Posted inଜାତୀୟ

୯,୩୯୪ କୋଟି ଠକେଇରେ ଟିଡିପି ନେତା

ହାଇଦ୍ରାବାଦ, ୨୨।୧୨: ଦେଶରେ ଗୋଟିଏ ପରେ ଗୋଟିଏ ବଡ଼ ବ୍ୟାଙ୍କ ଦୁର୍ନୀତି ପଦାକୁ ଆସିବାରେ ଲାଗିଛି। ବିଜୟ ମାଲ୍ୟା, ନୀରବ ମୋଦିଙ୍କ ପରେ ସବୁଠୁ ବଡ଼ ବ୍ୟାଙ୍କ ଦୁର୍ନୀତିର ପର୍ଦ୍ଦାଫାଶ୍‌ ହାଇଛି। ହାଇଦ୍ରାବାଦର ଟ୍ରାନ୍ସଷ୍ଟ୍ରୟ କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ୯,୩୯୪ କୋଟି ଟଙ୍କାର ଋଣ ନେଇ ଠକିଦେଇଛି। ଉକ୍ତ କମ୍ପାନୀର ମାଲିକ ହେଉଛନ୍ତି ଟିଡିପିର ପୂର୍ବତନ ଏମ୍‌ପି ରାୟପତି ସାମ୍ବାଶିବ ରାଓ। ସେ ଘରର ଚାକରାଣୀ, ଝାଡ଼ୁଦାର, ଡ୍ରାଇଭରଙ୍କ ନାଁରେ ଜାଲ୍‌ କମ୍ପାନୀମାନ ଖୋଲି ଦୁର୍ନୀତିରେ ଲିପ୍ତ ରହିଥିଲେ ବୋଲି ତଦନ୍ତରୁ ଜଣାପଡିଛି।
ବ୍ୟାଙ୍କ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଏହାର ଏତଲାରେ ଦର୍ଶାଇଛି, ଅଭିଯୁକ୍ତ କମ୍ପାନୀ ଟ୍ରାନ୍ସଷ୍ଟ୍ରୟ ବିଭିନ୍ନ ନାମରେ ମିଛ କମ୍ପାନୀ ଚଳାଉଥିଲା। ପଦ୍ମାବତୀ ଏଣ୍ଟରପ୍ରାଇଜେସ୍‌, ୟୁନିକ୍‌ ଇଞ୍ଜିନିୟର୍ସ, ବାଲାଜୀ ଏଣ୍ଟରପ୍ରାଇଜେସ୍‌, ରୁଥ୍ବିକ୍‌ ଆସୋସିଏଟ୍ସ ଭଳି ଜାଲ୍‌ କମ୍ପାନୀ ମାଧ୍ୟମରେ ୬,୬୪୩ କୋଟି ଟଙ୍କା ଜାଲିଆତି ହୋଇଥିଲା। କେବଳ କାଗଜପତ୍ରରେ ଚାଲିଥିବା ୯ଟି କମ୍ପାନୀ ଦ୍ୱାରା ଜାଲିଆତି କାରବାର ଚାଲିଥିଲା ବୋଲି ସିବିଆଇ ଅଭିଯୋଗ କରିଛି।
କେପିଏମ୍‌ଜି ଫୋରେନ୍‌ସିକ ଅଡିଟ୍‌ ଅନୁଯାୟୀ ଅଭିଯୁକ୍ତ କାନାରା ବ୍ୟାଙ୍କ ସମେତ ୧୩ଟି ବ୍ୟାଙ୍କରୁ ୯,୩୯୪ କୋଟି ଟଙ୍କା ଋଣ ନେଇଥିଲେ। ବେଙ୍ଗାଲୁରୁର ବ୍ୟାଙ୍କିଙ୍ଗ ଫ୍ରଡ୍‌ ଆଣ୍ଡ ସିକ୍ୟୁରିଟି ସେଲ୍‌ (ବିଏସ୍‌ଏଫ୍‌ସି) ପକ୍ଷରୁ ଟ୍ରାନ୍ସଷ୍ଟ୍ରୟ ଇଣ୍ଡିଆ ଲିମିଟେଡ, ଏହାର ସିଏମ୍‌ଡି ଚେରୁକୁରୀ ଶ୍ରୀଧର, ପୂର୍ବତନ ଏମ୍‌ପି ରାୟପତି ସାମ୍ବାଶିବ ରାଓ ଏବଂ ଅକିନେନି ସତୀଶଙ୍କ ନାଁରେ ଏତଲା ଦାଏର କରାଯାଇଛି। ସେମାନଙ୍କ ନାଁରେ ଅପରାଧ ଷଡ଼ଯନ୍ତ୍ର, ଠକେଇ, ଜାଲିଆତି, ମିଥ୍ୟା ଦସ୍ତାବିଜ୍‌ ଦାଖଲ ଓ ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ ହୋଇଛି। ଟ୍ରାନ୍ସଷ୍ଟ୍ରୟ ଆକାଉଣ୍ଟରୁ ୯ଟି ଜାଲ୍‌ କମ୍ପାନୀକୁ ୭,୧୫୩ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ତଦନ୍ତରୁ ଜଣାପଡିଛି। ୮ ଭେଣ୍ଡର କମ୍ପାନୀ ସେଥିରୁ ୬,୨୦୨ କୋଟି ଟଙ୍କା ଟ୍ରାନ୍ସଷ୍ଟ୍ରୟ ଆକାଉଣ୍ଟକୁ ଫେରାଇ ଦେଇଛନ୍ତି। ଉକ୍ତ ଫେରସ୍ତ ଅର୍ଥକୁ ବିଭିନ୍ନ ପାର୍ଟି, ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଗଢ଼ାଯାଇଥିବା ସଂସ୍ଥା ଓ ଅନ୍ୟମାନଙ୍କ ପାଖକୁ ପଠାଯାଇଛି। ପ୍ରମୋଟରମାନଙ୍କ ଖାତାକୁ ଯାଇଛି ୩୫୦ କୋଟି ଟଙ୍କା।
୨୦୧୨ରୁ ୨୦୧୪ ମଧ୍ୟରେ ସିଏମ୍‌ଡି ଶ୍ରୀଧର ଚେରୁକୁରୀ ଏବଂ ଆର୍‌ ଲୀଲା କୁମାରଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିଲା। ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କ ଆକାଉଣ୍ଟରୁ ସେମାନଙ୍କ ଆକାଉଣ୍ଟକୁ ୪୫୦ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡିଛି। ପଦ୍ମାବତୀ ଏଣ୍ଟରପ୍ରାଇଜେସ୍‌ର ନିର୍ଦ୍ଦେଶକ ଥିବା ସୁଧାକର ବାବୁ ଗୋରାନ୍ତଲା ଟ୍ରାନ୍ସଷ୍ଟ୍ରୟର ଜଣେ କର୍ମଚାରୀ। ଉକ୍ତ କମ୍ପାନୀ୧,୮୪୮ କୋଟି ଟଙ୍କା ହେରଫେର କରିଛି। ସେହିପରି ୟୁନିକ୍‌ ଇଞ୍ଜିନିୟର୍ସ କମ୍ପାନୀ ଏମ୍‌ ସାମ୍ବାଶିବ ରାଓଙ୍କ ନାଁରେ ଚାଲିଥିଲା। ସେ ଟ୍ରାନ୍ସଷ୍ଟ୍ରୟର ପୂର୍ବତନ ନିର୍ଦ୍ଦେଶକ।
ବିଭିନ୍ନ ପ୍ରକଳ୍ପ ସ୍ଥାନରେ କମ୍ପାନୀର ୧,୭୫୩ କୋଟି ଟଙ୍କାର ଉପକରଣ ଗଚ୍ଛିତ ଥିବା ୨୦୧୮ ଅକ୍ଟୋବର ୧୦ରେ ଦର୍ଶାଇଥିଲା। ସେଥିରୁ ପୋଲାଭରମ୍‌ ପ୍ରକଳ୍ପରେ ୧,୫୨୭ କୋଟି ଟଙ୍କାର ଉପକରଣ ଥିବା କୁହାଯାଇଥିଲା। ତେବେ କମ୍ପାନୀ ବାଲାନ୍ସ ଶିଟ୍‌ରେ ଜାଲିଆତି କରିଥିବା ସିବିଆଇ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌, ନିର୍ଦ୍ଦେଶ ଜାରି କଲେ ଜିଲାପାଳ

ପୁରୀ,୪ା୫: ପ୍ରଧାନମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ଚିକିଲିରେ ପ୍ରଧାନମନ୍ତ୍ରୀଙ୍କ ସଭା ଥିବାରୁ ଡ୍ରୋନ ଉଡ଼ାଣ ଉପରେ ରୋକ୍‌ ଲଗାଯାଇଛି।...

‘ମୋଦି ନିଜେ ରାଜା, ହେଲେ ମୋ’ ଭାଇକୁ ରାଜକୁମାର କହୁଛନ୍ତି’

ଗାନ୍ଧିନଗର,୪।୫: ମୋଦି ନିଜେ ରାଜା, ହେଲେ ମୋ’ ଭାଇଙ୍କୁ ରାଜକୁମାର କୁହନ୍ତି। କିଛି ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ...

ବାୟୁସେନା ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୩ ଆହତ

ନୂଆଦିଲ୍ଲୀ,୪ା୫: ଶନିବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ସୁରାନକୋଟ ଅଞ୍ଚଳରେ ଆତଙ୍କବାଦୀମାନେ ବାୟୁସେନା କର୍ମଚାରୀ ଯାଉଥିବା ଦୁଇଟି ଗାଡିରେ ଆକ୍ରମଣ କରିଛନ୍ତି। ଯେଉଁଥିରେ ଭାରତୀୟ ବାୟୁସେନାର...

ପଦ୍ମ ଧରିଲେ ଅରବିନ୍ଦର ସିଂହ ଲଭଲୀ

ନୂଆଦିଲ୍ଲୀ,୪।୫: ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ...

ଗାଡ଼ି ଉପରେ ଚଢି ନାଚିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଭାଜପା ଏବଂ କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜନସାଧାରଣଙ୍କୁ ନିଜ ଆଡକୁ...

ଭାଜପା ନେତାଙ୍କ ରାଲିରେ ଫୁଟିଲା ଗୁଳି, ଭିଡିଓ ଭାଇରାଲ, ଯାଞ୍ଚ ପରେ ଜଣାପଡିଲା ସତ୍ୟତା

ଗୋଣ୍ଡା,୪।୫: ବହୁ ଚର୍ଚ୍ଚିତ କେସରଗଞ୍ଜ ସଂସଦୀୟ ଆସନରୁ ଭାଜପା ପ୍ରାର୍ଥୀ କରଣ ଭୂଷଣ ସିଂଙ୍କ ରାଲିରେ ବାଣ ଫୁଟିବାର ଏକ ଭିଡିଓ ସାମ୍ନାକୁ ଆସିଛି। କରଣଭୂଷଣ...

ଅରବିନ୍ଦ କେଜରିଓ୍ବାଲ ବାରାଣାସୀରୁ ଲଢନ୍ତୁ ଲୋକ ସଭା ନିର୍ବାଚନ: ଏସପି ନେତାଙ୍କ ଦାବି

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି।...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ସ, କହିଲେ ସଫଳ ବିବାହାର ଆଧାର ସହନଶୀଳତା

ନୂଆଦିଲ୍ଲୀ,୪।୫: ସୁଖି ଦାମ୍ପତ୍ୟ ଜୀବନ ବିଷୟରେ ପରାମର୍ଶଦାତା ପରି ସୁପ୍ରିମକୋର୍ଟ କିଛି ଟିପ୍ସ ଦେଇଛନ୍ତି। ଶୁକ୍ରବାର କୋର୍ଟ କହିଛନ୍ତି ଯେ ସହନଶୀଳତା ଏବଂ ସମ୍ମାନ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri