ଅବହେଳିତ ପର୍ଯ୍ୟଟନସ୍ଥଳୀ ସିଦିଙ୍ଗି ଘାଇ

ଖଜୁରିପଡ଼ା/ବଳସକୁମ୍ପା, ୨।୧(ଡି.ଏନ.ଏ.): ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଶୀତଦିନର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ମାତ୍ର କନ୍ଧମାଳର ଶୀତ ନିଆରା। ଜିଲାର ବିଭିନ୍ନ ସ୍ଥାନରେ ଶୀତଦିନେ ତୁଷାରପାତ ହେଉଥିବାରୁ ଏଠାକୁ ପ୍ରତିବର୍ଷ ଡିସେମ୍ବର ଓ ଜାନୁୟାରୀରେ ପର୍ଯ୍ୟଟକଙ୍କ ସୁଅ ଛୁଟେ। ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକ ଶୀତର ମଜା ନେବାସହ ବଣଭୋଜି କରିଥାନ୍ତି। ମାତ୍ର ଏବେବି ଜିଲାର ବହୁ ପର୍ଯ୍ୟଟନସ୍ଥଳୀ ଅବହେଳିତ ଅବସ୍ଥାରେ ରହିଛି। ସେଥି ମଧ୍ୟରୁ ଜିଲାର ପ୍ରବେଶ ପଥ ଖଜୁରିପଡା ବ୍ଲକର ସିଦିଙ୍ଗି ଘାଇ ଅନ୍ୟତମ। ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ବଣଭୋଜି କରିବାକୁ ବେଶୀ ପସନ୍ଦ କରନ୍ତି। ଡ଼୍ୟାମ ହୁଡାରେ ଛିଡ଼ା ହୋଇ ଶୀତୁଆ ସକାଳ ସହ ସୂର୍ଯ୍ୟୋଦୟର ଭରପୁର ମଜା ନେଇଥାନ୍ତି ପର୍ଯ୍ୟଟକ। ବିସ୍ତୀର୍ଣ୍ଣ ଜଳାରାଶି ସହ ଘଞ୍ଚ ଜଙ୍ଗଲ ଓ ପାହାଡ ପର୍ଯ୍ୟଟକଙ୍କୁ ଟାଣିଆଣିଥାଏ ଏହି ସ୍ଥାନକୁ।
କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏଠାକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ଏଥିସହ ମହିଳା ମାନଙ୍କ ପାଇଁ ଶୌଚାଳୟ କିମ୍ବା ବଣଭୋଜି ପାଇଁ ପିଣ୍ଡି ସହ ପାନୀୟ ଜଳ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ନାହିଁ। କିନ୍ତୁ ଏହା ମାନଚିତ୍ରରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି। ଏହି ସ୍ଥାନକୁ ଯିବାକୁ ହେଲେ ଖାଲଖମା ଭର୍ତ୍ତି ପିଚୁ ରାସ୍ତା ଦେଇ ଯିବାକୁ ପଡ଼େ। ସେହିପରି ଏହି ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା ନାହିଁ। ବିଭିନ୍ନ ସମୟରେ ଅଘଟଣ ଘଟିବାର ମଧ୍ୟ ନଜିର ରହିଛି।
ପ୍ରକାଶଥାଉକି, ୨୦୧୯ ଜାନୁୟାରୀ ୨ରେ କେତେଜଣ ଯୁବତୀ ଯୁବକ ବଣ ଭୋଜି କରିବାକୁ ଆସିଥିବାବେଳେ ଦୁର୍ଘଟଣା ଘଟିଥିଲା। ଡ଼୍ୟାମ୍‌ ଭିତରେ ଅହୁଲା ଡଙ୍ଗାରେ ସେମାନେ ବୁଲୁଥିବା ବେଳେ କୌଣସି କାରଣରୁ ଡଙ୍ଗାଟି ଓଲଟି ପଡିଥିଲା ଓ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଏଭଳି ଦୁର୍ଘଟଣା ଏବଂ ଡ଼୍ୟାମର ସମସ୍ୟାକୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ଜିଲା ପ୍ରଶାସନ ଦୃଷ୍ଟି ଦେଉନାହିଁ। ଡ୍ୟାମ ହୁଡାରେ ଗାଡ଼ି ଚଳାଚଳ ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିବା ସତ୍ତ୍ୱେ କେହି ଆକଟ କରୁ ନଥିବାରୁ ଗାଡି ଚଳାଚଳ କରୁଛି। ଅର୍ଥନେଇ ହୁଡାକୁ ଗାଡି ଛଡା ଯାଉଥିବାମଧ୍ୟ ପର୍ଯ୍ୟଟକମାନେ କହୁଛନ୍ତି। ହୁଡାରେ ମାଟି ଧୋଇ ନଯିବା ପାଇଁ ଘାସ ଲଗାଯାଇଥିବାବେଳେ ଗୋରୁ ଚରି ନଷ୍ଟ କରିଦେଉଛନ୍ତି। ତେଣୁ ଜିଲା ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ଏବଂ ସୁରକ୍ଷା ବ୍ୟବସ୍ଥା ଓ ଗମନାଗମନ ବ୍ୟବସ୍ଥା କରିବା ପାଇଁ ପର୍ଯ୍ୟଟକ ଓ ଅଞ୍ଚଳବାସୀ ଦାବି କରିଛନ୍ତି।

(ବୈଦ୍ୟନାଥ ବେହେରା)


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri