କୋଭିଡ୍‌-୧୯ ଟିକାର ସଫଳତା

”ବିଦେଶୀ ଟିକାର ସଂରକ୍ଷଣ ବ୍ୟବସ୍ଥା ଭାରତରେ ଅନୁକୂଳ ନୁହେଁ। ଏହା ବିଯୁକ୍ତ ୮୦ ଡିଗ୍ରୀ (-୭୦ରୁ-୮୦) ସେଲସିୟସ ଉତ୍ତାପରେ ସୁରକ୍ଷିତ ରହିଥାଏ। ଏହାକୁ କୋଲ୍ଡ ଚେନ୍‌ ବ୍ୟବସ୍ଥା କୁହାଯାଏ। ଏହି ବ୍ୟବସ୍ଥା ବିଶ୍ୱର କୌଣସି ଦେଶରେ ଉପଲବ୍ଧ ନୁହେଁ। ତେଣୁ ଟିକାର ୯୦ ପ୍ରତିଶତ ସଫଳତା ଥିଲେ ମଧ୍ୟ ସଂରକ୍ଷଣ ଅଭାବରୁ ସେଗୁଡିକ ଅକାମୀ ହୋଇଯିବ।“

କରୋନା ସଂକ୍ରମଣ ପ୍ରତିରୋଧ ପାଇଁ ସମ୍ପୂର୍ଣ୍ଣ ବିଶ୍ୱ ଉଦବିଘ୍ନ। ଅନେକ ଔଷଧ କମ୍ପାନୀ ଏଗାରରୁ ଅଧିକ ପ୍ରକାର ଟିକା ପ୍ରସ୍ତୁତ କରିବା ପାଇଁ ଉଦ୍ୟମ କରୁଛନ୍ତି। ଫାଇବର ଔଷଧ କମ୍ପାନୀ ଟିକା ତିଆରି କରିସାରଛି ଏବଂ ଏହା ୯୦ ପ୍ରତିଶତରୁ ଅଧିକ ଫଳପ୍ରଦ ବୋଲି ଦାବି କରୁଛି। ରୁଷର ଟିକା ସ୍ପୁଟନିକ୍‌ର ଏବେ ଭାରତରେ ଡକ୍ଟର ରେଡିଜ୍‌ ଲାବରେଟୋରିରେ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ପ୍ରାୟ ୧୮୦ ଜଣ ସ୍ବେଚ୍ଛାସେବୀ ପଞ୍ଜୀକରଣ କରିଛନ୍ତି। ଟିକା ପ୍ରୟୋଗର ମାତ୍ରା ନିର୍ଣ୍ଣୟ ଏହି ଗବେଷଣାର ଲକ୍ଷ୍ୟ। ଗୋଟିଏ ଡୋଜ୍‌ ଟିକା ଦିଆଯିବା ପରେ ସଂପୃକ୍ତ ସ୍ବେଚ୍ଛାସେବୀଙ୍କ ଅବସ୍ଥା ଅନୁଧ୍ୟାନ କରାଯିବା ପରେ ଅଧିକ ଡୋଜ୍‌ ନେବାର ଆବଶ୍ୟକତା ସ୍ଥିର ହେବ। ସବୁ ତଥ୍ୟକୁ ବିଶ୍ଳେଷଣ କରି ଟିକାର ସଫଳତା ନିର୍ଣ୍ଣୟ ହେବ। ତିନି ସପ୍ତାହ ବ୍ୟବଧାନରେ ଦୁଇ ଥର କିମ୍ବା ତିନି ଥର ଟିକା ଦିଆଯିବ। ସାତ ମାସ ପର୍ଯ୍ୟନ୍ତ ସ୍ବେଚ୍ଛାସେବୀଙ୍କ ଶରୀରରେ ଏହାର ପ୍ରଭାବ ଅନୁଧ୍ୟାନ କରାଯିବ। ତେଣୁ ଏକ ବର୍ଷ ପୂର୍ବରୁ ସର୍ବସାଧାରଣରେ ଟିକା ଉପଲବ୍ଧ ସମ୍ଭବ ନୁହେଁ।
ସ୍ପୁଟିନିକ ଟିକାର ପରୀକ୍ଷଣ ସମ୍ପୂର୍ଣ୍ଣ ହେବା ପାଇଁ ଛଅ ମାସ ସମୟ ଲାଗିବ। ଜୈବ ଗବେଷଣା ସମୟ ସାପେକ୍ଷ। ତରବରିଆ ଭାବରେ କଲେ ବିଷମୟ ପରିସ୍ଥିିତି ସୃଷ୍ଟି ହୋଇପାରେ। ବିଦେଶୀ ଟିକାର ସଂରକ୍ଷଣ ବ୍ୟବସ୍ଥା ଭାରତରେ ଅନୁକୂଳ ନୁହେଁ। ଏହା ବିଯୁକ୍ତ ୮୦ ଡିଗ୍ରୀ (-୭୦ରୁ-୮୦) ସେଲସିୟସ ଉତ୍ତାପରେ ସୁରକ୍ଷିତ ରହିଥାଏ। ଏହାକୁ କୋଲ୍ଡ ଚେନ୍‌ ବ୍ୟବସ୍ଥା କୁହାଯାଏ। ଏହି ବ୍ୟବସ୍ଥା ବିଶ୍ୱର କୌଣସି ଦେଶରେ ଉପଲବ୍ଧ ନୁହେଁ। ତେଣୁ ଟିକାର ୯୦ ପ୍ରତିଶତ ସଫଳତା ଥିଲେ ମଧ୍ୟ ସଂରକ୍ଷଣ ଅଭାବରୁ ସେଗୁଡିକ ଅକାମୀ ହୋଇଯିବ। ଟିକାକରଣ ପାଇଁ ଭାରତରେ ଗୋଟିଏ ସହରରୁ ଅନ୍ୟ ସହରକୁ କିମ୍ବା ଗ୍ରାମାଞ୍ଚଳକୁ ପଠାଇବା ବ୍ୟବସ୍ଥା ନାହିଁ। ଭାରତ ଗୋଟିଏ ଗ୍ରୀଷ୍ମମଣ୍ଡଳୀୟ ଦେଶ। ବର୍ଷର ଅନେକ ସମୟରେ ବାୟୁମଣ୍ଡଳର ଉତ୍ତାପ ୩୦ ଡିଗ୍ରୀ ସେଲସିୟସରୁ ଅଧିକ। ସବୁବେଳେ ବିଜୁଳି ସଙ୍କଟ ଲାଗିରହେ। ପରିବହନ ବ୍ୟବସ୍ଥା ମୁଖ୍ୟ ପ୍ରତିବନ୍ଧକ। ଭାରତରେ ପ୍ରସ୍ତୁତ ଟିକା ବିଯୁକ୍ତ ୨ରୁ ବିଯୁକ୍ତ ୮ ଡିଗ୍ରୀ ସେଲସିୟସ ମଧ୍ୟରେ ସଂରକ୍ଷଣ ହୋଇପାରିବ ବୋଲି ଦାବି ହେଉଛି। ଏହା ପ୍ରମାଣ ସାପେକ୍ଷ। ବିଦେଶ ତିଆରି ଟିକା ବହୁ କମ୍‌ ଉତ୍ତାପରେ ସଂରକ୍ଷଣ ହେଉଥିବାରୁ ଭାରତରେ ପ୍ରସ୍ତୁତ ଟିକା ଅଧିକ ଉତ୍ତାପରେ ରଖିଲେ କିପରି ସଫଳ ହେବ ତାହା ପ୍ରଣିଧାନ ବିଷୟ। କରୋନା ଭୂତାଣୁର ସ୍ପାଇକ୍‌ ପ୍ରୋଟିନ୍‌ ଟିକା ଅଧିକ ପରିମାଣରେ ପ୍ରତିପିଣ୍ଡ ତିଆରି କରିବାରେ ସକ୍ଷମ। ପ୍ରତିବଦଳରେ ଆଡେନ୍‌ ଭାଇରସ ଟିକା ଶରୀରରେ ଉପଯୁକ୍ତ ଆଣ୍ଟିବଡି ସୃଷ୍ଟି କରିପାରିବ ନାହିଁ। କୋଭିଡ୍‌-୧୯ର ଫଳପ୍ରଦ ଟିକା ଉଦ୍ଭାବନ ସମୟ ହିଁ କହିବ।

ଡା. ଦ୍ୱିଜେଶ କୁମାର ପଣ୍ଡା
-ନିଦାନ ଓ ସୂକ୍ଷ୍ମ ଜୀବ ବିଶେଷଜ୍ଞ,
ଆଚାର୍ଯ୍ୟ ବିହାର,
ଭୁବନେଶ୍ୱର, ମୋ : ୯୪୩୮୪୭୦୭୭୭


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri