ଦୁର୍ଘଟଣାସ୍ଥଳ ପାଲଟିଛି ଆଳି ଡାକବଙ୍ଗଳା ଛକ

ଆଳି,୨୭ା୧୧(ଡି.ଏନ.ଏ.): ଆଳି ବ୍ଲକକୁ ଯୋଗାଯୋଗ ନିମନ୍ତେ ଗୋଟିଏ ପଟେ ବ୍ରାହ୍ମଣୀ ସେତୁ, ଅପରପକ୍ଷେ ବୈତରଣୀ ସେତୁ ଓ ଗୋବିନ୍ଦପୁର ସେତୁ ନିର୍ମାଣ ହୋଇଛି। ଏହି ସେତୁ ନିର୍ମାଣ ପରେ ଆଳି ଓ ରାଜକନିକା ଦୁଇଟି ବ୍ଲକର ଜନସାଧାରଣ ସିଧାସଳଖ ଜିଲା ବାହାରକୁ ଯାତାୟାତ କରିପାରୁଛନ୍ତି। କଟକ-ଚାନ୍ଦବାଲି ରାସ୍ତାରେ ଦୈନିକ ଶତାଧିକ କାର, ବସ୍‌, ଟ୍ରକ୍‌ ଆଦି ଯାନବାହନ ଚଳାଚଳ କରିବାରୁ ଅବସ୍ଥା ଖରାପ ହୋଇଯାଇଥିଲା। କିଛିବର୍ଷ ପୂର୍ବରୁ ବିଶ୍ୱ ବ୍ୟାଙ୍କ ସହାୟତାରେ ଜଗତପୁରରୁ ଚାନ୍ଦବାଲି ପର୍ଯ୍ୟନ୍ତ ରାସ୍ତାକୁ ନବୀକରଣ ପରେ ଯାନବାହନ ଚଳାଚଳ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ ଆଳି ପତ୍ରପୁର ସେତୁ ନିକଟରୁ ଆଳି ଗଡଗଡି ସେତୁ ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତାରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ମୁଖ୍ୟତଃ ଡାକବଙ୍ଗଳା ଛକଠାରେ ଥିବା ବୁଲାଣି ଏବେ ଦୁର୍ଘଟଣାସ୍ଥଳ ଭାବେ ପରିଗଣିତ ହେଉଛି। ଏହି ବୁଲାଣିଟି ଏପରି ହୋଇଛି ଯେ, ପ୍ରତ୍ୟେକ ଦିନ ବାଇକ୍‌ ଓ କାର ଦୁର୍ଘଟଣା ମଧ୍ୟ ଘଟୁଛି। ଗତ ସପ୍ତାହରେ ଏକ କାର ଉକ୍ତ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। କିଛିଦିନ ପୂର୍ବେ କଟକରୁ ମୃତଦେହ ନେଇ ଆମ୍ବୁଲାନ୍ସ ଚାନ୍ଦବାଲି ଅଭିମୁଖେ ଆସୁଥିବା ବେଳେ ସେହି ସ୍ଥାନରେ ଓଲଟି ପଡିଥିଲା। ଆମ୍ବୁଲାନ୍ସ ଓଲଟି ପଡିବାରୁ ସେଥିରେ ଥିବା ଲୋକେ ମଧ୍ୟ ଆହତ ହୋଇଥିଲେ। ବିଭାଗୀୟ ଅଧିକାରୀ ଏହି ଘଟଣା ପ୍ରତି ଅବଗତ ଥିଲେ ମଧ୍ୟ ଏହାର ପ୍ରତିକାର ନିମନ୍ତେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଏ ସମ୍ପର୍କରେ ଆଳି ପୂର୍ତ୍ତ ବିଭାଗ କନିଷ୍ଠଯନ୍ତ୍ରୀ ଜ୍ୟୋତି ରଞ୍ଜନ ବେହେରାଙ୍କୁ ପଚାରିବାରୁ ଡାକବଙ୍ଗଳା ଛକର ଦୁଇପାର୍ଶ୍ୱରେ ଦୁଇଟି ସୋଲାର ବ୍ଲିଙ୍କ ଲାଗିବ। ଉଭୟପାର୍ଶ୍ୱର ୨ଶହ ଫୁଟ ଦୂରରେ ଦୁଇଟି ବିଜ୍ଞାପନ ବୋର୍ଡ ମଧ୍ୟ ଲଗାଯିବ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ଏହି ପ୍ରସ୍ତାବ ପଠାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର କଂଗ୍ରେସରେ ଫାଟ, ଶ୍ରୀକାନ୍ତଙ୍କୁ ବିରୋଧ କରି ଦଳ ଛାଡିଲେ ବଡ଼ ନେତା

ନୀଳଗିରି,୮।୫: ବାଲେଶ୍ୱର କଂଗ୍ରେସରେ ଫାଟ। କଂଗ୍ରେସ ଛାଡିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ର୍ନିବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ...

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

ବିଧାୟକ ପ୍ରାର୍ଥୀଙ୍କ ଫଟୋରେ ଜୋତାମାଳ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀର କିଶୋର ଦାଶ),୮ା୫:କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକଙ୍କ ଫଟୋରେ କେହି ଜୋତାମାଳ ଝୁଲାଇବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri