Posted inଫୁରସତ

କୋରିଆର କୃତ୍ରିମ ସୂର୍ଯ୍ୟ

ସିଓଲ: ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଅକ୍ଷୟ ଊର୍ଜା ସବୁ ସମୟରେ ଓ ସବୁ ସ୍ଥାନରେ ବ୍ୟବହାରଯୋଗ୍ୟ ହୋଇପାରୁ ନ ଥିବାରୁ କୃତ୍ରିମ ସୂର୍ଯ୍ୟ ତିଆରି ପାଇଁ ଗବେଷଣା ଜାରି ରହିଛି। ପୃଥିବୀ ଭିତରେ ମନୁଷ୍ୟକୃତ ଉପାୟରେ ବିଶାଳ ମାତ୍ରାରେ ଊର୍ଜା ପରିପୂର୍ଣ୍ଣ ଶକ୍ତି ଉତ୍ସ ତିଆରି କରିବାରେ ପାଦେ ଆଗରେ ରହି ନୂଆ ରେକର୍ଡ କରିଛି ଦକ୍ଷିଣ କୋରିଆ। ଆଣବିକ ବା ନ୍ୟୁକ୍ଲିୟର ଶକ୍ତିକୁ ଉତ୍ସ ଭାବେ ଏଥିରେ ବ୍ୟବହାର କରାଯାଇଛି। ଅତି ଉଚ୍ଚ ତାପମାତ୍ରା ବିଶିଷ୍ଟ ପ୍ଲାଜ୍‌ମାକୁ କୃତ୍ରିମ ସୂର୍ଯ୍ୟ ମଧ୍ୟରେ ପ୍ରାୟ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧରି ରଖିବାର କ୍ଷମତା ସୃଷ୍ଟି କରାଯାଇପାରି ଥିବାରୁ ତାହା ଗବେଷକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି। ପୂର୍ବରୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ପ୍ଲାଜମା ସମ୍ଭାଳିବା କ୍ଷମତା ବିଶିଷ୍ଟ ଏଭଳି କୃତ୍ରିମ ଉତ୍ସ ତିଆରି ହୋଇପାରି ନ ଥିବାବେଳେ ଦକ୍ଷିଣ କୋରିଆର ଏହି ସଫଳତା ଏକ ନୂଆ ଆଶା ସଞ୍ଚାର କରିଛି।

ଆମେରିକାର ସିଓଲ୍‌ ନ୍ୟାଶନାଲ ୟୁନିଭର୍ସିଟି ଏବଂ କଲମ୍ବିଆ ୟୁନିଭର୍ସିଟିର ମିଳିତ ପ୍ରୟାସରେ ୧୦ କୋଟି ଡିଗ୍ରୀ ସେଲସିୟସରୁ ଅଧିକ ଆୟନ ତାପମାତ୍ରାରେ ପ୍ଲାଜ୍‌ମା ଧରି ରଖିବାରେ ସଫଳତା ମିଳିଥିବା କୋରିଆ ସୁପରକଣ୍ଡକ୍ଟିଂଥୋକାମାକ୍‌ ଆଡ୍‌ଭାନ୍ସଡ୍‌ ରିସର୍ଚ୍ଚ (କେଷ୍ଟାର) ଅନୁସନ୍ଧାନ କେନ୍ଦ୍ର ଘୋଷଣା କରିଛି। ଗତ ବର୍ଷ ମଧ୍ୟ ଏହି ଗବେଷଣା ଚାଲିଥିବାବେଳେ ମାତ୍ର ୮ ସେକେଣ୍ଡ ପାଇଁ ପ୍ଲାଜ୍‌ମାକୁ ସୁପରକଣ୍ଡକ୍ଟର ଧରି ରଖିପାରିଥିଲା। ସେହିପରି ୨୦୧୮ରେ ପ୍ରଥମ ଥର ପାଇଁ ମାତ୍ର ୧.୫ ସେକେଣ୍ଡ ପର୍ଯ୍ୟନ୍ତ କୃତ୍ରିମ ସୂର୍ଯ୍ୟ ଉଚ୍ଚ ତାପମାତ୍ରାର ପ୍ଲାଜ୍‌ମା ରଖିପାରିବାରେ ସକ୍ଷମ ହୋଇଥିଲା। ଅନୁସନ୍ଧାନକାରୀମାନେ ହାଇଡ୍ରୋଜେନ୍‌ ଆଇସୋଟୋପ୍‌ ସାହାଯ୍ୟରେ ଫ୍ୟୁଜନ ପ୍ରତିକ୍ରିୟାଗୁଡ଼ିକୁ ପୁନଃ ସୃଷ୍ଟି କରିଥିଲେ। ଏହାକୁ ସମ୍ପୃକ୍ତ କଣ୍ଡକ୍ଟର ବା କୃତ୍ରିମ ସୂର୍ଯ୍ୟ ମଧ୍ୟରେ ରଖାଯିବା ପରେ ପ୍ଲାଜ୍‌ମା ସୃଷ୍ଟି ହୋଇଥିଲା। ପରେ ସେଥିରୁ ଆୟନ ଏବଂ ଇଲେକ୍‌କ୍ଟ୍ରୋନ ଅଲଗା ହୋଇଯାଇଥିଲା। ଏହାର ତାପମାତ୍ରା ବଢ଼ାଇବା ପରେ ମଧ୍ୟ କଣ୍ଡକ୍ଟର ନିଜ ମଧ୍ୟରେ ଏହାକୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧରି ରଖିବାରେ ସକ୍ଷମ ହୋଇଥିଲା। ଏକ ସ୍ବଚ୍ଛ ଏବଂ ଅକ୍ଷୟ ଶକ୍ତି ଉତ୍ସ ସୃଷ୍ଟି ପାଇଁ ଆଣବିକ ଫ୍ୟୁଜନ ପ୍ରକ୍ରିୟାକୁ ହିଁ ବୈଜ୍ଞାନିକମାନେ ବ୍ୟବହାର କରିଥିଲେ।

କେଷ୍ଟାରରେ କାର୍ଯ୍ୟ କରୁଥିବା ଅନୁସନ୍ଧାନକାରୀମାନେ ୩୦୦ ସେକେଣ୍ଡ ପର୍ଯ୍ୟନ୍ତ କ୍ରମାଗତ ଭାବେ ଉତ୍ତପ୍ତ ପ୍ଲାଜ୍‌ମା ଧରି ରଖିବାର କ୍ଷମତା ଥିବା କଣ୍ଡକ୍ଟର ବା କୃତ୍ରିମ ସୂର୍ଯ୍ୟ ସୃଷ୍ଟି ଦିଗରେ ଲାଗିପଡିଛନ୍ତି। ଏଥିସହ ଆୟନର ତାପମାତ୍ରା ୧୦ କୋଟି ଡିଗ୍ରୀରୁ ଅଧିକ ରଖାଯିବ। ୨୦୨୫ ସୁଦ୍ଧା ସେମାନେ ଏ ଦିଗରେ ସଫଳତା ହାସଲ ପାଇଁ ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri