Posted inରାଜ୍ୟ

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ : ୧୨ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର,୯ା୧୨(ବ୍ୟୁରୋ)-କେନ୍ଦ୍ରରେ ଭାଜପା ପରିଚାଳିତ ଏନଡିଏ ସରକାର କାର୍ଯ୍ୟକାରୀ କରିଥିବା ନୂତନ କୃଷି ଆଇନକୁ ବିରୋଧ କରି ସାରା ଦେଶରେ ଚାଷୀ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି । ଏହି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଚାଷୀମାନେ ଅଡି ବସିଛନ୍ତି। ବହୁ ଦଫା ଆଲୋଚନା ପରେ ମଧ୍ୟ କେନ୍ଦ୍ର ସରକାର ଚାଷୀଙ୍କ ଆକ୍ରୋଶରୁ ବର୍ତ୍ତୀ ପାରି ନାହିଁନ୍ତି। ଏପରି ସ୍ଥଳେ ରାଜ୍ୟ ସରକାର ଚାଷୀମାନଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଏମ.ଏସ ସ୍ବାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ସହ ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇଗୁଣା କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପୁଣି ଥରେ ପ୍ରସ୍ତାବ ଦେବେ। କୃଷି ବିଭାଗ ପକ୍ଷରୁ ଏ ନେଇ ଦିଆଯାଇଥିବା ଏକ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଚାଷୀମାନେ ସେମାନଙ୍କ ଉତ୍ପାଦର ଉପଯୁକ୍ତ ମୂଲ୍ୟ ପାଇବାରୁ ଯେପରି ବଞ୍ଚିତ ନ ହେବେ ସେ ନେଇ ୨୦୧୭ ଏବଂ ୨୦୧୮ରେ ବିଧାନସଭାରେ ବିଧାନସଭାରେ ସର୍ବ ସମ୍ମତ ସଙ୍କଳ୍ପ ପାରିତ କରାଯାଇଥିଲା। ସେତେବେଳେ ରାଜ୍ୟ ସରକାର ସର୍ବ ନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ପ୍ରସ୍ତାବ ଦେଇଥିଲେ। ସ୍ବାମୀ ନାଥନଙ୍କ ଅଧ୍ୟକ୍ଷତାରେ ଗଠିତ ଜାତୀୟ କୃଷକ କମିଶନ ସୁପାରିଶ ଅନୁଯାୟୀ ସର୍ବନିମ୍ନ ସହାକୟ ମୂଲ୍ୟ ହାରାହାରୀ ଉତ୍ପାଦନ ଖର୍ଚ୍ଚ ଠାରୁ ଅତିକମରେ ୫୦ ଭାଗ ଅଧିକ କରିବାକୁ ରାଜ୍ୟ ସରକାର ପୁଣି ଥରେ ପ୍ରସ୍ତାବ ଦେବେ।
ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ରାଜ୍ୟ ସରକାର କୃଷକମାନଙ୍କର ସର୍ବାଙ୍ଗୀନ ଉନ୍ନତୀ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି। କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ଦିଗରେ ପ୍ରତିଶ୍ରୁତି ବଦ୍ଧ । କୃଷିକୁ ଅଧିକ ଲାଭଦାୟକ କରିବା, କୃଷି କ୍ଷେତ୍ରରେ ଦୃତ ଅଭିବୃଦ୍ଧି ହାଲସ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ସମସ୍ତ ନୀତି, କାର୍ଯ୍ୟକ୍ରମ ଏବଂ କୃଷି ନୀତି-୨୦୨୦ ସମୃଦ୍ଧି ଉଦ୍ଦିଷ୍ଟ। ଏହି ପରିପ୍ରେକ୍ଷୀରେ କୃଷକମାନଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ଏମଏସପି ଗୁରୁତ୍ୱ ପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ। ଅନ୍ୟାନ୍ୟ କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିଙ୍କ ଆୟର ଅଭିବୃଦ୍ଧି ତଥା ଚାଷ ଜନୀତ ଖର୍ଚ୍ଚର ବୃଦ୍ଧି ସହିତ ତାଳ ମିଳାଇ କୃଷକ ଆୟ ମଧ୍ୟ ବୃଦ୍ଧି ହେବା ଉଚିତ । କୃଷି ଜାତ ଦ୍ରବ୍ୟଗୁଡିକର ସର୍ବନିମ୍ନ ସହାକୟ ମୂଲ୍ୟ କୃଷି କାର୍ଯ୍ୟକୁ ଲାଭଦାୟକ କରିବା ତଥା କୃଷକମାନଙ୍କୁ ସବୁ ପ୍ରକାର ବିପଦରୁ ସୁରକ୍ଷା ଦେବା ନିମନ୍ତେ ସାମଗ୍ରୀଭାବେ ନିର୍ଦ୍ଧାଣ ହେବା ଆବଶ୍ୟକ ବୋଲି ଆରୁଖ କହିଛନ୍ତି।
ବୁଧବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୨ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଓଡିଶା ରାଜ୍ୟ ବିଦ୍ୟୁତ ବୋର୍ଡ ସମ୍ପତ୍‌ିର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଓଡିଶାର ସରକାରଙ୍କ ସପକ୍ଷରେ ୨୦୦ କୋଟି ଟଙ୍କାର ଅଂଧନ ରୂପାନ୍ତjରୀତ ବଣ୍ଡ ଏବଂ ଅଣ ରୂପାନ୍ତରୀତ ବଣ୍ଡ ୨୦୦ କୋଟି ଟଙ୍କାର ପ୍ରଦାନ କରିଥିଲା। ୪୦୦ କୋଟି ଟଙ୍କାର ଏହି ବଣ୍ଡଗୁଡିକ ୨୦୦୫ ଜୁନ ୬ ତାରିଖରେ ଓପିଟିସିଏଲକୁ ନ୍ୟସ୍ତ କରାଯାଇଛି। ପରିବହନ ଶୁଳ୍କ ନିର୍ଣ୍ଣୟରେ ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାଣ ଓ ବଣ୍ଡର ସୁଧ ବିବେଚନା କରାଯାଇ ନ ଥିବାରୁ ଓପିଟିସିଏଲ ୨୦୦ କୋଟି ଟଙ୍କାର ରୂପାନ୍ତରୀତ ବଣ୍ଡ ଏବଂ ୨୦୦ କୋଟି ଟଙ୍କାର ଅଣ ରୂପାନ୍ତରୀଣ ବଣ୍ଡକୁ ରୂପାନ୍ତର କରିବାକୁ ଅନୁରୋଧ କରିଛି । ଓପିଟିସିଏଲ ଏହି ବଣ୍ଡକୁ ମୁକ୍ତ କରିବା ସ୍ଥିତିରେ ନାହିଁ। ୨୦୧୦-୧୧ ପର୍ଯ୍ୟନ୍ତ ବଣ୍ଡ କୌଣସି ସୁଧ ବହନ କରିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ଉକ୍ତ ବଣ୍ଡ ଓ ଏହା ଉପରେ ଥିବା ସୁଧକୁ ଅଂଶଧନରେ ପରିଣତ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ବ୍ୟାପକ କରିବା ସହ ଡାକ୍ତର ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ ସରକାର ଆଦିବାସୀ ବହୁଳ ଫୁଲବାଣୀ ଜିଲାରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ କୋରାପୁଟ ଜିଲାରେ ୬୫୦ ଶର୍ଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇଟି ହସ୍ପିଟାଲ ନିର୍ମାଣ ପାଇଁ ୬୮୦ କୋଟି ଟଙ୍କାର ଟେଣ୍ଡରକୁୂ କ୍ୟାବିନେଟ ଅନୁମୋଦନ କରିଛି। ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆସନ୍ତା ୩୬ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହସ୍ପିଟାଲ ଦ୍ୱାରା ଆଦିବାସୀ ଲୋକମାନେ ଉତ୍ତମ ଚିକିତ୍ସା ସୁବିଧା ପାଇ ପାରିବେ ବୋଲି ଆରୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri