ଧାନ ଫସଲ ନଷ୍ଟ କରୁଛନ୍ତି ବାର୍‌ହା: ଜମିରେ ମଞ୍ଚା ବାନ୍ଧି ଜଗୁଛନ୍ତି ଚାଷୀ

ମହାକାଳପଡା,୧୩ା୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଗହୀରମଥା ସଂଲଗ୍ନ ଗ୍ରାମଗୁଡିକରେ ବାର୍‌ହା ଉପଦ୍ରବ ଦେଖିବାକୁ ମିଳୁଛି। ବାର୍‌ହା ପଲ ମୁହଁ ଅନ୍ଧାର ହେଲା ପରେ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ଫସଲକୁ ବାର୍‌ହା କବଳରୁ ରକ୍ଷା କରିବାକୁ ଯାଇ ଚାଷୀମାନେ ଧାନ ଜମିରେ ମଞ୍ଚା ବାନ୍ଧି ରାତି ଉଜାଗର ହୋଇ ଜଗି ବସୁଛନ୍ତି। ବିଭିନ୍ନ ସମୟରେ ବାର୍‌ହା ଆକ୍ରମଣରେ ଲୋକେ ଗୁରୁତର ଆହତ ହେଉଛନ୍ତି। ଗତବର୍ଷ ଜଣେ ମହିଳାଙ୍କ ବାର୍‌ହା ଆକ୍ରମଣରେ ମୃତ୍ୟୁ ଘଟିଥିଲା।
ବ୍ଲକର ରଟଫଳ, ନରସିଂହପୁର, ଭୋପାଳ, ପାଣିଖିଆ, କାଇତଳା, ତନ୍ତିଆପାଳ, କଳତୁଙ୍ଗା, ଶାସନପୋଟା, ଓସ୍ତିରା ପ୍ରଭୃତିି ଗ୍ରାମର ଚାଷ ଜମିରେ ବାର୍‌ହା ରାତିରେ ପଶି ଧାନ ଖାଇବା ସହ ଚକଟି ଦେଉଛନ୍ତି। ଚାଷୀଙ୍କ କହିବା ଅନୁସାରେ, ସନ୍ଧ୍ୟା ହେବା ପରେ ନିକଟସ୍ଥ ତଣ୍ଡାକୁଳ ଝାଉଁ ଜଙ୍ଗଲରୁ ପଲ ପଲ ବାର୍‌ହା ଆସି ଧାନ କିଆରିରେ ପଶି ଏକର ଏକର ଫସଲ ନଷ୍ଟ କରୁଛନ୍ତି। ଏ ନେଇ ବନବିଭାଗକୁ ବାରମ୍ବାର ଅବଗତ କରାଯାଇଥିଲେ ବି କୌଣସି ସୁଫଳ ମିଳୁନି। ଫସଲ ରକ୍ଷା କରିବାକୁ ଯାଇ ଚାଷୀମାନେ ଚାଷଜମି ମଝିରେ ମଞ୍ଚା ବାନ୍ଧି ତା’ ଉପରେ ରାତିରେ ଜଗୁଛନ୍ତି। ବାର୍‌ହା ପଲ ଦେଖିବା ମାତ୍ରେ ନିଅଁା ହୁଳା ଜଳାଇ, ଟିଣ ବାଡେଇବା ସହ ବାଣ ଫୁଟାଇ ସେମାନଙ୍କୁ ଘଉଡାଉଛନ୍ତି। ନରସିଂହପୁର ଗ୍ରାମର ଚାଷୀ ପ୍ରଫୁଲ୍ଲ ସେଠୀ, କାଳିପଦ ମଣ୍ଡଳ, ରୁନୁ ଜେନା, ପାଣିଖିଆ ଗ୍ରାମର ଭଗବାନ ଟୁଡୁ, ଜୟରାମ ମଣ୍ଡଳ, ବାବୁ ନାୟକ, ପାଗଳା ପରିଡା ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଗହୀରମଥାର ବନ ଅଧିକାରୀ ଦେବାଶିଷ ଭୋଇଙ୍କୁ ପଚାରିବାରେ ବାର୍‌ହା ଉପଦ୍ରବ ନେଇ ସ୍ଥାନୀୟ ଅଞ୍ଚଳରେ ସଚେତନତା କରାଯାଉଛି। ବନ ବିଭାଗ ପକ୍ଷରୁ ୫ ଜଣିଆ ଟିମ୍‌କୁ ରାତ୍ରିକାଳୀନ ପାଟ୍ରୋଲିଂ ପାଇଁ ନିୟୋଜିତ ହୋଇଛନ୍ତି। ଚାଷୀଙ୍କ ସୁବିଧା ସକାଶେ ଜଙ୍ଗଲ ପାର୍ଶ୍ୱରେ ତାରବାଡ ତିଆରି କାର୍ଯ୍ୟ ଏବେ ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ହାଟଡିହୀ/ବଞ୍ଚୋ,୩୦।୧୨(ଶୁଭକାନ୍ତ ନାୟକ/ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କ ବସନ୍ତିଆସ୍ଥିତ ଘର ଓ ପତ୍ନୀଙ୍କ ନାମରେ ଥିବା...

ଜିରୋ ନାଇଟ୍‌ ସେଲିବ୍ରେଶନ୍‌: ରାତି ୧୨ଟା ପରେ ମ୍ୟୁଜିକ ମନା

ଭୁବନେଶ୍ୱର,୩୦।୧୨: ନୂଆବର୍ଷ ପାଳନ ପାଇଁ ପୋଲିସ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଖାଲେଦା ଜିଆ କରିଥିଲେ ନାମାଙ୍କନ, ଏବେ ଆଲୋଚନା ପୁଅଙ୍କୁ ମିଳିବକି ସହାନୁଭୁତି? ଜାଣନ୍ତୁ ବାଂଲାଦେଶ ରାଜନୀତିର…

ଢାକା,୩୦।୧୨: ଆସନ୍ତା ବର୍ଷ ଫେବୃଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ମୃତ୍ୟୁକୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହୁକିଟୋଲାର ସୌନ୍ଦର୍ଯ୍ୟ

ମହାକାଳପଡ଼ା,୩୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ନୀଳ ଜଳରାଶି ସହ ବିଶାଳ ବାଲୁକା ଶଯ୍ୟା ଆଇଲାଣ୍ଡ ହୁକିଟୋଲା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌...

ଭୟଙ୍କର ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୦।୧୨: ଉତ୍ତରାଖଣ୍ଡରୁ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଅଲମୋରା ଜିଲାରେ ଏକ ଯାତ୍ରୀବାହୀ ବସ ନିୟନ୍ତ୍ରଣ ହରାଇ ଘାଇକୁ ଖସି ଯାଇଥିଲା ।...

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri