କେନ୍ଦୁଝରରେ ପର୍ଯ୍ୟଟନସ୍ଥଳୀ ଖାଁ ଖାଁ

କେନ୍ଦୁଝର, ୧୭।୧୨(ଡି.ଏନ.ଏ.): ପର୍ଯ୍ୟଟନ ପୀଠ, ଜଳପ୍ରପାତ, ବିସ୍ତୀର୍ଣ୍ଣ ସବୁଜବନାନୀ ପ୍ରତି ଆକର୍ଷିତ ହୋଇ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ପର୍ଯ୍ୟଟକ ଧାଇଁ ଆସନ୍ତି କେନ୍ଦୁଝର ଜିଲାକୁ। ବିଶେଷ କରି ଶୀତ ଦିନରେ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି ସାନଘାଗରାର ସାନିଧ୍ୟ ପାଇଁ, ବଡଘାଗରାର ପ୍ରପାତ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ, ପୁଣି ଖଣ୍ଡାଧାରରେ ଭୋଜି କରିବା ଲାଗି। କାନ୍‌ଝାରୀ ଡ୍ୟାମଠାରୁ ଆରମ୍ଭ କରି କାଞ୍ଜିପାଣି ଘାଟୀ, ହଦଗଡ଼ଠାରୁ ଆରମ୍ଭ କରି ଭୀମକୁଣ୍ଡ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କର ସୁଅ ଛୁଟିଥାଏ। ମାତ୍ର କରୋନା କଟକଣା ଏବେ ବି ପୂର୍ବପରି ବଳବତ୍ତର ଥିବାରୁ ଜିଲାର ପର୍ଯ୍ୟଟନସ୍ଥଳୀ ଓ ପିକ୍‌ନିକ୍‌ ସ୍ପଟ୍‌ ଖାଁ ଖାଁ ହୋଇପଡ଼ିଛି।
ପର୍ଯ୍ୟଟନ ଋତୁରେ ହାତ ବାନ୍ଧି ବସିଛନ୍ତି ଏହା ଉପରେ ନିର୍ଭର କରୁଥିବା ବ୍ୟକ୍ତି ଓ ତାଙ୍କ ପରିବାରର ସଦସ୍ୟମାନେ। ନଭେମ୍ବର, ଡିସେମ୍ବର, ଜାନୁୟାରୀ ଓ ଫେବୃୟାରୀ ମାସରେ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଏହି ଶିଳ୍ପ ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି କରିଥାଏ। ମାତ୍ର କରୋନା କଟକଣା ସବୁ ହରଷ ଛଡ଼ାଇ ନେଇଛି। ଲୋକଙ୍କ ରୋଜଗାରରେ କରୋନା ପାହାର ବାଜିଛି। ଜିଲାର ୧୫ଟି ସ୍ଥାନ ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନୀତ ହୋଇଛି। ସେଥିମଧ୍ୟରୁ ବଡ଼ଘାଗରା ପର୍ଯ୍ୟଟନସ୍ଥଳୀଟି ଜଳପ୍ରପାତ ପାଇଁ ପ୍ରସିଦ୍ଧି ଲାଭ କରିଥିବାବେଳେ ଦେଓଗାଁର କୁଶଳେଶ୍ୱର ଧର୍ମପୀଠ, ମା’ ତାରିଣୀ ପୀଠ ଘଟଗାଁ, ବୈତରଣୀର ଉତ୍ପତ୍ତିସ୍ଥଳ ଗୋନାସିକା, ବିଶିଷ୍ଟ ଶୈବପୀଠ ମୁର୍ଗାମହାଦେବ, ଗଡ଼ଚଣ୍ଡି, ଚକ୍ରତୀର୍ଥ ଏବଂ ରାଜନଗରକୁ ଧର୍ମପୀଠର ଆଖ୍ୟା ଦିଆଯାଇଛି। ସେହିପରି ଜିଲାର ସାନଘାଗରା, ହାଣ୍ଡିଭଙ୍ଗା, ଖଣ୍ଡାଧାର, ସୀତାବିଞ୍ଜିରେ ମଧ୍ୟ କରୋନା କଟକଣା ଏଯାଏ ରହିଛି। କେନ୍ଦୁଝର ଜିଲାର ଏହି ସଂଖ୍ୟାଧିକ ପର୍ଯ୍ୟଟନସ୍ଥଳୀ ବର୍ତ୍ତମାନ ପରିପ୍ରେକ୍ଷୀରେ ଖୋଲାଯିବ ନାହିଁ ବୋଲି ଜିଲାପାଳ ଆଶିଷ ଠାକ୍‌ରେ ସୂଚନା ଦେଇଛନ୍ତି। କରୋନାର ଦ୍ୱିତୀୟ ଲହର ସୃଷ୍ଟି ହେବାର ସମ୍ଭାବନା ଥିବା ସହ କେନ୍ଦୁଝରରେ କରୋନାକୁ ମୂଳୋତ୍ପାଟନ କରିବା ପାଇଁ ଏବେବି ସତର୍କତାର ଆବଶ୍ୟକତା ରହିଛି ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ତରବରିଆ ଭାବରେ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକ ଖୋଲାଯିବା ଠିକ୍‌ ହେବ ନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri