Posted inରାଜ୍ୟ

ଆଶଙ୍କାରେ ଫାସ୍‌ଟାଗ୍‌

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ଟୋଲ୍‌ ଗେଟ୍‌ରେ ଟ୍ରାଫିକ ଭିଡ଼ କମାଇବା ଓ ତେଲ ବଞ୍ଚାଇବା ପାଇଁ ସମଗ୍ର ଦେଶରେ ୨୦୨୧ ଜାନୁୟାରୀ ପହିଲାରୁ ଯାନବାହନରେ ଫାସ୍‌ଟାଗ୍‌କୁ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହା ଘୋଷଣା କରିବା ପରେ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ତେବେ ଏହାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଟୋଲ୍‌ ପ୍ଲାଜାଗୁଡ଼ିକରେ ଭିତ୍ତିଭୂମି ଅଭାବ ଓ ଗାଡିମାଲିକଙ୍କ ମଧ୍ୟରେ ସଚେତନତା ନ ଥିବା ଯୋଗୁ ପହିଲାରୁ ସବୁ ଟୋଲ୍‌ ପ୍ଲାଜାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ନେଇ ଏକ ପ୍ରକାର ଅନିଶ୍ଚିତତା ଦେଖା ଦେଇଛି।
ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ ୧୧ଟି ଟୋଲ ପ୍ଲାଜା ରହିଛି। ୨୧୫ ଜାତୀୟ ରାଜପଥର ବାଣଜୋଡି, ଢେଙ୍କିକୋଟ, ହାସନପୁର, ୧୬ ନମ୍ବର ଜାତୀୟ ରାଜପଥର ଗୋଡିପଡା, ଗୁରାପାଲି, ମଙ୍ଗୁଳି , ପାଣିକୋଇଲି, ସେରଗଡ, ୬ ନମ୍ବର ଜାତୀୟ ରାଜପଥର ବରଗଡ, ୩୧୬ ରାଜପଥର ପିପିଲି, ୫ ନମ୍ବର(କ) ଜାତୀୟ ରାଜପଥର ଶ୍ରୀରାମପୁରଠାରେ ଟୋଲ୍‌ଗେଟ ରହିଛି। ସେଥିମଧ୍ୟରୁ ମଙ୍ଗୁଳି, ପାଣିକୋଇଲି, ସେରଗଡ ଏବଂ ପିପିିଲି ଟୋଲ ଗେଟ୍‌ରେ ଫାସ୍‌ଟାଗ୍‌ ବ୍ୟବସ୍ଥା ରହିଛି। ହେଲେ ଏନଏଚଏଆଇ ଘରୋଇ ସଂସ୍ଥାଗୁଡିକୁ ଟୋଲ ଆଦାୟ ଦାୟିତ୍ୱ ଦେଇଛି। ଏହି ଗେଟଗୁଡିକରେ ଅଧିକ ଟୋଲ ଆଦାୟ କରାଯାଉଥିବାରୁ ଗାଡି ଚାଳକ ଓ ବସ୍‌ ମାଲିକଙ୍କ ମଧ୍ୟରେ ବାରମ୍ବାର ଅସନ୍ତୋଷ ଦେଖା ଦେଉଛି। ଏପରିକି ଅନେକ ସମୟରେ ଗଣ୍ଡଗୋଳ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଘରୋଇ ସଂସ୍ଥାଗୁଡିକରେ ନିଯୁକ୍ତ କର୍ମଚାରୀ ବଳପୂର୍ବକ ଯାନବାହନଗୁଡିକରୁ ଜବରଦସ୍ତ ଟୋଲ ଆଦାୟ କରୁଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ସ୍ଥିତିରେ ୪ଟିରେ ଫାସ୍‌ଟାଗ୍‌ ଲେନ୍‌ କରାଯାଇଛି। ଏପରି ସ୍ଥଳେ ରାଜ୍ୟରେ ଫାସ୍‌ଟାଗ୍‌ ବାଧ୍ୟତାମୂଳକ କାର୍ଯ୍ୟକାରୀ କରିବା ସମୀଚୀନ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।
କେନ୍ଦ୍ର ସରକାର ୨୦୧୬ରୁ ଦେଶରେ ଟୋଲ୍‌ ଗେଟ୍‌ରେ ଫାସ୍‌ଟାଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ୪ଟି ବ୍ୟାଙ୍କ ୨୦୧୬ରେ ୧ ଲକ୍ଷ ଯାନକୁ ଫାସ୍‌ଟାଗ୍‌ ସହ ଯୋଡ଼ି ଥିବାବେଳେ ଏବେ ସୁଦ୍ଧା ଏଦିଗରେ ଆଶନୁରୂପ ଅଗ୍ରଗତି ହୋଇ ନାହିଁ। ୨୦୧୭ ଡିସେମ୍ବର ପହିଲାରୁ ବିକ୍ରି ହୋଇଥିବା ଗାଡ଼ିଗୁଡ଼ିକ ପାଇଁ ଆସନ୍ତା ଜାନୁୟାରୀ ପହିଲାରୁ ଫାସ୍‌ଟାଗ୍‌ ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାର ଜାତୀୟ ମୋଟର ଯାନ ୧୯୮୯କୁ ସଂଶୋଧନ କରିଛନ୍ତି। ଏ ନେଇ ଯାନବାହନ ନିର୍ମାତା ଓ ଡିଲରମାନଙ୍କୁ ଜଣାଇ ଦିଆଯାଇଛି। ଫାସ୍‌ଟାଗ୍‌ କାର୍ଯ୍ୟକାରୀ ହେବାର ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ରାଜ୍ୟରେ ଥିବା ଟୋଲ୍‌ ପ୍ଲାଜାଗୁଡ଼ିକରେ ସମସ୍ତ ଲେନ୍‌କୁ ଫାସ୍‌ଟାଗ୍‌ କରାଯାଇ ପାରିନାହିଁ। ଅର୍ଦ୍ଧାଧିକ ଯାନବାହନ ମଧ୍ୟ ଏ ପର୍ଯ୍ୟନ୍ତ ଫାସ୍‌ଟାଗ୍‌ ପଞ୍ଜୀକୃତ ହୋଇନାହାନ୍ତି। ଯାନବାହନର ମାଲିକମାନେ ଏ ନେଇ ସେତେଟା ସଚେତନ ମଧ୍ୟ ନୁହଁନ୍ତି। ରାଜ୍ୟର ଅଧିକାଂଶ ଟୋଲ୍‌ଗେଟ୍‌ ଘରୋଇ ସଂସ୍ଥା ହାତରେ ରହିଛି। ସେଗୁଡ଼ିକରେ ଫାସ୍‌ଟାଗ୍‌ ବ୍ୟବସ୍ଥା ନାହିଁ। ଫଳରେ ଏହାକୁ ରାଜ୍ୟରେ ବାଧ୍ୟତାମୂଳକ କରାଯିବା ସହଜ ନୁହେଁ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କେତେକ ଟୋଲ୍‌ଗେଟ୍‌ରେ ସ୍ଥାନୀୟ ଯାନବାହନକୁ ମାଗଣାରେ ଛଡ଼ାଯାଉଥିବା ବେଳେ ବସ୍‌ଗୁଡ଼ିକ ମଧ୍ୟ ନିର୍ଦ୍ଧାରିତ ଟୋଲ୍‌ ଫି’ ଦେଉନାହାନ୍ତି। ଟୋଲ୍‌ ଫି’ ଦେଲେ ବସ୍‌ ଚଳାଚଳ ସମ୍ଭବ ହେବ ନାହିଁ ବୋଲି ଘରୋଇ ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି। ଘରୋଇ ବସ୍‌ଗୁଡ଼ିକ ଅଳ୍ପ କିଛି ମାସିକିଆ ଟୋଲ୍‌ ଦେଇ ଚଳାଚଳ କରୁଛନ୍ତି। କମ ୍‌ଫି ଆଦାୟ ଯୋଗୁ ହେଉଥିବା କ୍ଷତି ଭରଣା ପାଇଁ ଜାତୀୟ ରାଜପଥ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରୁଛିି। ମାଲିକମାନେ ମଧ୍ୟ ଧାର୍ଯ୍ୟ ଟୋଲ୍‌ ଫି’ ଦେଇ ବସ୍‌ ଚଳାଇବାକୁ ନାରାଜ। ଟୋଲ୍‌ ଫି’ ଦେଲେ ବସ୍‌ ଭଡ଼ା ବଢ଼ିବ। ଯାତ୍ରୀଙ୍କ ଉପରେ ଏହାର ପ୍ରଭାବ ପଡ଼ିବ । ଟୋଲ ଫି’ ରାଜ୍ୟ ସରକାର ବହନ କରିବାକୁ ମାଲିକ ସଂଘ ବହୁଦିନରୁ ଦାବିକରି ଆସୁଛି। ଏପରି ସ୍ଥଳେ ବର୍ତ୍ତମାନ ରାଜ୍ୟରେ ଫାସ୍‌ଟାଗ୍‌ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ସହଜସାଧ୍ୟ ନୁହେଁ ବୋଲି ପରିବହନ ବିଭାଗର ସମ୍ପୃକ୍ତ ଅଧିକାରୀ କହିଛନ୍ତି।
ଅନେକ ସମୟରେ ଟୋଲ୍‌ ପ୍ଲାଜା ନିକଟରେ ଦୀର୍ଘ ସମୟ ଧରି ଗାଡ଼ି ଅଟକି ରହୁଛି। ମାନୁଆଲ ବ୍ୟବସ୍ଥାରେ ଟୋଲ୍‌ ଫି’ ଆଦାୟ କରାଯାଉଥିବାରୁ ସମସ୍ୟା ଦେଖାଦେଉଛି। ଏହି ବ୍ୟବସ୍ଥାକୁ ଡିଜିଟାଲ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ବହୁବାର ଚିଠି ଲେଖିଛନ୍ତି। ତାହା ମଧ୍ୟ ସମ୍ଭବ ହେଉନାହିଁ। ଫାସ୍‌ଟାଗ୍‌ ଏକ ଉତ୍ତମ ପଦକ୍ଷେପ । ଏହାକୁ ବାଧ୍ୟତାମୂଳକ କରିବା ପୂର୍ବରୁ ସମସ୍ତ ଭିତ୍ତିଭୂମିକୁ ସଜାଡ଼ିବା ସହ ଗାଡ଼ି କିଣିବା ବେଳେ ଫାସ୍‌ଟାଗ୍‌ ପଞ୍ଜୀକରଣ ବ୍ୟବସ୍ଥା କରାଗଲେ ଏ ନେଇ ରହିଥିବା ଅଚଳାବସ୍ଥା ଧୀରେ ଧୀରେ ଦୂର ହେବ ବୋଲି ଗାଡ଼ି ମାଲିକ ଦିବାକର ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri