Odisha Elections 2024

ଦୀପାବଳିରେ ଏହି ମନ୍ଦିରରେ ପ୍ରସାଦ ରୂପେ ଦିଆଯାଏ ସୁନା ଅଳଙ୍କାର, ନଗଦ ଟଙ୍କା

ଭାରତରେ ଅନେକ ମନ୍ଦିର ରହିଛି। ସେଥି ମଧ୍ୟରୁ ମଧ୍ୟପ୍ରଦେଶର ରତ୍‌ଲାମ ସହରର ମନାକରେ ଅବସ୍ଥିତ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ଅନ୍ୟତମ। ସାଧାରଣତଃ ପ୍ରାୟ ସବୁ ମନ୍ଦିରରେ ଭକ୍ତମାନଙ୍କୁ ମିଠା କିମ୍ବା କିଛି ଖାଦ୍ୟ ସାମଗ୍ରୀ ପ୍ରସାଦ ଭାବେ ଦିଆଯାଏ। ମାତ୍ର ମା’ ମହାଲକ୍ଷ୍ମୀଙ୍କ ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ରୂପେ ସୁନା ଅଳଙ୍କାର ମିଳିଥାଏ। ଏହି ମନ୍ଦିରକୁ ଆସୁଥିବା ଭକ୍ତମାନେ ସୁନା ଓ ରୂପା ମୁଦ୍ରା ନେଇ ଘରକୁ ଯାଆନ୍ତି। ମନ୍ଦିରରେ ବର୍ଷସାରା ଭକ୍ତଙ୍କ ଭିଡ଼ ଲାଗିଥାଏ। ଭକ୍ତମାନେ ମା’ଙ୍କ ପାଦରେ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ନଗଦ ଟଙ୍କା ଅର୍ପଣ କରିବାକୁ ଏଠାକୁ ଆସିଥାନ୍ତି। ଦୀପାବଳି ଅବସରରେ ଧନ୍‌ତେରାସଠାରୁ ଏହି ମନ୍ଦିରରେ ଦୀପ ଉତ୍ସବ ପାଞ୍ଚ ଦିନ ପର୍ଯ୍ୟନ୍ତ ଆୟୋଜିତ ହୁଏ। ଏହି ଦିନ ମନ୍ଦିରକୁ ଫୁଲରେ ନୁହେଁ ବରଂ ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ଅଳଙ୍କାରରେ ସଜାଯାଏ। ଏହି ସମୟରେ, ଏଠାକୁ ଆସୁଥିବା ଭକ୍ତମାନଙ୍କୁ ଅଳଙ୍କାର ଏବଂ ଟଙ୍କା ଦିଆଯାଏ। ଏହି ମନ୍ଦିରରୁ କେହି ଖାଲି ହାତରେ ଫେରନ୍ତି ନାହିଁ। ଦଶନ୍ଧି ଧରି ଏହି ପରି ହୋଇ ଆସୁଥିବା ବେଳେ ପୂର୍ବରୁ ଏଠାରେ ରାଜାମାନେ ରାଜ୍ୟର ସମୃଦ୍ଧି ପାଇଁ ମନ୍ଦିରରେ ଟଙ୍କା ଅର୍ପଣ କରୁଥିଲେ। ବର୍ତ୍ତମାନ ଭକ୍ତମାନେ ମଧ୍ୟ ମା’ଙ୍କୁ ଟଙ୍କା ପ୍ରଦାନ କରୁଛନ୍ତି। ବିଶ୍ୱାସ କରାଯାଏ ଯେ, ଏହା କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ସେମାନଙ୍କ ସହିତ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚମ ପର୍ଯ୍ୟାୟରେ ରାହୁଲ ଗାନ୍ଧୀ, ରାଜନାଥ ସିଂ, ସ୍ମୃତି ଇରନୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ ସୋମବାର (୨୦ ମେ’) ରେ ହେବ। ଏହି ପର୍ଯ୍ୟାୟରେ ଆଠଟି ରାଜ୍ୟରେ ୪୯ ଟି...

ପ୍ରଧାନମନ୍ତ୍ରୀ ମୋଦି ବହୁତ ପାଓ୍ବାରଫୁଲ, ହେଲେ…: ଜେଲର କଥା ଉଠାଇ ମୋଦିଙ୍କୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୫: ଜାମିନରେ ଆସିବା ପରଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପାଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ରମାଗତ ଟାର୍ଗେଟ କରୁଛନ୍ତି। କେଜରିୱାଲ ଦାବି କରିଛନ୍ତି ଯେ...

ନୂଆ ଆପରାଧିକ ଆଇନ ବିରୋଧରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୫: ତିନୋଟି ନୂତନ ଆପରାଧିକ ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ସୋମବାର ସୁପ୍ରିମକୋର୍ଟ ଏହି ପିଟିସନର ଶୁଣାଣି କରିବେ। ନୂତନ ଆପରାଧିକ...

ଫାରୁକ ଅବଦୁଲ୍ଲାଙ୍କ ରାଲିରେ ଛୁରାମାଡ, ୨ କର୍ମୀ ଆହତ

ଜମ୍ମୁ,୧୯।୫: ରବିବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲାର ମେହେନ୍ଦରରେ ଏକ ନିର୍ବାଚନ ରାଲିରେ ଅଜ୍ଞାତ ବ୍ୟକ୍ତିଙ୍କ ଛୁରାମାଡରେ ତିନିଜଣ ନ୍ୟାଶନାଲ କନଫରେନ୍ସ (ଏନସି) କର୍ମୀ ଆହତ...

ଦେବଦୂତ ସାଜିଲେ ମହିଳା ଡାକ୍ତର, ସିପିଆର ଦେଇ ବଞ୍ଚାଇଲେ ୬ ବର୍ଷ ଶିଶୁର ଜୀବନ

ଅମରାବତି,୧୯।୫: ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଜଣେ ୬ବର୍ଷର ଶିଶୁ ଏକ ବୈଦ୍ୟୁତିକ ଆଘାତ ପାଇ ଚେତାଶୂନ୍ୟ ହୋଇଗଲା। ଏହା ପରେ ଶିଶୁଟିର ବାପା ତାଙ୍କୁ ଡାକ୍ତରଖାନା...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର, ଜୁନ୍‌ ପହିଲାରୁ ହେବ ଲାଗୁ; ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୯।୫: ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ପାଇବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏବେ ଆବେଦନକାରୀଙ୍କୁ ଆର୍‌ଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାର ଆବଶ୍ୟକତା ପଡ଼ିବ...

ଭ୍ରଷ୍ଟାଚାରୀଙ୍କୁ ବାହାରେ ରହିବାକୁ ଦେବି ନାହିଁ: ମୋଦି

କୋଲକାତା,୧୯।୫: ଲୋକ ସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପୁରୂଲିଆରେ ପହଞ୍ଚିଥିଲେ। ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri