ଦେଢ଼କୋଟିରୁ କୋଭିଡ୍‌ ଯୋଦ୍ଧା ଖାଇଲେ ୯୮.୫ ଲକ୍ଷ

କେନ୍ଦ୍ରାପଡ଼ା ଅଫିସ,୧୬।୧୧: କୋଭିଡ୍‌-୧୯ ପରିଚାଳନା ପାଇଁ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରୁ ଏପ୍ରିଲ ୯ରୁ ଅକ୍ଟୋବର ୨୨ ପର୍ଯ୍ୟନ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟକୁ ୧,୫୦,୬୪,୧୧୧ଟଙ୍କା ପଠାଯାଇଛି। ଏଥିରୁ କୋଭିଡ୍‌ ଯୋଦ୍ଧାଙ୍କ ଖାଇବା ପାଇଁ ୯୮,୫୨,୫୩୦ ଟଙ୍କା ଅର୍ଥାତ ୬୫ ପ୍ରତିଶତ ଖର୍ଚ୍ଚ ହୋଇଛି। ମାର୍ଶାଘାଇ ବ୍ଲକ ଗୋଖାପଡ଼ା ଗଁାର ସୂଚନା ଅଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସ କୋଭିଡ୍‌-୧୯ ବାବଦ ଖର୍ଚ୍ଚ ସମ୍ପର୍କରେ ସୂଚନା ଅଧିକାର ଆଇନ ଅନୁଯାୟୀ ଜିଲା ପ୍ରଶାସନକୁ ତଥ୍ୟ ମାଗିଥିଲେ। ଗତ ୭ ତାରିଖରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ଉପରୋକ୍ତ ତଥ୍ୟ (ଚିଠି ନଂ. ୧୨୧୧୬) ପ୍ରଦାନ କରାଯାଇଛି। ଦେଶରେ କରୋନା ସଂକ୍ରମଣ ମାର୍ଚ୍ଚରୁ ଆରମ୍ଭ ହୋଇଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାରେ ଏପ୍ରିଲ ୭ରେ ପ୍ରଥମ ସଂକ୍ରମିତ ଆଳି ଅଞ୍ଚଳରୁ ଚିହ୍ନଟ ହୋଇଥିଲେ। ସଂକ୍ରମଣ ସଂଖ୍ୟା ଅଧିକ ହେବା ଆଶଙ୍କା ଥିବାରୁ ସେ ସମୟରେ ପଞ୍ଚାୟତ ଓ ସହରାଞ୍ଚଳରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଥିଲା। ବ୍ଲକସ୍ତରରେ କୋଭିଡ୍‌ କେୟାର ସେଣ୍ଟର ଓ ଛତାଠାରେ କୋଭିଡ୍‌ ହସ୍ପିଟାଲ ଆରମ୍ଭ ହୋଇଥିଲା। ଏହାର ପରିଚାଳନା ଦାୟିତ୍ୱ ଜିଲା ସ୍ବାସ୍ଥ୍ୟ ବିଭାଗ ନେଇଥିଲା। ପ୍ରଦତ୍ତ ସୂଚନା ଅନୁଯାୟୀ, ଉପରୋକ୍ତ ସମୟ ମଧ୍ୟରେ କୋଭିଡ୍‌ ହସ୍ପିଟାଲ, ସଙ୍ଗରୋଧ କେନ୍ଦ୍ରରେ ନିଯୁକ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଖାଇବା ଖର୍ଚ୍ଚ ହେଉଛି ୭୭,୫୧, ୩୮୦ ଟଙ୍କା। ସେହିପରି ଜିଲାରେ କରୋନା ସଂକ୍ରମିତଙ୍କ ସେବା ପାଇଁ ନିଯୁକ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କ ରହିବା, ଖାଇବା ପାଇଁ ୧୫,୨୧,୧୪୦ ଟଙ୍କା ଏବଂ କଲ ସେଣ୍ଟରରେ କାର୍ଯ୍ୟରତ କର୍ମଚାରୀଙ୍କ ଖାଇବା ନେଇ ୫,୮୦,୦୧୦ ଟଙ୍କା ଖର୍ଚ୍ଚ ହୋଇଛି। ଏଭଳି ମୋଟ ୯୮,୫୨,୫୩୦ ଟଙ୍କା ଖାଇବା ବାବଦକୁ ଖର୍ଚ୍ଚ କରାଯାଇଛି।
ସେହିପରି ଫିଜିସିଆନ୍ସ ଅଫିସ୍‌ ଲାବରେଟୋରିରେ ୧୬,୩୩,୯୧୮ଟଙ୍କା ଖର୍ଚ୍ଚ ହୋଇଛି। ମାସ୍କ, ପିପିଇ କିଟ୍‌, ସାନିଟାଇଜର, ବେଡଶିଟ୍‌ ବାବଦରେ ୧୧,୧୯,୯୪୩ ଟଙ୍କା, ସିକ୍ୟୁରିଟି, ସ୍ବାସ୍ଥ୍ୟକେନ୍ଦ୍ର ଓ ହେଲ୍ପ ଡେସ୍କ କର୍ମଚାରୀଙ୍କ ଦରମା ପାଇଁ ୧୭,୧୧,୩୨୦ ଟଙ୍କା, କଲ୍‌ ସେଣ୍ଟର କର୍ମଚାରୀଙ୍କ ଦୈନିକ ମଜୁରି ବାବଦରେ ୪,୨୬,୨୦୦ ଟଙ୍କା ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରୋତ୍ସାହନ ନିମନ୍ତେ ୩,୨୦,୮୦୦ ଟଙ୍କା ଖର୍ଚ୍ଚ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସଙ୍ଗରୋଧ କେନ୍ଦ୍ର ଓ ଛତାସ୍ଥିତ କୋଭିଡ୍‌ ହସ୍ପିଟାଲରେ ହୋଇଥିବା ଖର୍ଚ୍ଚର ସବିଶେଷ ତଥ୍ୟ ପ୍ରଦାନ କରାଯାଇ ନ ଥିବା ସୂଚନା ଅଧିକାର କର୍ମୀ ଦାସ କହିଛନ୍ତି। ସୂଚନାଯୋଗ୍ୟ, ଜିଲାରେ ଅକ୍ଟୋବର ୨୨ ସୁଦ୍ଧା ୭,୦୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬,୩୬୬ ସୁସ୍ଥ ହୋଇଥିଲେ। ଏହି ସମୟ ଅବଧିରେ ବହୁ କରୋନା ଆକ୍ରାନ୍ତ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟର ବ୍ୟତୀତ ସଙ୍ଗରୋଧ ନିୟମ ମାନି ନିଜସ୍ବ ଗୃହରେ ଚିକିତ୍ସିତ ହେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହ ବୁଧବାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବଡ଼ବଙ୍ଗା...

ଅତାବିରା ଆସନ ପାଇଁ ଜୟକ୍ରିଷ୍ଣାଙ୍କ ନାମାଙ୍କନପତ୍ର ଦାଖଲ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଜୟକ୍ରିଷ୍ଣା ଛୁରିଆ ବୁଧବାର...

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ...

ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍‌, ଚାଲିଗଲା ଜୀବନ

ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍‌। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ...

ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମହମ୍ମଦ ଶାହାରୁଖ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ମହମ୍ମଦ ଶାହାରୁଖ ଲୋଧିଆ...

ଡବଲ ଇଞ୍ଜିନ୍‌ ଭୋଟ୍‌ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍‌ ବୋଲି କିଛି ଲୋକ...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଇରାସିସ ଆଚାର୍ଯ୍ୟ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri