କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର କମ୍ପ୍ୟୁଟର ଖତ ଖାଉଛି

ଖଣ୍ଡପଡା,୧୭।୧୨ (ସ୍ବ.ପ୍ର.):କମ୍ପ୍ୟୁଟର ଶିକ୍ଷା ମାଧ୍ୟମରେ ହାଇସ୍କୁଲ ଛାତ୍ରୀଛାତ୍ରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ୨୦୧୩ରେ କେନ୍ଦ୍ର ଓ ରାଜ୍ୟ ସରକାର ଇ-ବିଦ୍ୟାଳୟ ଯୋଜନା ଆରମ୍ଭ କରିଥିଲେ। ଏଥିପାଇଁ ପ୍ରତି ହାଇସ୍କୁଲରେ ଜଣେ ଲେଖାଏ ଶିକ୍ଷା ସଂଯୋଜକଙ୍କୁ ୫ବର୍ଷିୟା ଚୁକ୍ତିନାମାରେ ନିଯୁକ୍ତି ମିଳିଥିଲା। ଚୁକ୍ତିନାମା ଅନୁଯାୟୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକମାନେ ଶିକ୍ଷା ସଂଯୋଜକଙ୍କଠାରୁ କମ୍ପ୍ୟୁଟର ଜ୍ଞାନ ଆହରଣ କରିବେ, ଶିକ୍ଷା ସଂଯୋଜକମାନଙ୍କ କାର୍ଯ୍ୟ ଅବଧି ସମ୍ପନ୍ନ ହେବା ପରେ ସଂପୃକ୍ତ ଶିକ୍ଷୟିତ୍ରୀ ଶିକ୍ଷକମାନେ ଛାତ୍ରୀଛାତ୍ରମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିବେ। ହେଲେ ନୟାଗଡ଼ ଜିଲାର ଅଧିକାଂଶ ହାଇସ୍କୁଲରେ ତା’ର ବ୍ୟତିକ୍ରମ ଦେଖାଦେଇଛି। ଶିକ୍ଷା ସଂଯୋକମାନଙ୍କ ଚୁକ୍ତିନାମା ଅବଧି ସରିବା ପରେ ସେମାନେ ସ୍କୁଲ ଛାଡିଛନ୍ତି। ସେଦିନଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଏବେ ବିଭିନ୍ନ ସ୍କୁଲରେ ପଡି ଖତ ଖାଉଛି ବୋଲି ଅଭିଯୋଗ ହୋଇଛି।
ସଂପ୍ରତି କରୋନା କଟକଣା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ରାଜ୍ୟ ସରକାର ଅନ୍‌ଲାଇନ୍‌ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଯୋଜନାର କୌଣସି ସୁଫଳ ମିଳିନାହିଁ ବୋଲି ଅଭିଭାବକମାନେ କହିଛନ୍ତି। ନୟାଗଡ ଜିଲାର ୧୧୯ ସରକାରୀ ହାଇସ୍କୁଲରେ ଏହି ଇ-ବିଦ୍ୟାଳୟ ଯୋଜନା ଚାଲିଥିଲା। ଏଥିରେ ନିଯୁକ୍ତି ପାଇଥିବା ଶିକ୍ଷା ସଂଯୋଜକମାନଙ୍କ ଚାକିରି ଅବଧି ସରିବା ପରେ ସେମାନେ ଗତ ଏକ ବର୍ଷ ତଳେ ସ୍କୁଲ ଛାଡ଼ିଥିଲେ। ଏହାପରେ ଛାତ୍ରୀଛାତ୍ରଙ୍କ ଆଗ୍ରହ ଥିଲେ ମଧ୍ୟ କମ୍ପ୍ୟୁଟର ଶିକ୍ଷା ପାଇପାରୁ ନାହାନ୍ତି। ନୟାଗଡ଼ ଜିଲାରେ ୨୦୧୪ ଏପ୍ରିଲ ୨ରୁ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୧୯ ମାର୍ଚ୍ଚ ୩୧ରେ ବନ୍ଦ ହେବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ବିଭିନ୍ନ ହାଇସ୍କୁଲର ଆଇସିଟି ଲ୍ୟାବ୍‌ରେ ଶତାଧିକ କମ୍ପ୍ୟୁଟର, ପ୍ରିଣ୍ଟର, ଇଲେକ୍‌ଟ୍ରୋନିକ ଧଳା ପଟା(ଇଣ୍ଟରଆକ୍‌ଟିଭ ହ୍ବାଇଟ ବୋର୍ଡ), ଇନ୍‌ଭର୍ଟର, ପ୍ରୋଜେକ୍ଟର, ଅଗ୍ନି ନିର୍ବାପକ, ଜେନେରେଟର, ଟେବୁଲ, ଚୌକି ପ୍ରଭୃତି ନଷ୍ଟ ହେବାକୁ ବସିଛି।
ଏ ସଂକ୍ରାନ୍ତରେ ଖଣ୍ଡପଡା ଆର.ସି.ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ସାହୁ କୁହନ୍ତି, କୋଭିଡ୍‌ ସମୟରେ ପିଲାମାନେ ଯେହେତୁ ଅନ୍‌ଲାଇନ ପାଠପଢାକୁ ଗୁରୁତ୍ୱ ଦେଉଛନ୍ତି ସେଥିପାଇଁ ନିଶ୍ଚିତ ଭାବେ ଇ-ବିଦ୍ୟାଳୟ ଯୋଜନାର ଆବଶ୍ୟକତା ରହିଛି। ମାତ୍ର ସଂଯୋଜକମାନେ ଛଟେଇ ହେବା ପରେ ଆଇସିଟି ଲ୍ୟାବ୍‌ଗୁଡିକ ଅକାମୀ ହୋଇପଡିଛି। ତେବେ ଭୋକେଶନାଲ ଶିକ୍ଷକ ଥିବା ହାତଗଣତି କିଛି ସ୍କୁଲରେ କମ୍ପ୍ୟୁଟରଗୁଡିକ ଚାଲୁଛି। ପୂର୍ବରୁ ଥିବା କମ୍ପ୍ୟୁଟର ଶିକ୍ଷକମାନଙ୍କୁ ପୁନଃନିଯୁକ୍ତି କରାଗଲେ ଛାତ୍ରୀଛାତ୍ରମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। ଖଣ୍ଡପଡା ବ୍ଲକ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ରଥ କୁହନ୍ତି, ସରକାର ଯୋଗାଇ ଦେଇଥିବା କମ୍ପ୍ୟୁଟରଗୁଡିକୁ ସମ୍ପୃକ୍ତ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକମାନେ କାମରେ ଲଗାଉଛନ୍ତି। ଛାତ୍ରୀଛାତ୍ରମାନେ ଯଦି ଏହି ଯୋଜନାରେ ସାମିଲ ହୋଇପାରନ୍ତେ ତେବେ କମ୍ପ୍ୟୁଟରଗୁଡିକ ଉପଯୋଗ ହୋଇପାରନ୍ତା। ସଂପ୍ରତି କରୋନା କଟକଣା ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଛି। ସମସ୍ତ କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଠିକ୍‌ ଥିବା ରଥ କହିଛନ୍ତି। ରାମଚନ୍ଦ୍ର ହାଇସ୍କୁଲର ଛାତ୍ର ଆଶୁତୋଷ ସିଂହ ସାମନ୍ତ କୁହନ୍ତି, ସରକାର ଏହି ଯୋଜନାରେ ବହୁ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ହେଲେ ନିୟୋଜିତ କମ୍ପ୍ୟୁଟର ଶିକ୍ଷକମାନଙ୍କୁ ବିଦା କରିଦେବା ପରେ ଛାତ୍ରୀଛାତ୍ରମାନେ ସେହି ଶିକ୍ଷାରୁ ବଞ୍ଚତ୍ତ ହୋଇଛନ୍ତି। ଏ ସଂକ୍ରାନ୍ତରେ ସରକାର ଆଉ ଥରେ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri