ଜିଏସ୍‌ଟି ପଞ୍ଜୀକରଣ ହରାଇଲେ ୧.୬ ଲକ୍ଷ ସଂସ୍ଥା

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବ୍ୟବସ୍ଥାରେ ୧.୬ ଲକ୍ଷ ସଂସ୍ଥା ପଞ୍ଜୀକରଣ ହରାଇଛନ୍ତି। ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହି ସଂସ୍ଥାଗୁଡିକ ରିଟର୍ନ ଫାଇଲ କରି ନ ଥିଲେ। ଫଳରେ ଟିକସ କର୍ତ୍ତୃପକ୍ଷ ଏମାନଙ୍କ ପଞ୍ଜୀକରଣକୁ ରଦ୍ଦ କରିଥିବା ଶନିବାର ଜଣାପଡିଛି। ସେହିଭଳି ଜାଲିଆତି କରି ରିଫଣ୍ଡ ପାଇବା ଲାଗି କିଛି ସଂସ୍ଥା କାରସାଦି କରିଥିବା ନଜରକୁ ଆସିଛି। ଟିକସ ଫାଇଲିଂରେ ବିଭିନ୍ନ ଅନିୟମିତତା ଅଭିଯୋଗରେ ୧୩୨ ଜଣ ଗିରଫ ହୋଇଛନ୍ତି। ଗତ ମାସେ ମଧ୍ୟରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସାରା ଦେଶରେ ଅପରେଶନ ଦ୍ୱାରା ଏଭଳି ଘଟଣାର ପର୍ଦ୍ଦାଫାଶ ହୋଇଛି।
ବେଆଇନ ଜାଲ୍‌ ଇନ୍‌ପୁଟ ଟାସ୍କ କ୍ରେଡିଟ ସୁବିଧା କରାଇଦେବା ଅଭିଯୋଗରେ ୪ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଜଣେ ମହିଳାଙ୍କ ଗିରଫ ଭଳି ଘଟଣା ମଧ୍ୟ ନଜରକୁ ଆସିଛି। ନଭେମ୍ବର ମଧ୍ୟ ଭାଗରୁ ଏଭଳି ବିଭିନ୍ନ ୧୪୩୦ ମାମଲା ଦାୟର ହୋଇଛି। ୪୫୮୬ ସଂସ୍ଥା ଜାଲ୍‌ ବୋଲି ଜଣାପଡିଛି। ଏଭଳି ବିଭିନ୍ନ ଘଟଣାକୁ ନଜରରେ ରଖି ୧.୬ ଲକ୍ଷ ସଂସ୍ଥାଙ୍କ ପଞ୍ଜୀକରଣ ବାତିଲ କରାଯାଇଥିବା ଶନିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, ୧.୨ କୋଟିରୁ ଊର୍ଦ୍ଧ୍ୱ ସଂସ୍ଥା ଜିଏସ୍‌ଟି ଅଧୀନରେ ପଞ୍ଜୀକୃତ ଅଛନ୍ତି।
ଜଣେ ଅଧିକାରୀ କହିଛନ୍ତି ଯେ, ଜିଏସ୍‌ଟିଏନ୍‌ରେ ପଞ୍ଜୀକରଣ କରିଥିବା ସଂସ୍ଥାଗୁଡିକ ମଧ୍ୟରୁ ଯେଉଁଗୁଡିକ ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ରିଟର୍ନ ଫାଇଲ କରିନାହାନ୍ତି ସେଗୁଡିକୁ ପ୍ରଥମେ ନୋଟିସ ଦିଆଯାଇଥିଲା। ଏହା ପରେ ପଞ୍ଜୀକରଣ ବାତିଲ କରାଯାଇଛି। ଏହା ଷ୍ଟାଣ୍ଡାର୍ଡ ପ୍ରୋସେଜିଅର ବୋଲି ଅଧିକାରୀ ମତ ରଖିଛନ୍ତି। ସେହିଭଳି ଆଉ ୨୮,୬୩୫ ଟିକସଦାତା ଜିଏସ୍‌ଟି ଆର୍‌ ୩ବି ଫାଇଲ କରିନାହାନ୍ତି। ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଏହି ସଂସ୍ଥାଗୁଡିକ ରିଟର୍ନ ଭରି ନାହାନ୍ତି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଜିଏସ୍‌ଟି କମିଶନରଙ୍କୁ କୁହାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri