ଇକୋ ସେନ୍‌ସିଟିଭ ଜୋନରେ ପ୍ରକଳ୍ପ

କେନ୍ଦ୍ରାପଡା ଅଫିସ,୩।୧୨:କେନ୍ଦ୍ରାପଡ଼ା ଜିଲା ଜାତୀୟ ଉଦ୍ୟାନ ଭିତରକନିକାର ପରିବେଶ ସମ୍ବେଦନଶୀଳ ଅଞ୍ଚଳ (ଇକୋ ସେନ୍‌ସିଟିଭ ଜୋନ)ରେ ଯାଉଛି। ଜିଲାର ରାଜକନିକା ବ୍ଲକ ବରୁଣାଡିହାରେ ନିର୍ମାଣାଧୀନ ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପ ପରିବେଶ ସମ୍ବେଦନଶୀଳ ଜୋନରେ ଯାଉଛି। ତେଣୁ ଏହି ପ୍ରତିବନ୍ଧକ ଏବେ ଜିଲା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ସାଜିଛି। ପ୍ରକଳ୍ପରୁ ଭଦ୍ରକକୁ ପାଣି ଯୋଗାଣ କରିବାକୁ ସରକାର ଚାହୁଁଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଓ ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ବିରୋଧ କରୁଛି। ଅନ୍ୟପକ୍ଷରେ ଏହି ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କ ପରିବେଶ, ବନ ଓ ପାଣିପାଗ ବିଭାଗ ୨୦୧୫ ଜୁନ ୧୬ରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିସହ ବନ, ଉଦ୍ୟାନ କୃଷି, କୃଷି, ପାର୍କ ବ୍ୟତୀତ ଅନ୍ୟ ପ୍ରକଳ୍ପ ଆରମ୍ଭ ପାଇଁ ଏହି ବିଜ୍ଞପ୍ତିରେ ପ୍ରତିବନ୍ଧକ ଅଛି। ନୂତନ ପ୍ରକଳ୍ପ ଆରମ୍ଭ ପୂର୍ବରୁ ପରିବେଶ ଉପରେ ସମ୍ଭାବିତ ପ୍ରଭାବର ବିଜ୍ଞାନ ଭିତ୍ତିକ ବିଶ୍ଳେଷଣ ପରେ ମନିଟରିଂ କମିଟିରେ ମଞ୍ଜୁରୀ ଆବଶ୍ୟକ। ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ସହ ପ୍ରଶାସନିକ ଅଧିକାରୀନଙ୍କ ଦୁଇଥର ଆଲୋଚନା ବିଫଳ ହୋଇଛି। ଏବେ ପ୍ରଶାସନ ତରବରିଆ ଭାବେ ପରିବେଶ ସମ୍ବେଦନଶୀଳ ଜୋନ କମିଟିକୁ ଡାକି ଏହାର ମଞ୍ଜୁରୀ ପାଇଁ ଚେଷ୍ଟା ଚଳାଇଥିବା ଜଣାପଡିଛି।
ପ୍ରକଳ୍ପ କାର୍ଯ୍ୟ ଆରମ୍ଭର ବର୍ଷେ ପରେ ଗୁରୁବାର ଏ ନେଇ କମିଟି ସଦସ୍ୟଙ୍କ ବୈଠକ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ହେବାକୁ ଯାଉଛି। ତେବେ ଅଦ୍ୟାବଧି ପରବେଶ ବିଜ୍ଞାନୀଙ୍କ ଅନୁଧ୍ୟାନ ହୋଇ ନ ଥିବାରୁ ଆଇନ ଜାଲରେ ଛନ୍ଦି ହେବା ସମ୍ଭାବନା ଦେଖାଦେଇଛି। ଭିତରକନିକା ଜାତୀୟ ଉଦ୍ୟାନର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପରିବେଶ, ବନ ଓ ପାଣିପାଗ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଜିଲାର ୧୪୭ଟି ଓ ଭଦ୍ରକ ଜିଲାର ୪୫ଟି ଗ୍ରାମକୁ ସମ୍ବେଦନଶୀଳ ଜୋନ ଭାବେ ଗ୍ରହଣ କରିଛନ୍ତି। ଏହି ଜୋନରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଜଳ ଯୋଗାଣ ସ୍ଥାନ ବରୁଣାଡିହା ରହିଥିବା ବେଳେ ଭଦ୍ରକ ଜିଲା ଚାନ୍ଦବାଲିସ୍ଥ ନୂଆହାଟରେ ନିର୍ମାଣାଧୀନ ଜଳ ବିଶୋଧନ ପ୍ରଣାଳୀ ରହୁଛି। ପାଣି ଉଠାଣ ଓ ଯୋଗାଣ ଦୁଇ ସ୍ଥାନ ପରିବେଶ ସମ୍ବେଦନଶୀଳ ଜୋନରେ ରହିଛି। ତେଣୁ ପ୍ରକଳ୍ପ କିପରି ହେବ ବୋଲି ମନିଟରିଂ କମିଟି ସଦସ୍ୟ ରାଜକନିକାସ୍ଥିତ ସମ୍ଭାବନା ଅନୁଷ୍ଠାନର ସାମାଜିକ କର୍ମୀ ଶ୍ରୀକାନ୍ତ ନାୟକ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଭିତରକନିକାକୁ ୧୯୭୫ରେ ବନ୍ୟପ୍ରାଣୀ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ୧୯୯୭ରେ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ ସଂରକ୍ଷଣ ଯୋଗାଇ ଦିଆଯାଇଥିବା ବେଳେ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଛି। ଏହାବ୍ୟତୀତ ଏହି ଜାତୀୟ ଉଦ୍ୟାନ ବିଶ୍ୱସ୍ତରରେ ଜୈବ ବିବିଧତା ପାଇଁ ପରିବେଶବିତ୍‌ ଓ ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି। ନଦୀ ମୁହାଣ ଓ ସାମୁଦ୍ରିକ ଜଳର ମିଶ୍ରଣ ପାଇଁ ଦେଶର ଦ୍ୱିତୀୟ ବୃହତ୍ତମ ହେନ୍ତାଳବଣ ସୃଷ୍ଟି ହୋଇଛି। ସେହିପରି ୬୧ ପ୍ରକାର ଅମେରୁଦଣ୍ଡୀ ପ୍ରାଣୀ, ବିଭିନ୍ନ ସରୀସୃପ, ବନ୍ୟଜନ୍ତୁ, କୁମ୍ଭୀର, ବିରଳ ଅଲିଭରିଡ୍‌ଲେ, ବିଭିନ୍ନ ପ୍ରଜାତିର ମାଛ, ୨୮୦ରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ପ୍ରଜାତିର ପକ୍ଷୀଙ୍କ ସମାହାର ହୋଇଛି। ପାନୀୟ ଜଳ ପ୍ରକଳ୍ପ ପୂର୍ବରୁ ଏ ନେଇ ପରିବେଶ ବିଜ୍ଞାନୀଙ୍କ ଅନୁଧ୍ୟାନ ପରେ କମିଟି ସଦସ୍ୟଙ୍କ ମଞ୍ଜୁରୀ ଆବଶ୍ୟକ। ସେହିପରି ୨୦୧୬ରେ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଁ ୟୁନୋସ୍କୋ ପକ୍ଷରୁ ଅନୁଧ୍ୟାନ ହୋଇ ସାରିଛି। ଏହାର ସୁରକ୍ଷା ଏବେ ଜରୁରୀ ହୋଇପଡିଛି। କମିଟିରେ ଅଧିକାଂଶ ସରକାରୀ ଅଧିକାରୀ ଥିବାରୁ ପରିବେଶ ଅନୁଧ୍ୟାନ ପୂର୍ବରୁ ମେଗା ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ପାଇଁ ପ୍ରୟାସ ହେଲେ ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା ଅଛି ବୋଲି କମିଟି ସଦସ୍ୟ ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri