କାଳିଆପାଣି,୯ା୧୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ ବିଭିନ୍ନ ନିଶା ସାମଗ୍ରୀ କାରବାର ବୃଦ୍ଧି ପାଇବାରେ ଲାଗିଛି ା ଏଥିରେ ସ୍ଥାନୀୟ ଯୁବକମାନେ ପଥଭ୍ରଷ୍ଟ ହେଉଥିବା ବେଳେ ଅଧିକାଂଶ ନାବାଳକ କବଳିତ ହେଉଥିବା ଅଭିଯୋଗ ହୋଇଛି। ବିଶେଷ କରି ଖଣି ଅଞ୍ଚଳରେ କାମଧନ୍ଦା ମିଳୁନାହିଁ ା ବହୁ ଯୁବକ କାମ କରିବାକୁ ଦାଦନ ଖଟି ଯାଉଥିବା ବେଳେ ଆଉ କେତେଜଣ ଯୁବକ ରୋଜଗାର ଅଭାବରୁ ଚୋରି,ଡକାୟତି କରି ମଦ,ଗଞ୍ଜେଇ ଖାଇ ଗଣ୍ଡଗୋଳ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି ା
ବିଶେଷ କରି ଟାଟା ବଜାର, କାଳିଆପାଣି ବଜାର ଓ ହଟିଂଗୁଡ଼ିକରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଯୁବକମାନଙ୍କ ସହ ନାବାଳକମାନେ ମେଳି କରୁଛନ୍ତି। ଏଥିପାଇଁ ପଥଚାରୀ ଓ କ୍ରୋମାଇଟ ପରିବହନ ଗାଡ଼ି ଚାଳକମାନେ ବିଳମ୍ବିତ ରାତ୍ରି ଯାତାୟତ କରିବାକୁ ସୁରକ୍ଷିତ ମଣୁ ନାହାନ୍ତି ା ଟମକା-ମଙ୍ଗଳପୁର ରାସ୍ତାରେ ମାରଣାସ୍ତ୍ର ଦେଖାଇ ପଥଚାରୀଙ୍କଠାରୁ ଟଙ୍କା ଲୁଟ୍ କରାଯାଉଥିବା କାଳିଆପାଣି ଥାନାରେ ଅଭିଯୋଗ ହୋଇଛି। ଖଣି ଅଞ୍ଚଳର କଅଁସ, କାଳିଆପାଣି, ଚିଙ୍ଗୁଡ଼ିପାଳ, ରାଁସୋଳ, କାଙ୍କଡ଼ପାଳ, କୁହିକା ଆଦି ପଞ୍ଚାୟତର ଅଧିକାଂଶ ଯୁବକ ଦେଶୀ ମଦ,ଗଞ୍ଜେଇ ଖାଇ ବିପଥଗାମୀ ହେଉଥିବା ଅଭିଯୋଗ ହୋଇଛି ା ସେପରି ହାଣ୍ଡିଆ,ରଶି ବିକ୍ରି ନାମରେ ଦେଶୀ ମହୁଲି ବିକ୍ରି ଲାଗିଛି ା କଅଁସ ପଞ୍ଚାୟତର କୋଳିପଶି ବଜାର, ହଟିଂ, କାଳିଆପାଣି ପଞ୍ଚାୟତର ହନୁମାନ ବଜାରରେ ଥିବା ହଟିଂ, ବିର୍ସାନଗର ହଟିଂ, କଟେପୁର୍ତ୍ତି ନଗର ହଟିଂ, ବରଗଜି ଗାଁ , ହରଟୋଟା ଗାଁ , ଡ଼ମଶାଳ ନାଳକୂଳରେ ଦେଶୀ ମହୁଲି ବିକ୍ରି ହେଉଛି। କେତେକ ସ୍ଥାନରେ ଡେନ୍ଡ୍ରାଇଟ୍ ନିଶାରେ ନାବାଳକମାନେ ପଡିଛନ୍ତି ା ଏପରି କି ଖଣି ଅଞ୍ଚଳର ବିଭିନ୍ନ ପାନ,ଚା ଦୋକାନରେ ଗଞ୍ଜେଇ ବିକ୍ରି ହେଉଛି। ସେହିପରି ନିଶାଦିଆ ସିଗାରେଟ ୫୦ ଟଙ୍କାରୁ ୧୦୦ ଟଙ୍କା ବିକ୍ରି କରାଯାଉଛି ା ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ଦୃଢ଼ କଲେ ଏପରି ନିଶା କାରବାର ରୋକା ଯାଇ ପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ କହିଛନ୍ତି। ଏନେଇ କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି କହିଛନ୍ତି, ତୁରନ୍ତ ପୋଲିସ ଏପରି ନିଶା କାରବାର ରୋକିବା ପାଇଁ ପଦକ୍ଷେପ ନେବ ା
Posted inଆମ ଜିଲା ଖବର, ଯାଜପୁର View All
ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି
ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...
୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର
ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...
ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ
କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...
ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...
ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର
ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...
କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…
ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...
ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା…
ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...
ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍ ଜରିଆରେ ଜାଣିହେବ ଗତିବିଧି
ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...
Archives


