍ଥା ସର୍ଭେ କରିଥିଲା। ଏଥିରୁ ଅପ୍ରତ୍ୟାଶିତ ଜୀବନଶୈଳୀ ସାମ୍ନାକୁ ଆସିଛି। ଏଠାକାର ଦେଶବାସୀ ଛୁଆ ଅପେକ୍ଷା ପ୍ରାଣୀ ପାଳନ ପ୍ରତି ବେଶି ଆଗ୍ରହୀ ବୋଲି ଜଣାପଡ଼ିଛି। ଜାପାନରେ ପ୍ରାଣୀପାଳନ ଲାଗି ସ୍ବତନ୍ତ୍ର ଗାଇଡ୍‌ ଲାଇନ୍‌ ରହିଛି। ଏଥିଲାଗି ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ। କେବଳ ଏତିକି ନୁହେଁ, ବିଦେଶଯାତ୍ରାରେ ସାଙ୍ଗରେ କୌଣସି ପ୍ରାଣୀକୁ ନେଉଥିଲେ ସ୍ବତନ୍ତ୍ର ଅନୁମତି ଅପରିହାର୍ଯ୍ୟ। ସେମାନଙ୍କର ଭିନ୍ନ ପରିଚୟ ପତ୍ର ଥାଏ। ଏସବୁ ପ୍ରକ୍ରିୟାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ବି ଜାପାନବାସୀ ଏହି ମୂଲ୍ୟ ଦେବାକୁ ପ୍ରସ୍ତୁତ। ଶିଶୁକୁ ପାଳିପୋଷି ମଣିଷ କରିବାର ଦାୟିତ୍ୱ ମୁଣ୍ଡାଇବାକୁ ଚାହଁୁ ନ ଥିବା ବ୍ୟକ୍ତି କୁକୁର କିମ୍ବା ବିଲେଇଟିଏ ପାଳିବାକୁ ଅଗ୍ରାଧିକାର ଦେଉଛନ୍ତି। ସ୍ଥଳବିଶେଷରେ କହିଲେ ଏବେ ଜାପାନରେ ଶିଶୁଙ୍କ ସ୍ଥାନ ପୋଷାପ୍ରାଣୀ ନେଇ ସାରିଛନ୍ତି ବୋଲି ‘ଗୋଲ୍ଡମ୍ୟାନ୍‌ ସାଚ୍‌’ ପକ୍ଷରୁ କୁହାଯାଇଛି।

୨୦୧୪ରେ ଜାପାନରେ ୧୫ ବର୍ଷ ବୟସର ୧୬.୫ ମିଲିୟନ ଶିଶୁ ରହିଥିବାବେଳେ ବିଲେଇ, କୁକୁର ଭଳି ପୋଷାପ୍ରାଣୀଙ୍କ ସଂଖ୍ୟା ଥିଲା ୨୧.୩ ମିଲିୟନ। ସେହିପରି ଗୋଟିଏ ସନ୍ତାନ ନୀତି ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି, ଯାହା ପୂର୍ବରୁ ନ ଥିଲା। ଏହା ପଛର ପ୍ରମୁଖ କାରଣ ବୃତ୍ତିକ୍ଷେତ୍ରକୁ ନେଇ ନିଶା। ଜାପାନିଜମାନେ ନିଜ ବୃତ୍ତିଗତ ଜୀବନକୁ ନେଇ ବେଶ୍‌ ସତର୍କ। ଦେଶପ୍ରେମୀ ଭାବନା ଏବଂ ବିଶ୍ୱ ମାନଚିତ୍ରରେ ଦେଶକୁ ସ୍ବତନ୍ତ୍ର ସ୍ଥାନ ଦେବାକୁ ସେମାନେ ସର୍ବଦା ଚେଷ୍ଟିତ। ତେଣୁ ଦେଶର କର୍ମଜୀବୀମାନେ ଛୁଟି ମଧ୍ୟ ନିଅନ୍ତି ନାହିଁ। ଅପରପକ୍ଷେ କର୍ମ କ୍ଷେତ୍ରରେ ମାନସିକ ଚାପ ହ୍ରାସ ଲାଗି ଏବେ ଅନେକଗୁଡ଼ିଏ କମ୍ପାନୀ ବାର୍ଷିକ ୧୪ଦିନ ଛୁଟି ନେବା ବାଧ୍ୟତାମୂଳକ କରିଛନ୍ତି।

ଅପରପକ୍ଷେ ଏଠାରେ ମହିଳା ଏବଂ ପୁରୁଷ ଉଭୟେ କର୍ମପ୍ରବଣ। ଏପରି ସ୍ଥଳେ ଶିଶୁ ଜନ୍ମ କରିବା, ଠିକ୍‌ ଭାବେ ଦେଖାରଖା କରିବାକୁ ସେମାନେ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି। ବିଜନେସ ଇନ୍‌ସାଇଡ୍‌ର ଏକ ରିପୋର୍ଟ ଅନୁଯାୟୀ ଏଭଳି ଧାରଣା ନ ବଦଳିଲେ ଆସନ୍ତା ୨୦ ବର୍ଷରେ ଜାପାନରୁ ମୋଟ ଜନସଂଖ୍ୟାର ୩୫ ପ୍ରତିଶତ ୮୦ବର୍ଷ ଆୟୁ ବିଶିଷ୍ଟ ହୋଇଯାଇଥିବେ। ସେହିପରି ୨୦୨୫ ସୁଦ୍ଧା ଜାପାନର ୩ଜଣରୁ ଜଣକ ବୟସ ୬୫ ବର୍ଷରୁ ଅଧିକ ହୋଇଯିବ। ବୟସ୍କଙ୍କ ସଂଖ୍ୟା ବଢ଼ିବାର କୁପ୍ରଭାବ ଉଭୟ ଅର୍ଥନୈତିକ ଏବଂ ସାମାଜିକ ବ୍ୟବସ୍ଥାକୁ ପ୍ରଭାବିତ କରିବ। ଏଭଳି ଧାରା ଜାରି ରହିଲେ ଆସନ୍ତା ୫୦ ବର୍ଷରେ ଜାପାନର ଜନସଂଖ୍ୟା ୮୦ ମିଲିୟନ ତଳକୁ ଖସିଆସିବା ଆଶଙ୍କା ବେଶି।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri