ପରୀ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ କୋର୍ଟଚାଲାଣ

ନୟାଗଡ ଅଫିସ,୨୨।୧୨: ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁରର ଶିଶୁକନ୍ୟା ପରୀକୁ ଅପହରଣ ଓ ହତ୍ୟା ମାମଲାରେ ସେହି ଗ୍ରାମର ଜଣେ କଲେଜ ଛାତ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି। ଶନିବାରଠାରୁ ଅଟକ ଥିବା ଉକ୍ତ ଛାତ୍ରଙ୍କୁ ଏସ୍‌ଆଇଟି ରବିବାର ଗିରଫ କରିଥିବାବେଳେ ତାଙ୍କ ନାମ ପ୍ରକାଶ କରି ନ ଥିଲା। ସୋମବାର ତାଙ୍କୁ ନୟାଗଡ଼ ପୋକ୍‌ସୋ କୋର୍ଟରେ ହାଜର କରି ୪ ଦିନ ରିମାଣ୍ଡରେ ନେବାକୁ ଏସ୍‌ଆଇଟି ଅନୁମତି ମାଗିଥିଲା। ପୋକ୍‌ସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ଅଭିଯୁକ୍ତଙ୍କୁ ୩ ଦିନ ଅର୍ଥାତ୍‌ ଡିସେମ୍ବର ୨୨ରୁ ୨୪ ଯାଏ ରିମାଣ୍ଡରେ ନେବାକୁ ଏସ୍‌ଆଇଟିକୁ ଅନୁମତି ଦେଇଛନ୍ତି। ଫଳରେ ସୋମବାର ଅଭିଯୁକ୍ତଙ୍କୁ ନୟାଗଡ଼ ସବ୍‌ଜେଲକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଛାତ୍ର ଜଣକ ନାବାଳକ ଓ ନିର୍ଦ୍ଦୋଷ ବୋଲି ତାଙ୍କ ମା’ ଗଣମାଧ୍ୟମକୁ କହିଛନ୍ତି।
ସୋମବାର ପ୍ରଥମେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉକ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ତାଙ୍କୁ ଯଦୁପୁର ଗଁାକୁ ନିଆଯାଇ ମା’ ଓ ଭଉଣୀଙ୍କ ସହ କଥାବାର୍ତ୍ତା ହେବାକୁ ସୁଯୋଗ ଦିଆଯାଇଥିଲା। ସନ୍ଧ୍ୟାରେ ପୋକ୍‌ସୋ କୋର୍ଟରେ ହାଜର କରାଯାଇଥିଲା। ଛାତ୍ରଙ୍କୁ ଗଁାକୁ ଆଣିବା ପରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପରୀର ମୃତଦେହ ଜବତ ହୋଇଥିବା ସ୍ଥାନକୁ ଅନୁଧ୍ୟାନ କରିଥିଲେ। ଏହାପରେ ଛାତ୍ରଙ୍କ ଗିରଫଦାରି ନେଇ ନୟାଗଡ଼ରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ବୋଥ୍ରା କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ଗିରଫ କରାଗଲା। ଥରେ ନୁହେଁ, ୧୦ ଥର ପଚରାଉଚୁରା ପରେ ଏସ୍‌ଆଇଟି ଗିରଫ କରିଛି। ପୂର୍ବରୁ ଜିଲା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପଚରାଉଚୁରା କରିଥିଲା। ସେ ଆହୁରି କହିଥିଲେ, ଆମେ ତଦନ୍ତର ୨ୟ ପାହାଚରେ ରହିଛୁ। ଆମେ ପ୍ରାଥମିକ ତଦନ୍ତ କରି ଜାଣିଲୁ ଯେ, ବଳାତ୍କାର ଅପରାଧର ମୁଖ୍ୟ କାରଣ। ବଳାତ୍କାର ପରେ ହତ୍ୟା କରାଯାଇଛି। ତଦନ୍ତ ଖୁବ୍‌ କମ୍‌ ଦିନରେ ହୋଇଥିଲେ ମଧ୍ୟ ଏହାକୁ ନେଇ ଆମେ ସନ୍ତୁଷ୍ଟ ଅଛୁ। ଏତିକିରେ ତଦନ୍ତ ଶେଷ ହୋଇନାହିଁ। ଅଭିଯୁକ୍ତଙ୍କୁ ଆଉ କେଉଁମାନେ ସହଯୋଗ କରିଥିଲେ ସେନେଇ ତଦନ୍ତ କରାଯାଉଛି। ତଦନ୍ତ ଶେଷ ହେଲେ ଏସ୍‌ଆଇଟି ପକ୍ଷରୁ ଚାର୍ଜଶିଟ୍‌ ଦାଖଲ କରାଯିବ ବୋଲି ବୋଥ୍ରା କହିଛନ୍ତି। ଅନ୍ୟପକ୍ଷେ ଦୋଷ ମାନିବାକୁ ଧମକଚମକ ଦେବା ଓ ୫ ଲକ୍ଷ ଟଙ୍କା ଲୋଭ ଦେଖାଇବା ନେଇ ବୋଥ୍ରୋଙ୍କ ନାମରେ ଉକ୍ତ ଛାତ୍ର ପୂର୍ବରୁ ଅଭିଯୋଗ କରିଥିଲେ। ଏନେଇ ବୋଥ୍ରା କହିଛନ୍ତି ଯେ, ‘ମୋ ବିରୋଧରେ ବ୍ୟକ୍ତିଗତ ଅଭିଯୋଗ ଆସିଛି। ଆମେ କୋର୍ଟ ନିକଟରେ ଉତ୍ତରଦାୟୀ ଥିବାରୁ ଏବାବଦରେ ନିଜର ପକ୍ଷ ରଖିବୁ’। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଘଟଣାରେ ଆଇପିସି ଦଫା ୩୭୬(ଏ), ୩୭୬(ଏବି), ୩୬୪, ୩୦୨, ୨୦୧ ଏବଂ ପୋକ୍‌ସୋ ଆକ୍ଟ ସେକ୍ସନ ୬ ଅନୁଯାୟୀ ୧୪/୨୦୨୦ ନମ୍ବରରେ ମାମଲା ରୁଜ କରାଯାଇଛି।
ଅନ୍ୟପକ୍ଷରେ ଛାତ୍ରଙ୍କ ମା’ କହିଛନ୍ତି ଯେ, ‘ସୋମବାର ଏସ୍‌ଆଇଟି ମୋ ପୁଅକୁ ଘରକୁ ଆଣିଥିଲା। ତାକୁ ମାରପିଟ୍‌ କରି ଦୋଷ ମାନିବାକୁ ବାଧ୍ୟ କରାଯାଇଥିବା ସେ କହିଛି। ମୋ ପୁଅ ଯଦି ଦୋଷୀ, ତେବେ ସେ ହତ୍ୟାକାଣ୍ଡ କିପରି ଘଟାଇଲା ତାହା ପ୍ରମାଣ କରିବାର ଥିଲା। କେବଳ ଦୋଷୀ କହି ମୋ ନାବଳକ ପୁଅକୁ ଫସାଇ ଦିଆଗଲା। ତାକୁ ରକ୍ଷା କର’ ବୋଲି ସେ ନିବେଦନ କରିଥିଲେ।
ଛାତ୍ରଙ୍କ ଓକିଲ ଚନ୍ଦ୍ର ବିଜୟୀ ମିଶ୍ରଙ୍କ ସୂଚନା ଅନୁସାରେ, ଏସ୍‌ଆଇଟି ପକ୍ଷରୁ ଛାତ୍ରଙ୍କ ଓସିଫିକେଶନ ଟେଷ୍ଟ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି। ଏହି ଟେଷ୍ଟ ଯୋଗୁ ସେ ସାବାଳକ ବୋଲି ଜଣାପଡ଼ିଛନ୍ତି। କିନ୍ତୁ ତାଙ୍କ ଜନ୍ମ ତାରିଖ ହେଉଛି ୬।୨।୨୦୦୩। ଛାତ୍ରଙ୍କ କେତେକ ସାର୍ଟିଫକେଟ୍‌ରେ ଏହି ତାରିଖ ଉଲ୍ଲେଖ ରହିଛି। ଜନ୍ମ ତାରିଖକୁ ହିସାବ କଲେ ଛାତ୍ରଙ୍କୁ ୧୮ ବର୍ଷ ହୋଇନି। ଆମେ ହାଇକୋର୍ଟ ଯିବୁ। କାରଣ ନାବାଳକ ସତ୍ତ୍ୱେ ତାଙ୍କୁ ସାବାଳକ ଦର୍ଶାଯାଇଥିବାବେଳେ ବିନା ଡେମୋରେ କୋର୍ଟଚାଲାଣ କରାଗଲା ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri