ଝିଅକୁ ବାଜି ଲଗାଇ ବଳାତ୍କାରୀଙ୍କୁ ଧରିଲେ

ଇସ୍‌ଲାମାବାଦ,୧୬ା୧୧: ପାକିସ୍ତାନରୁ ଅଧିକାଂଶ ସମୟରେ ନକାରାମତ୍କ ଖବର ଆସିଥାଏ। ପଡ଼ୋଶୀ ଦେଶର ଆତଙ୍କବାଦ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଦରଦାମ ବୃଦ୍ଧି ଆଦି ଖବର ଭାରତୀୟ ଗଣମାଧ୍ୟମରେ ଶିରୋନାମା ମଣ୍ଡନ କରୁଥିବାବେଳେ ଏବେ ଜଣେ ପୋଲିସ ଅଧିକାରୀଙ୍କ ସାହସିକତା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଆସିଷ୍ଟାଣ୍ଟ ସବ୍‌ଇନ୍‌ସ୍ପେକ୍ଟର (ଏଏସ୍‌ଆଇ) ଜଣକ ନିଜ ଝିଅକୁ ବାଜି ଲଗାଇ ବଳାତ୍କାରୀମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଗତ ୧୦ ତାରିଖରେ ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଏହି ବିରଳ ଘଟଣା ଦେଖିବାକୁ ମିଳିଛି।
କେତେଜଣ ଅପରାଧୀ ଜଣେ ମହିଳାଙ୍କୁ ଚାକିରି ପ୍ରଲୋଭନ ଦେଖାଇ କରାଚୀରୁ କାଶ୍‌ମୋରକୁ ଡକାଇଥିଲେ। ମହିଳା ନିଜ ୫ ବର୍ଷର ଝିଅକୁ ଧରି ସେମାନଙ୍କ ପାଖରେ ପହଞ୍ଚତ୍ବା ପରେ ଅସାମାଜିକ ବ୍ୟକ୍ତିମାନେ ଦୁହିଁଙ୍କୁ ଅନେକ ଦିନ ଧରି ଗଣବଳାତ୍କାର କରିଥିଲେ। ସେମାନେ ଧରା ନ ପଡ଼ିବା ପାଇଁ ବାରମ୍ବାର ସ୍ଥାନ ବଦଳାଉଥିଲେ ଓ ମା’ଝିଅଙ୍କୁ ବଳାତ୍କାର କରିଚାଲିଥିଲେ। ବଳାତ୍କାରୀଙ୍କ ବର୍ବରତା ଏତିକିରେ ଥମି ନ ଥିଲା। ସେମାନେ ଝିଅକୁ ଛାଡ଼ିବା ପାଇଁ ବିଚିତ୍ର ସର୍ତ୍ତ ବାଢ଼ିଥିଲେ। ନିଜ ଯୌନ ପିପାସା ମେଣ୍ଟାଇବା ଲାଗି ଅନ୍ୟ ଜଣେ ଝିଅକୁ ଆଣିବା ଲାଗି ମହିଳାଙ୍କ ଉପରେ ଚାପ ପକାଇଥିଲେ। ବଳାତ୍କାର ପୀଡ଼ିତା ଝିଅକୁ ସେମାନେ ବନ୍ଧକ ରଖି ଅନ୍ୟ ଜଣେ ଝିଅକୁ ଆଣିବା ଲାଗି ମହିଳାଙ୍କୁ ଛାଡ଼ିଦେଇଥିଲେ। ମହିଳା ସାହସ ବାନ୍ଧି ସ୍ଥାନୀୟ ଥାନାରେ ପହଞ୍ଚତ୍ବା ପରେ କାନ୍ଦି କାନ୍ଦି ସବୁ କଥା ପୋଲିସକୁ ଜଣାଇଥିଲେ। ଥାନାରେ ଅବସ୍ଥାପିତ ଏଏସ୍‌ଆଇ ମହମ୍ମଦ ବକ୍ସ ବୁରିରୋ ତାଙ୍କ ଦୁଃଖ ଶୁଣିବା ପରେ ଝିଅକୁ ଛଡ଼ାଇବା ପାଇଁ ଉପାୟ ପାଞ୍ଚତ୍ଥିଲେ। ପ୍ରଥମେ ସେ ମହିଳା ପୋଲିସ ସହାୟତାରେ ଅପରାଧୀଙ୍କୁ ଧରିବା ପାଇଁ ଯୋଜନା କରିଥିଲେ। ହେଲେ ମହିଳା ପୋଲିସଙ୍କୁ ନ ପାଇବାରୁ ବଳାତ୍କୃତା ମହିଳାଙ୍କ ସହ ନିଜ ଝିଅକୁ ଛାଡ଼ିବାକୁ ନିଷ୍ପତ୍ତି ନେଲେ। ମହିଳାଙ୍କଠାରୁ ଅପରାଧୀଙ୍କ ଫୋନ୍‌ ନମ୍ବର ନେଇ ନିଜ ଝିଅକୁ ଦେଲେ। ତାଙ୍କ ଝିଅ ବଳାତ୍କାରୀମାନଙ୍କୁ ଫୋନ୍‌ କରି ସେମାନଙ୍କ ନିକଟରେ ଚାକିରି କରିବାକୁ ଚାହୁଁଥିବା କହିଥିଲେ। ଏଥିରେ ବଳାତ୍କାରୀମାନେ ଖୁସିରେ ରାଜି ହୋଇଗଲେ। ଏଏସ୍‌ଆଇ ମହମ୍ମଦ ବକ୍ସଙ୍କ ଝିଅ ସେମାନଙ୍କୁ ଏକ ପାର୍କକୁ ଡାକିଥିଲେ। ରଫିକ୍‌ ମଲକ୍‌ ନାମକ ଜଣେ ଅପରାଧୀ ୫ ବର୍ଷୀୟା ଝିଅକୁ ସାଙ୍ଗରେ ଧରି ସେହି ପାର୍କରେ ପହଞ୍ଚତ୍ଥିଲେ। ପୂର୍ବ ଯୋଜନା ମୁତାବକ କାଶ୍‌ମୋର ଏସ୍‌ପିଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ତାଙ୍କୁ ଘେରିଯାଇ କାବୁକରି ନେଇଥିଲେ। ରଫିକ୍‌ଙ୍କ ଗିରଫଦାରି ପରେ ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ପୋଲିସ ବୁଗ୍‌ତି ନାମକ ଅପରାଧୀଙ୍କୁ ଧରିବା ପାଇଁ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବୁଗ୍‌ତି ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ରଫିକ୍‌ ମଲକ୍‌ଙ୍କ ମୃତ୍ୟୁ ଘଟିଲା। ହେଲେ ଶେଷରେ ପୋଲିସ ବୁଗ୍‌ତିଙ୍କୁ ଧରିବାରେ ସକ୍ଷମ ହୋଇଥିଲା।
ଏହି ଘଟଣା ପରେ ଏଏସ୍‌ଆଇ ମହମ୍ମଦ ବକ୍ସ ଓ ତାଙ୍କ ଝିଅଙ୍କ ସାହସିକ କାର୍ଯ୍ୟକୁ ସବୁଠି ପ୍ରଶଂସା କରାଯାଉଛି। ସାହସୀ ଏଏସ୍‌ଆଇଙ୍କୁ କ୍ୱାଏଦ୍‌-ଇଆଜମ ପୋଲିସ ମେଡାଲ ଓ ତାଙ୍କ ଝିଅଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ଦେବା ପାଇଁ ସିନ୍ଧ୍‌ ପ୍ରଦେଶ ଇମ୍ରାନ୍‌ ସରକାରଙ୍କ ନିକଟକୁ ପତ୍ର ଲେଖି ସୁପାରିସ କରିଛି। ସେମାନଙ୍କ ଧୈର୍ଯ୍ୟ ଓ ସାହସକୁ ପ୍ରଶଂସା କରିବା ପାଇଁ ଆମ ପାଖରେ ଭାଷା ନାହିଁ ବୋଲି ସିନ୍ଧ୍‌ ସରକାରଙ୍କ ମୁଖପାତ୍ର ମୁର୍ତାଜା ଓ୍ବାହବ୍‌ କହିଛନ୍ତି। ବଳାତ୍କାର ପୀଡ଼ିତା ମା’ଝିଅଙ୍କୁ ଲର୍କାନାସ୍ଥିତ ସିଭିଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ନାବାଳିକାଙ୍କ ଚିକିତ୍ସା ଓ ପାଠପଢ଼ା ଖର୍ଚ୍ଚ ବହନ କରିବା ପାଇଁ ସିନ୍ଧ୍‌ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏଏସ୍‌ଆଇ ମହମ୍ମଦ ବକ୍ସଙ୍କୁ ଫୋନ୍‌ କରି ଅପରାଧୀଙ୍କୁ ଧରିବାରେ ବାପ-ଝିଅଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ପୋଲିସ କର୍ମଚାରୀଙ୍କ ଉଲ୍ଲେଖନୀୟ ପଦକ୍ଷେପକୁ ନେଇ ସାରା ଦେଶ ଗର୍ବିତ ବୋଲି ଇମ୍ରାନ୍‌ କହିଛନ୍ତି। ଏହାସହ ଖୁବ୍‌ଶୀଘ୍ର ବଳାତ୍କାର ନିରୋଧୀ କଠୋର ଆଇନ ପ୍ରଣୟନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ମହମ୍ମଦ ବକ୍ସଙ୍କ ଉପସ୍ଥିତ ବୁଦ୍ଧି ଓ ସାହସିକ କାର୍ଯ୍ୟ କେବଳ ପାକିସ୍ତାନ ନୁହେଁ, ଅନ୍ୟ ରାଷ୍ଟ୍ରର ପୋଲିସ ଅଧିକାରୀମାନଙ୍କ ପାଇଁ ପ୍ରେରଣାଦାୟକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri