Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟ ବେଙ୍ଗଲ- ଚେନ୍ନାଇନ୍‌ ମ୍ୟାଚ୍‌ ଡ୍ର

ଭାସ୍କୋଡାଗାମା, ୨୭।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଇଷ୍ଟ ବେଙ୍ଗଲ ଓ ଚେନ୍ନାଇନ୍‌ ଏଫ୍‌ସି ମଧ୍ୟରେ ଖେଳଯାଇଥିବା ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଏହି ୩୯ତମ ମ୍ୟାଚରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ଉଭୟ ଦଳ ତରଫରୁ ଦୁଇଟି ଲେଖାଏ ଗୋଲ ସ୍କୋର କରାଯାଇଥିଲା। ଏଥିସହ ଚେନ୍ନାଇନ୍‌ ୭ଟି ମ୍ୟାଚ ଖେଳି ୨ଟି ବିଜୟ, ୩ଟି ଡ୍ର ଓ ୨ଟି ପରାଜୟ ସହ ୯ ପଏଣ୍ଟ ହାସଲ କରି ତାଲିକାର ସପ୍ତମ ସ୍ଥାନରେ ରହିଛି। ଅନ୍ୟପଟେ ଇଷ୍ଟ ବେଙ୍ଗଲ ୭ଟି ମ୍ୟାଚ ଖେଳି ୩ଟି ଡ୍ର ଓ ୪ଟି ପରାଜୟ ସହ ୩ ପଏଣ୍ଟ ହାସଲ କରି ତାଲିକାର ଦଶମ ସ୍ଥାନରେ ରହିଛି। ବଲ ପଜେଶନ ଓ ପାସ୍‌ରେ ଚେନ୍ନାଇନ୍‌ ଆଗରେ ରହିଥିଲା। ତେବେ ପାସ୍‌ ଆକ୍ୟୁରେସିରେ ଇଷ୍ଟ ବେଙ୍ଗଲ ଆଗରେ ରହିଥିଲା। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ ବେଶ୍‌ ଉପଭୋଗ୍ୟ ହୋଇଥିଲା।
ମ୍ୟାଚ୍‌ର ୧୩ତମ ମିନିଟ୍‌ରେ ମିଜୋରାମ ଓ୍ବିଙ୍ଗର ଲାଲିଆଞ୍ଜୁଆଲା ଚାଙ୍ଗଟେ ପ୍ରଥମ ଗୋଲ ଦେଇଥିଲେ ଓ ଚେନ୍ନାଇନ୍‌କୁ ଅଗ୍ରଣୀ କରାଇଥିଲେ। ଚଳିତ ସେସନରେ ସେ ଏକାଧିକ ଗୋଲ ସୁଯୋଗ ହରାଇଥିଲେ ମଧ୍ୟ ଚାଙ୍ଗଟେ ଶେଷରେ ଗୋଲ ଦେବାରେ ସଫଳ ହୋଇଥିଲେ। ବ୍ରାଜିଲ ମିଡ୍‌ଫିଲ୍ଡର ରଫାଏଲ କ୍ରିଭେଲାରୋଙ୍କ କୁଇକ୍‌ ପାସ୍‌କୁ ଚାଙ୍ଗଟେ ସିଧା ଇଷ୍ଟବେଙ୍ଗଲ ଗୋଲ ପୋଷ୍ଟକୁ ପଠାଇଥିଲେ। ଏହାପରେ ଦୁଇ ଦଳ ମଧ୍ୟରେ ଜବରଦସ୍ତ ସଂଘର୍ଷ ଦେଖା ଦେଇଥିଲା। ପ୍ରଥମାର୍ଦ୍ଧରେ ୩ ମିନିଟ୍‌ର ଅତିରିକ୍ତ ଖେଳ ହୋଇଥିଲେ।
ଦ୍ୱିତୀୟାର୍ଦ୍ଧରେ କିନ୍ତୁ ଇଷ୍ଟବେଙ୍ଗଲ ପ୍ରତ୍ୟାବର୍ତ୍ତନ କରିଥିଲା। ୫୯ତମ ମିନିଟ୍‌ରେ ଇଷ୍ଟ ବେଙ୍ଗଲର ଜର୍ମାନୀ ସେଣ୍ଟ୍ରାଲ ମିଡ୍‌ଫିଲ୍ଡର ଭିଲେ ମାଟ୍ଟି ଷ୍ଟେଇନ୍‌ମ୍ୟାନ୍‌ ଏକ ସୁନ୍ଦର ଗୋଲ ଦେଇ ମ୍ୟାଚକୁ ୧-୧ ସମାନସ୍ତରକୁ ଆଣିଥିଲେ। ତେବେ ଏହାର ଠିକ୍‌ ୫ ମିନିଟ୍‌ ପରେ ଚେନ୍ନାଇନ୍‌ର ରାହିମ ଅଲି ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ। କ୍ରିଭେଲାରୋ ଆଉଏକ କୁଇକ୍‌ ପାସ୍‌ ଦେଇ ସୁଯୋଗ ସୃଷ୍ଟି କରିଥିଲେ ଓ ଅଲି ଏହାକୁ ଗୋଲରେ ପରିଣତ କରିଥିଲେ। କିନ୍ତୁ ଚେନ୍ନାଇନ୍‌ର ଏହି ଅଗ୍ରଣୀ ବେଶି ସମୟ ତିଷ୍ଠି ନ ଥିଲା। ଆଉ କିଛି ସମୟ ଅନ୍ତରରେ ୬୯ତମ ମିନିଟ୍‌ରେ ଇଷ୍ଟ ବେଙ୍ଗଲ ତରଫରୁ ଷ୍ଟେଇନ୍‌ମ୍ୟାନ୍‌ କର୍ନରରୁ ଆଉ ଏକ ଗୋଲ ଦେଇ ମ୍ୟାଚକୁ ୨-୨ ସମାନସ୍ତରକୁ ଆଣିଥିଲେ। ନିର୍ଦ୍ଧାରିତ ସମୟ ଶେଷ ହେବା ବେଳକୁ ଏହି ସ୍କୋର ବଜାୟ ରହିଥିଲା। ଇଞ୍ଜୁରି ଟାଇମ ବାବଦରେ ଅତିରିକ୍ତ ୪ ମିନିଟ୍‌ ଖେଳ ହୋଇଥିଲା। ଅନ୍ତିମ ୩୦ ମିନିଟ୍‌ରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଆଉ କୌଣସି ଗୋଲ ନ ହେବା ଫଳରେ ମ୍ୟାଚ ଶେଷରେ ଅମୀମାଂସିତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାଖାପାଖି ୧୧୦୦ ଦିନ ପରେ ପଞ୍ଜାବକୁ ଧୂଳି ଚଟେଇଲା ଚେନ୍ନାଇ

ଚେନ୍ନାଇ,୫।୫: ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରବିନ୍ଦ୍ର ଜାଡେଜାଙ୍କ ତୀକ୍ଷ୍ଣ ବୋଲିଂରେ ଅନେକ ଅବଦାନ ରହିଛି।...

ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ ପିନ୍ଧାଇଲେ ଦିନେଶ କାର୍ତ୍ତିକ, ଭିଡିଓ ସୃଷ୍ଟି କରୁଛି ହଇଚଇ

ନୂଆଦିଲ୍ଲୀ,୫।୫: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକ ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେଇଛନ୍ତି। କୋହଲି...

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri