୩ ବ୍ଲକର କୃଷି ପ୍ରଭାବିତ ହେବ

କେନ୍ଦ୍ରାପଡା ଅଫିସ,୨୦।୧୧: କେନ୍ଦ୍ରାପଡ଼ା ଜିଲାର ଖରସ୍ରୋତା ନଦୀରୁ ଭଦ୍ରକ ଜିଲାର ୪ ବ୍ଲକକୁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସ୍ଥାନୀୟ ଅଧିବାସୀଙ୍କ ବିରୋଧ ତୀବ୍ରତର ହେବାରେ ଲାଗିଛି। ପ୍ରଶାସନିକସ୍ତରରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଉଦ୍ୟମ ଚାଲିଛି। ହେଲେ ବୁଧବାର ପ୍ରକଳ୍ପ ନିର୍ମାଣ କରିବାକୁ ଯାଇଥିବା ଏଡିଏମ୍‌, ପୋଲିସ, ଠିକା ସଂସ୍ଥାର ଶ୍ରମିକମାନେ ବିରୋଧ ଯୋଗୁ ଫେରିବାକୁ ବାଧ୍ୟ ହୋଇଥିଲେ। ଜିଲାର ୩ ବ୍ଲକ ଅଞ୍ଚଳର କୃଷି, ପାନୀୟ ଜଳ ଓ ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରଭାବିତ ଆଶଙ୍କା କରି ଆସନ୍ତା ୨୨ରେ ରାଜକନିକାଠାରେ ଜନସମାବେଶ ଆୟୋଜିତ ହେବ।
କେନ୍ଦ୍ରାପଡ଼ା ଜିଲାର ରାଜକନିକା, ଆଳି ଓ ରାଜନଗର ବ୍ଲକ ଅଞ୍ଚଳ ମଧ୍ୟରେ କେନାଲ ନାହିଁ। ଏହି ଅଞ୍ଚଳର ଘରୋଇ ଚଳଣି, ପଶୁପକ୍ଷୀ ଓ କୃଷି ପାଇଁ ୩ ବ୍ଲକ ଅଞ୍ଚଳ ମଧ୍ୟରେ ପ୍ରବାହିତ ନଦୀର ମଧୁର ଜଳ ଲିଫ୍ଟ ଇରିଗେଶନ, ପୋଖରୀ ଆଦିକୁ ବ୍ୟବହାର କରାଯାଉଛି। ସମୁଦ୍ର ନିକଟବର୍ତ୍ତୀ ସ୍ଥାନ ହେତୁ ଜିଲାର ୩ ବ୍ଲକ ଅଞ୍ଚଳର ଭୂତଳ ଜଳ ଲୁଣିଆ। ଜଳ ସମ୍ପଦ ବିଭାଗ ପକ୍ଷରୁ ୨୦୧୬ରେ ହୋଇଥିବା ସର୍ଭେ ଅନୁଯାୟୀ ଘରୋଇ, କୃଷି ଓ ପଶୁପକ୍ଷୀ ଆବଶ୍ୟକତା ପାଇଁ ଆଳି, ରାଜକନିକା ଓ ରାଜନଗର ବ୍ଲକ ଅଞ୍ଚଳରେ ୦.୩୬୬୧୩୧ ବିଲିୟନ କ୍ୟୁବିକ ମିଟର ମଧୁର ଜଳ ଦୈନିକ ଆବଶ୍ୟକତା ଅଛି। ତେବେ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଆକଳନ ଅନୁଯାୟୀ, ଏହି ୩ ବ୍ଲକରେ ଭୂତଳ ଜଳ ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ପାନୀୟ ଜଳ ପାଇଁ ଖରସ୍ରୋତା ନଦୀର ଆଳି ବ୍ଲକ ଡିମିରିପାଳ ଓ ରାଜକନିକା ବ୍ଲକ ଦେଉଳତରାଠାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବାକୁ ଅଛି। ଏଥିସହ ଏହି ନଦୀରୁ ମେଗା ଲିଫ୍ଟ ଯୋଜନାରେ ସ୍ଥାନୀୟ ଅଞ୍ଚଳର କୃଷି କ୍ଷେତ୍ରକୁ ଜଳସେଚନ ବ୍ୟବସ୍ଥା ହେବାକୁ ଯାଉଛି। ଖରସ୍ରୋତା ପାଣିରେ ଏହି କୃଷି ଯୋଜନାକୁ କାର୍ଯ୍ୟକାରୀ ପାଇଁ ଆଳି, ରାଜକନିକା ବ୍ଲକର ବିଭିନ୍ନ ସ୍ଥାନରେ କ୍ରିକ ବନ୍ଧ ଓ ବ୍ୟାରେଜ ଆଦି ପ୍ରସ୍ତାବ ରହିଛି। ବୈତରଣୀ ନଦୀରୁ ଉତ୍ପନ୍ନ ଖରସ୍ରୋତା ନଦୀ ଜିଲାରେ ଆଳି ବ୍ଲକ ଉତ୍ତର ଓ ପଶ୍ଚିମ ଦିଗରେ ଥିବା ଯାଜପୁର ଜିଲାର ବୋଝଡିହାଠାରେ ପ୍ରବେଶ କରିଥିବା ବେଳେ ରାଜନଗର ବ୍ଲକ ଦକ୍ଷିଣବାଡ଼ ନିକଟରେ ବ୍ରାହ୍ମଣୀ ନଦୀ ଜଳ ଆହରଣ କରୁଛି। ଅପରପକ୍ଷରେ ଆଳି ବ୍ଲକର ସାନମଙ୍ଗଠାରେ ବଙ୍ଗାଳି ପୋଖରୀ, ପଞ୍ଚପଡା କ୍ରିକ, ବ୍ରାହ୍ମଣ ଯୋର କ୍ରିକ୍‌, ଗୁମରା ଯୋର, ଅରେହିକଣାର ଘେରିବନ୍ଧ, ବଡଆଙ୍କୁଅ କ୍ରିକ୍‌, ସାନଆଙ୍କୁଅ କ୍ରିକ୍‌, ଗବଡିହ କ୍ରିକ୍‌, କାଳିଆଘାଇ କ୍ରିକ୍‌ ସହ ବହୁ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ କୃଷି ଯୋଜନାରେ ପ୍ରକଳ୍ପ ପ୍ରସ୍ତାବରେ ସୀମିତ ରହିଛି। ସେହିପରି ରାଜକନିକା ବ୍ଲକ ଖଜିରି କ୍ରିକ୍‌, ବାଙ୍କିନାଳ କ୍ରିକ୍‌, ପାଇକିରା ନାଳ କ୍ରିକ୍‌, ବେବର୍ତ୍ତା ନାଳ କ୍ରିକ୍‌, ଗଣେଶପୁର କ୍ରିକ୍‌, ସିଙ୍ଗିଡିଯୋର କ୍ରିକ୍‌ ଆଦି ୧୫ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ। ସେହିପରି ରାଜକନିକ ବ୍ଲକର ୧୭ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଖରସ୍ରୋତାର ନଦୀ ଜଳ ସମୁଦ୍ରକୁ ବୋହି ଯାଉଛି। କ୍ରିକ୍‌ ଓ ବ୍ୟାରେଜ ନିର୍ମାଣ ଫଳରେ ଖରସ୍ରୋତା ନଦୀରେ ଉପଯୁକ୍ତ ପରିମାଣରେ ଜଳ ଗଚ୍ଛିତ ହୋଇ ସ୍ଥାନୀୟ କୃଷିକୁ ଉନ୍ନତ କରିବ। ଅପରପକ୍ଷରେ ଅଣମୌସୁମୀ ସମୟରେ ଏହି ନଦୀର ଜଳ ଅଭାବ ଦୂର କରିବ। ଭଦ୍ରକ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ଲାଗି ନଦୀରୁ ପାଣି ଉଠାଗଲେ ସ୍ଥାନୀୟ କୃଷି ପ୍ରଭାବିତ ହେବ ବୋଲି ବହୁ ବୁଦ୍ଧିଜୀବୀ ଓ ଚାଷୀ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri