ପରିବା ଦର ଆକାଶ ଛୁଆଁ

ଲାଠୋର, ୧୩।୧୧ (ଡି.ଏନ.ଏ.)
ବଲାଙ୍ଗର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ ହୋଇଛି । ଫଳରେ ଗରିବ ତଥା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପକ୍ଷେ ପରିବା କିଣି ଖାଇବା ସମ୍ଭବ ହେଉନାହିଁ । କରୋନା କଟକଣା ଯୋଗୁ ଲୋକଙ୍କ ରୋଜଗାର ଠପ୍‌ ହୋଇପଡିଛି । ଟଙ୍କାଟିଏ ରୋଜଗାର କରିବା ଗରିବଙ୍କ ପକ୍ଷେ କଷ୍ଟକର ହେଉଛି। ଏପରି ସ୍ଥଳେ ଲାଠୋର ଅଞ୍ଚଳରେ ପରିବା ଦର ବୃଦ୍ଧି ସେମାନଙ୍କ ଦୈନିକ ଚଳଣି ଉପରେ ଗଭୀର ପ୍ରଭାବ ପକାଇଛି । ଆଳୁ କିଲୋ ପିଛା ୫୦ ଟଙ୍କା, ଡାଲି ୧୨୦, ପିଆଜ ୮୦, ଫୁଲକୋବି ୮୦, ଟମୋଟୋ ୬୦, ବାଇଗଣ ୬୦, ଭେଣ୍ଡି ୮୦ ଟଙ୍କା କିଲୋ ଥିବା ବେଳେ ଶାଗ କିଲୋ ପିଛା ୫୦ ଟଙ୍କାରେ ବିକ୍ରି ହେଉଛି । ସରକାରୀ ଲଗାମର ଅଭାବ ହେତୁ ଏହି ଅଞ୍ଚଳର ବେପାରୀମାନେ ଚଢ଼ା ଦରରେ ପରିବା ବିକ୍ରି କରୁଥିବାରୁ ତାର ପ୍ରଭାବ ସିଧାସଳଖ ପ୍ରଭାବ ଗରିବ ଏବଂ ମଧ୍ୟବିତ୍ତ ପରିବାର ଉପରେ ପଡୁଛି । ବେପାରୀଙ୍କୁ ପଚାରିଲେ କୁହନ୍ତି, ଆଖପାଖରେ ପରିବା ମଣ୍ଡି ନ ଥିବାରୁ ଆମେ ବାଧ୍ୟ ହୋଇ ଛତିଶଗଡର ରାୟପୁର, ମହାସମୁନ୍ଦ, ଭିଲାଇ, ଦୁର୍ଗ ମଣ୍ଡିରୁ ପରିବା ଆଣୁଛୁ। ଫଳରେ ଦର ଅଧିକ ହେଉଛି । ଏଥିପ୍ରତି ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଏହି ଅଞ୍ଚଳରେ ପରିବା ମଣ୍ଡି କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ

ହାଟଡିହୀ,୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁକ୍ରବାର ନାମାଙ୍କନପତ୍ର...

ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଭୁବନେଶ୍ୱର,୩।୫: ବଲାଙ୍ଗିର ଜିଲା ଖର୍ଲିକାନୀ ଗାଁର ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା। ଶୁକ୍ରବାର ସକାଳେ ଖର୍ଲିକାନ ଗାଁର ରାସ୍ତା କଡରେ ଛୁଆ କାନ୍ଦିବାର ଶୁଣାଯାଇଥିଲା।...

ଶେଷ ଦୁଇ ପର୍ଯ୍ୟାୟ ପାଇଁ ପ୍ରକାଶ ପାଇଲା ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା

ଭୁବନେଶ୍ୱର,୩।୫: ଆସନ୍ତା ସାଧାରଣ ନିର୍ବାଚନର ଶେଷ ଦୁଇ ପର୍ଯ୍ୟାୟ ପାଇଁ ଶୁକ୍ରବାର ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ଦଳର ସଭାପତି...

ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ

ଭୁବନେଶ୍ୱର,୩।୫: ଅଭିନେତା ଆକାଶ ଦାସ ନାୟକଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଲେ ସ୍ତ୍ରୀ। ଭାଜପା ବିଧାୟକ ପ୍ରାର୍ଥୀ ଆକାଶଙ୍କ ପାଇଁ ଘରକୁ ଘର ବୁଲି ଭୋଟ...

୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀରେ ୪୦ ଡେଇଁଲା ତାତି

ଭୁବନେଶ୍ୱର,୩।୫: ୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀ ଭୁବନେଶ୍ୱରରେ ତାତି ୪୦ ଡିଗ୍ରୀ ଡେଇଁଛି। ଆଜି ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ୪୧.୬ ଡିଗ୍ରୀ...

ଓଡିଶା ଆସୁଛନ୍ତି ମୋଦି, ୫ରେ ୩ବଡ଼ ନେତାଙ୍କ ହାଇଭୋଲଟେଜ ପ୍ରଚାର

ଭୁବନେଶ୍ୱରଳ,୩।୫: ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଜୋରଦାର ପ୍ରଚାର ପାଇଁ ଲାଗି ପଡିଛନ୍ତି ୩ ଦଳ। ଅନ୍ୟପଟେ ଦଳର ହେଭିଓ୍ବେଟ ନେତା ବ୍ୟାକ୍‌...

ଶେଷ ଦିନରେ ନାମାଙ୍କନ ଭରିଲେ ସୂର୍ଯ୍ୟମଣି

ଛତ୍ରପୁର,୩।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶୁକ୍ରବାର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ପାଇଁ ବିଜୁ ଜନତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri