ଫି ଛାଡ଼ ପ୍ରସଙ୍ଗରେ ହାଇକୋର୍ଟରେ ଜବାବୀ ସତ୍ୟପାଠ ଦାଖଲ କଲେ ଘରୋଇ ସ୍କୁଲ ସଂଘ: ୧୦ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୭।୧୨: ଫି ଛାଡ଼ ପ୍ରସଙ୍ଗରେ ସୋମବାର ହାଇକୋର୍ଟରେ ଘରୋଇ ସ୍କୁଲ ସଂଘ ତରଫରୁ ଜବାବୀ ସତ୍ୟପାଠ ଦାଖଲ କରାଯାଇଛି । ଏହି ସତ୍ୟପାଠରେ ଦର୍ଶାଯାଇଛି ଯେ, ୨୩।୦୯।୧୯୯୬ରେ ସରକାର ଓ ଘରୋଇ ସ୍କୁଲ ସଂଘକୁ ନେଇ ଏକ ରିଜୋଲୁଶନ ଅଣାଯାଇଥିଲା । ଉକ୍ତ ରିଜୋଲୁଶନର ସେକ୍‌ଶନ୪(ଆଇ)ରେ ସ୍ପଷ୍ଟ ଭାବେ ଘରୋଇ ସ୍କୁଲ ଉପରେ ସରକାରଙ୍କ ନିୟନ୍ତ୍ରଣ ଥିବା ବିଷୟ ଉଲେଖ ରହିଛି । ଘରୋଇ ସ୍କୁଲଗୁଡ଼ିକ ଫି ବଢ଼ାଇବା କିମ୍ବା କମାଇବା ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସରକାରଙ୍କ ପରାମର୍ଶ ନେବା ଜରୁରୀ ବୋଲି ଉଲ୍ଲେଖ ରହିଛି।
ସେହିପରି ସେକ୍‌ଶନ ୯ରେ ଉଲ୍ଲେଖ ରହିଛି ଯେ, ଘରୋଇ ସ୍କୁଲ କର୍ତ୍ତୃପକ୍ଷ ସରକାରଙ୍କ ଫି ସମ୍ବନ୍ଧୀୟ ନିଷ୍ପତ୍ତିକୁ ମାନିବା ଉଚିତ୍‌ । ଯଦି କୌଣସି ସ୍କୁଲ କର୍ତ୍ତୃପକ୍ଷ ଏହାକୁ ଉଲ୍ଲଂଘନ କରନ୍ତି, ତେବେ ଉକ୍ତ ସ୍କୁଲର ସ୍ବୀକୃତି ପ୍ରମାଣପତ୍ର(ସିଓଆର)ପ୍ରତ୍ୟାହାର କରାଯିବ । ଏସବୁ ତଥ୍ୟ ଥାଇ ବି ଯଦି ସରକାର ନିୟନ୍ତ୍ରଣ ନଥିବା ବିଷୟ କହୁଛନ୍ତି, ତେବେ ନିୟନ୍ତ୍ରଣ ଆଣିବା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ହାଇକୋର୍ଟରେ ବେସରକାରୀ ସ୍କୁଲ ସଂଘ ଓକିଲ ବିଭୂତି ଭୂଷଣ ଚୌଧିରୀ ପ୍ରାର୍ଥନା କରିଥିଲେ।

ଅନ୍ୟପକ୍ଷେ ଫି ଛାଡ଼ ନେଇ ଷ୍ଟେକହୋଲଡରମାନଙ୍କ ଦ୍ୱାରା ହୋଇଥିବା ଏମ୍‌ଓୟୁରେ ୫ ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ଉଲ୍ଲେଖ ରହିଛି । ଅଦାଲତ ଚାହିଁଁଲେ ବିଚାରକୁ ନେଇ ପାରିବେ ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା ।
ସରକାରଙ୍କ ତରଫରୁ ଆଡ୍‌ଭୋକେଟ ଜେନେରାଲ କହିଥିଲେ ଯେ, ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ହାଇକୋର୍ଟ ମାମଲାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ତେଣୁ ଖୁବ୍‌ଶୀଘ୍ର ଆମକୁ ଏହାର ନିଷ୍କର୍ଷ ମିଳିବ । ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍‌ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଉଭୟ ପକ୍ଷର ଅଭିଯୋଗ ଶୁଣିବା ପରେ ଅଦାଲତ ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ୧୦ ତାରିଖରେ କରାଯିବା ପାଇଁ ନିଷ୍ପତ୍ତି ନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

୧୮ ଦିନ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୧୦।୧୨ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ୧୮ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି। ଗୃହର କୌଣସି ସରକାରୀ...

୧୨ ଯାଏ ଥରିବ ଓଡ଼ିଶା: ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ): ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୩ ଦିନ ପର୍ଯ୍ୟନ୍ତ ଶୀତ ଲହରି ବା କୋଲ୍ଡ ଓ୍ବେଭ୍‌ ଜାରି...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri