ଠକେଇର ଶିକାର ହୋଇଥିଲେ ରିପୋର୍ଟ କର

କଟକ ଅଫିସ,୧୩ା୧୨: ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍‌ଡି ପରିଚୟ ଦେଇ ଚାକିରି କରାଇ ଦେବାକୁ କହି ବହୁ ଯବତୀଯୁବକଙ୍କଠାରୁ ବହୁ କୋଟି ଟଙ୍କା ଠକି ନେଇଛନ୍ତି। ଏହି ଠକେଇରେ ଗୋପାଳପୁର ବିଧାୟକଙ୍କ ସହଯୋଗ କରିଛନ୍ତି। ଏ ନେଇ ୬ଜଣ ଅଭିଯୋଗକାରୀ ଏତଲା ଦେଇଥିବାବେଳେ କ୍ରାଇମବ୍ରଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ମାମଲା ରୁଜୁ ହୋଇଛି। ସେମାନଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ଠକେଇର ଶିକାର ହୋଇଛନ୍ତି, ସେମାନେ ଆସି ରିପୋର୍ଟ କରନ୍ତୁ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି।

ଠକେଇ ସଂକ୍ରାନ୍ତରେ ଟାଟା କମ୍ପାନୀର ଡିଜିଏମ୍‌ ତ୍ରିଲୋଚନ ମହାନ୍ତି କ୍ରାଇମବ୍ରାଞ୍ଚ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଅନୁଯାୟୀ, ଆକାଶ ଟାଟା କମ୍ପାନୀର ମେଲ୍‌ ଆଇଡି ଓ ଲୋଗୋ ବ୍ୟବହାର କରି ନକଲି ଆଇକାର୍ଡ ଓ ଭିଜିଟିଂ କାର୍ଡ ବ୍ୟବହାର କରୁଥିଲେ। ଅଭିଯୋଗକୁ ଭିତ୍ତିକରି ସାଇବର ଥାନାରେ ଗତମାସ ୨୩ ତାରିଖରେ ମାମଲା (ନଂ.୨୬/୨୦) ମାମଲା ରୁଜୁ ହୋଇଥିଲା ା ଆକାଶଙ୍କ ବିରୋଧରେ ଆଇପିସି ଦଫା ୪୧୯, ୪୨୦, ୪୬୭, ୪୬, ୪୬୯, ୪୭୧ ଧାରା ଏବଂ ଆଇଟି ଆଇନର ୬୬(ଗ) ଓ ୬୬(ଘ)ରେ ତଦନ୍ତ ଜାରି ରହିଛି। ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଆକାଶ ଟାଟା ମୋଟର୍ସର ଏମ୍‌ଡି ଥିବା ନେଇ ପ୍ରଚାର କରୁଥିଲେ ା ଏଣୁ ଚାକିରି ଆଶାୟୀମାନେ ଆକାଶ, ପ୍ରଦୀପ ଓ ତାଙ୍କ ସହଯୋଗୀଙ୍କୁ ଟଙ୍କା ଦେଉଥିଲେ। ୬ଜଣ ଅଭିଯୋଗକାରୀଙ୍କ ମଧ୍ୟରୁ ୨ଜଣ ପ୍ରଦୀପଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ଓ ଅନ୍ୟ ୪ଜଣ ପ୍ରଦୀପଙ୍କ ଘନିଷ୍ଠ ସହଯୋଗୀଙ୍କ ଜରିଆରେ ଟଙ୍କା ଟ୍ରାନ୍ସଫର କରିଛନ୍ତି। ସେହିପରି ଟଙ୍କା ନେଇ ଆକାଶ କେତେଜଣ ଯୁବତୀଯୁବକଙ୍କୁ ଜାଲ୍‌ ନିଯୁକ୍ତିପତ୍ର ଓ ଅନ୍‌ଲାଇନ ଟ୍ରେନିଂ ମଧ୍ୟ ଦେଇଥିଲେ। ଆକାଶ ଓ ପ୍ରଦୀପଙ୍କୁ ଅନେକ ଲୋକ ଟଙ୍କା ଦେଇଥିବା ଆକାଶଙ୍କ ପିଏ ଡେଭିଡ୍‌ ପିଟର କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀଙ୍କ ନିକଟରେ ବୟାନ ମଧ୍ୟ ଦେଇଛନ୍ତି। ତେଣୁ ଯେଉଁମାନେ ଏମାନଙ୍କ ଦ୍ୱାରା ଠକାମିର ଶିକାର ହୋଇଛନ୍ତି ସେମାନେ କ୍ରାଇମବ୍ରଞ୍ଚ ନିକଟରେ ଅଭିଯୋଗ କରିବାକୁ କ୍ରାଇମବ୍ରାଞ୍ଚ ଏଡିଜି ଅନୁରୋଧ କରିଛନ୍ତି। ଯଦି ଏଭଳି ଅଭିଯୋଗ ଆସେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri