୩୫ବର୍ଷ ଧରି ପାଣି ବୋହୁଛନ୍ତି କୃଷ୍ଣଚନ୍ଦ୍ର

ଖୋର୍ଦ୍ଧା ଅଫିସ,୧୧।୧୨: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଗୁଡୁମ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ। ବୟସ ପାଖାପାଖି ୬୫ ଛୁଇଁଲାଣି। ହେଲେ ସେ ଥକି ପଡ଼ିନାହାନ୍ତି। ଏହି ବୟସରେ ବି ସେ ଦିନକୁ ୮କି.ମି. ସାଇକେଲରେ ଯାତ୍ରା କରି ୨୦୦ରୁ ୩୦୦ଲିଟର ପାଣି ବୋହି ବିଭିନ୍ନ ଦୋକାନରେ ଯୋଗାଉଛନ୍ତି। ୩୫ବର୍ଷ ଧରି ଏହି କାର୍ଯ୍ୟ କରୁଥିବା କୃଷ୍ଣଚନ୍ଦ୍ର କହିଛନ୍ତି।
କୃଷ୍ଣଚନ୍ଦ୍ର ଭୋରରୁ ନିତ୍ୟକର୍ମ ସାରି ସାଇକଲ ଧରି ଖୋର୍ଦ୍ଧାକୁ ବାହାରିପଡ଼ନ୍ତି। ସାଥିରେ ୪ଟି ୧୫ଲିଟର ପ୍ଲାଷ୍ଟିକ ବ୍ୟାରେଲ ଧରି ଆସିଥାନ୍ତି। ସାଇକଲରେ ୮କି.ମି. ଯାତ୍ରା ପରେ ଖୋର୍ଦ୍ଧାରେ ପହଞ୍ଚିଥାନ୍ତି। ପରେ ନିକଟ ନଳକୂପରୁ ବ୍ୟାରେଲରେ ପାଣି ଭର୍ତ୍ତି କରି ବିଭିନ୍ନ ଦୋକାନରେ ଦେଇଥାନ୍ତି। ପାଣି ବୋହିବା କାମ ସାରିବା ପରେ, ପୁରୁଣା ବସଷ୍ଟାଣ୍ଡରେ ଖବରକାଗଜ ବିତରକ ଷ୍ଟଲରେ ପହଞ୍ଚି ପେପର ସଜାଇବା କାମରେ ବିଭିନ୍ନ ଖବରକାଗଜ ଏଜେଣ୍ଟଙ୍କୁ ସହଯୋଗ କରିଥାନ୍ତି। ସକାଳ ୯ଟା ପରେ ସେଠାରୁ ଖବରକାଗଜ ଧରି ଘରକୁ ଯାଇଥାନ୍ତି। କାମ ଛୋଟ ହେଉ କି ବଡ, ଏଥିରେ ନିଷ୍ଠା ରହିବା ଆବଶ୍ୟକ। ଏହା ଅନ୍ୟଙ୍କ ଦୃଷ୍ଟିରେ ଛୋଟ କାର୍ଯ୍ୟ ହୋଇଥିଲେ ମଧ୍ୟ, ମୁଁ ଏଥିରେ ବହୁତ ଖୁସି। ଦୈନିକ ୨ଶହରୁ ୩ଶହ ଟଙ୍କା ରୋଜଗାର ହୋଇଥାଏ। ମୋର ଅଧିକ ଟଙ୍କା ପାଇବା ଆଶା ନାହିଁ। ଏହି ରୋଜଗାରରେ ମୋ ପରିବାର ଚଳିଥାଏ। କରୋନା ମହାମାରୀ ସମୟରେ ହୋଟେଲ, ଦୋକାନ ବନ୍ଦ ଥିବାରୁ କୌଣସି କାମଧନ୍ଦା ନ ଥିଲା। ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ତଥାପି ଭାଙ୍ଗିନି। ଏହି କାର୍ଯ୍ୟରେ ମୋତେ ବହୁତ ଆନନ୍ଦ ମିଳେ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି। ବରିଷ୍ଠ ଖବରଦାତା ପ୍ରଭାତ ମିଶ୍ର କହିଛନ୍ତି, ଦୀର୍ଘ ବର୍ଷ ଧରି କୃଷ୍ଣଚନ୍ଦ୍ରଙ୍କୁ ଦେଖି ଆସୁଛି। ପେଟ୍ରୋଲ ପମ୍ପ ନିକଟରେ କେତେକ ହୋଟେଲ, ଦୋକାନକୁ ସେ ପାଣି ବୋହି ଯୋଗାଇଥାନ୍ତି। ପେପର ପଏଣ୍ଟରେ ବସି ପେପର ପଢ଼ିବା ସହ ସହଯୋଗ କରିଥାନ୍ତି। ଖୋର୍ଦ୍ଧା ଅଞ୍ଚଳରେ ଅନେକ ଲୋକ ତାଙ୍କୁ କୃଷ୍ଣ ମଉସା ବୋଲି ସମ୍ବୋଧନ
କରିଥାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri