ଘରକୁ ଫେରୁଛନ୍ତି ଜିଲା ବାହାର ଶ୍ରମିକ

ବରଗଡ଼ ଅଫିସ,୩୦ା୧୧:ମହାମାରୀ କରୋନା ସଭିଁଙ୍କ ରୋଜଗାର ଛଡ଼ାଇ ନେଇଛି। ଏଥିରେ ଶ୍ରମଜୀବୀ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। କରୋନା ସଂକ୍ରମଣ ଆରମ୍ଭ ହେବାଠାରୁ ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି ଯେ, ତାହା ଥମିବାର ନାଁ ନେଉ ନାହିଁ। ଚଳିତ ଧାନ ଅମଳ ସମୟରେ ଏହା ପରିଲକ୍ଷିତ ହେଉଛି। ରୋଜଗାର ଆଶାରେ ଜିଲା ବାହାରୁ ବରଗଡ଼କୁ ଶ୍ରମିକମାନେ ଆସିଛନ୍ତି। ତେବେ ଅନ୍ୟବର୍ଷ ତୁଳନାରେ କମ୍‌ ସଂଖ୍ୟକ ଶ୍ରମିକ ଆସିଥିଲେ ମଧ୍ୟ ପୂର୍ବବର୍ଷ ଭଳି ସେମାନଙ୍କୁ ରୋଜଗାର ମିଳୁ ନାହିଁ। ଧାନ ଅମଳ ଯନ୍ତ୍ର ହାର୍ଭେଷ୍ଟରକୁ ଅନେକ ଚାଷୀ ଏବେ ବ୍ୟବହାର କରୁଛନ୍ତି। ଫଳରେ ରୋଜଗାର ଆଶାରେ ଆସିଥିବା ଶ୍ରମିକମାନେ ପୁଣି ନିରାଶରେ ଘରକୁ ଫେରୁଥିବା ଦେଖିବାକୁ ମିଳୁଛି।
ରାଜ୍ୟର ସର୍ବାଧିକ ଧାନ ବରଗଡ଼ ଜିଲାରେ ହିଁ ଉତ୍ପାଦନ ହୋଇଥାଏ। ଜିଲାର ପଦ୍ମପୁର ଉପଖଣ୍ଡ, ବରଗଡ଼ ଉପଖଣ୍ଡର ଅମ୍ବାଭୋନା ବ୍ଲକକୁ ଛାଡ଼ି ଦେଲେ ଅନ୍ୟ ଅଞ୍ଚଳ ହୀରାକୁଦ ଜଳସେଚିତ। ଅତାବିରା, ଭେଡ଼େନ, ବରଗଡ଼, ବରପାଲି, ଭଟଲି ବ୍ଲକର ଆଂଶିକ ଅଞ୍ଚଳକୁ ମଧ୍ୟ ହୀରାକୁଦ ପାଣି ମାଡ଼ି ନ ଥାଏ। ତେବେ ହୀରାକୁଦ ଜଳସେଚିତ ଅଞ୍ଚଳରେ ଉଭୟ ରବି, ଖରିଫ ଋତୁରେ ଧାନଚାଷ ହୋଇଥାଏ। ସେହିପରି ଜିଲାର ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ବର୍ଷାପାଣି ଉପରେ ନିର୍ଭର କରି ଖରିଫ୍‌ ଋତୁରେ ଧାନଚାଷ କରିଥାନ୍ତି। ଏହି ଦୃଷ୍ଟିରୁ ଧାନ ଅମଳ ସମୟରେ ରୋଜଗାର ଆଶାରେ ପଡ଼ୋଶୀ ଛତିଶଗଡ଼ ସମେତ ବାହ୍ୟ ଜିଲା କଲାହାଣ୍ଡି, ନୂଆପଡ଼ା, ସୋନପୁର, ବଲାଙ୍ଗୀର ଆଦି ଜିଲାରୁ ଶ୍ରମିକମାନେ ପ୍ରତିବର୍ଷ ବରଗଡ଼ ଜିଲାକୁ ଆସିଥାନ୍ତି। ମାତ୍ର ମହାମାରୀ କରୋନା ସେଭଳି ରୋଜଗାରକୁ ମଧ୍ୟ ପ୍ରଭାବିତ କରିଛି ।
ଗତ ମାର୍ଚ୍ଚ, ଏପ୍ରିଲରେ ଚାଷୀମାନେ ରବିଧାନ ଅମଳ କରିଥିଲେ। ମାତ୍ର ସେତେବେଳେ କରୋନା ଯୋଗୁ ଲକ୍‌ଡାଉନ୍‌ କଟକଣା ଜାରି ରହିଥିବାରୁ ଜିଲା ବାହାରୁ ଏଠାକୁ ଶ୍ରମିକମାନେ ଆସି ପାରି ନ ଥିଲେ। ଏପରିକି ସ୍ଥାନୀୟ ଶ୍ରମିକମାନେ ମଧ୍ୟ ଧାନ ଅମଳ ଶ୍ରମ ପାଇଁ ଘରୁ ବାହାରି ପାରି ନ ଥିଲେ। ଫଳରେ ଧାନ ଅମଳ ପ୍ରଭାବିତ ହୋଇଥିଲା। ଚାଷୀଙ୍କ ଧାନ ଅମଳରେ ସେତେବେଳେ ହାର୍ଭେଷ୍ଟର ହିଁ ପ୍ରମୁଖ ମାଧ୍ୟମ ପାଲଟିଥିଲା। ଏବେ କରୋନା କଟକଣା କୋହଳ ହୋଇଥିଲେ ସୁଦ୍ଧା ସଂକ୍ରମଣ ଟଳିନାହିଁ। ଅନ୍ୟପଟେ କଟକଣା କୋହଳ ପରେ ଶ୍ରମିକମାନେ ଚଳିତ ଖରିଫ ଧାନ ଅମଳ ପାଇଁ ଜିଲାକୁ ଆସିଥିଲେ ହେଁ ପୂର୍ବବର୍ଷ ଭଳି ରୋଜଗାର ପାଉ ନାହାନ୍ତି । ରବିବାର ଭବାନୀପାଟଣା ଅଞ୍ଚଳକୁ ବାହୁଡ଼ୁଥିବା କିଛି ଶ୍ରମିକଙ୍କୁ ଭେଟିଥିଲୁ। ଶଙ୍କର ଜାନୀ ନାମକ ଜଣେ ଶ୍ରମିକ କହିଥିଲେ, ୨୦ ଦିନ ତଳେ ୧୭ଜଣ ଆସିଥିଲୁ। ଅତାବିରା ଅଞ୍ଚଳକୁ ଯାଇଥିଲ। କିଛି ରୋଜଗାର କରିଛୁ। ହେଲେ ଆଗଭଳି କାମ ମିଳୁନି, ଫଳରେ ଫେରି ଯାଉଛୁ ବୋଲି କହିଥିଲେ।
ସେହିପରି ଆଉଜଣେ ଶ୍ରମିକ ଭଗବାନ ଜାନୀ କହିଥିଲେ, କରୋନା ଆସିଲା ଦିନଠାରୁ କାମ ମିଳୁନାହିଁ। ଅନ୍ୟବର୍ଷ ଭଳି ଧାନ ଅମଳ କରି କିଛି ରୋଜଗାର କରିବା ଆଶା ନେଇ ଆସିଥିଲୁ । ହେଲେ ଅନେକ ଚାଷୀ ଏବେ ହାର୍ଭେଷ୍ଟରରେ ଧାନ ଅମଳ କରି ସାରିଲେଣି। କାମ ପୂର୍ବଭଳି ମିଳିଲାନି, ସେଥିପାଇଁ ଘରକୁ ଫେରି ଯାଉଥିବା ସେ କହିଥିଲେ। ବରଗଡ଼ ବ୍ଲକ କଲାପାଣିର ଜଣେ ଚାଷୀ ସୁରେଶ ନେକାଣ୍ଟି କହନ୍ତି, ସେ ୨୦ ଏକର ଧାନଚାଷ କରିଥିଲେ। ସବୁଧାନ ହାର୍ଭେଷ୍ଟରରେ ଅମଳ କରି ସାରିଛନ୍ତି। ଶ୍ରମିକ ଅଭାବ ଯୋଗୁ ରବିଧାନ ଅମଳ ପ୍ରଭାବିତ ହୋଇଥିଲା। ଫଳରେ ରବିଧାନ ଅମଳ ଭଳି ସମସ୍ୟା ଉପୁଜିବା ଆଶଙ୍କା କରି ହାର୍ଭେଷ୍ଟରରେ ସବୁଧାନ ଅମଳ କରିଥିବା ସେ କହିଥିଲେ। ଅତାବିରା ବ୍ଲକ ଦୁଲମପୁର ପଞ୍ଚାୟତ ଖଲିଆପାଲି ଗ୍ରାମର ଆଉଜଣେ ଚାଷୀ ସଞ୍ଜୀବ ମହାକୁର କହିଛନ୍ତି, ସେ ଅଧିକାଂଶ ଧାନ ହାର୍ଭେଷ୍ଟର ଯୋଗେ ଅମଳ କରିଛନ୍ତି। ଯେଉଁ ଜମିକୁ ହାର୍ଭେଷ୍ଟର ଯାଇ ପାରିଲାନି, ସେଭଳି ଅଳ୍ପକିଛି ଜମିରେ ଶ୍ରମିକ ଲଗାଇଥିବା ସେ କହିଥିଲେ। ସିନ୍ଦୁରବାହାଲ ଗ୍ରାମର ଚାଷୀ ସୁବାରାଓ କହିଛନ୍ତି, ଉଭୟ ହାର୍ଭେଷ୍ଟର ଆଉ ଶ୍ରମିକ ଲଗାଇ ସେ ଧାନ ଅମଳ କରିଛନ୍ତି। ଅମଳ ପରେ ଧାନ ପକେଟ୍‌ ପ୍ରତି ଶ୍ରମିକମାନେ ୧୧୦ରୁ ୧୧୫ ଟଙ୍କା ନେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ...

୩ ସୂଚନା ଅଧିକାରୀଙ୍କ ଆଗୁଆ ଜାମିନ ଖାରଜ

କଟକ,୩ା୫ (କାର୍ତ୍ତିକ ସାହୁ): ସୂଚନା ଅଧିକାରର ମିଥ୍ୟା ତଥ୍ୟ ପ୍ରଘଟ କରିବା ମହଙ୍ଗା ପଡ଼ିଲା। ୩ ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ...

ଓଭରହେଡ୍‌ କେବୁଲ ତାର ମୁକ୍ତ ଅଭିଯାନ ବାଟବଣା

ରାଉରକେଲା,୩ା୫(ବିପ୍ଲବ ରଞ୍ଜନ ଦାଶ): ସ୍ମାର୍ଟ ସିଟି ରାଉରକେଲା ଓଭରହେଡ୍‌ କେବୁଳ ମୁକ୍ତ ସହର ହେବ ବୋଲି ନିଷ୍ପତ୍ତି ନିଆଗଲା। ମାତ୍ରା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ...

ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri