ବେଆଇନ ଭାବେ ଚାଲିଛି ୨୦ ସ’ ମିଲ୍‌

ଗୋପ,୧୧ା୧୧(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଳକ ଅଞ୍ଚଳରେ ବେଆଇନ ଭାବେ ୨୦ରୁ ଊର୍ଦ୍ଧ୍ୱ ସ’ ମିଲ ଚାଲୁଛି। ଏହାପରେ ଭିଜିଲାନ୍ସ, ବନ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଉଥିଲେ ମଧ୍ୟ କିଛିଦିନ ପରେ ପୁଣି ମିଲ ଖୋଲାଯାଇ କାର୍ଯ୍ୟ ହୋଇଥାଏ। ସୁପ୍ରିମକୋର୍ଟ ସ’ ମିଲକୁ ବେଆଇନ ଘୋଷଣା କରିଥିଲେ ମଧ୍ୟ ଗୋପରେ ଖୋଲାଖୋଲି ଉଲ୍ଲଂଘନ କରି ଦିନରାତି ମିଲ ଚାଲୁ ରହିଛି। ଏପରି କି ରାଜ୍ୟ ରାଜପଥ କଡ଼ରେ ଏହି ସବୁ ବେଆଇନ କରତକଳ ଚାଲିବା ଯୋଗୁ ପୁରୀ, କୋଣାର୍କ ଯାଉଥିବା ପର୍ଯ୍ୟଟକଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ଦେଖା ଦେଉଥିବାବେଳେ ରାସ୍ତାରେ ଯାଉଥିବା ଲୋକମାନେ ମଧ୍ୟ କରତକଳ ଗୁଣ୍ଡରେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ବାରମ୍ବାର ଅଭିଯୋଗସତ୍ତ୍ୱେ ଗୋପ ଜଙ୍ଗଲ ବିଭାଗ ନୀରବଦ୍ରଷ୍ଟା ସାଜିଛନ୍ତି।
୧୯୯୯ରେ ସୁପ୍ରିମକୋର୍ଟ ଗ୍ରାମାଞ୍ଚଳରେ ଚାଲୁଥିବା ଏହି କରତକଳଗୁଡ଼ିକୁ ବେଆଇନ ଘୋଷଣା କରି ବିଦ୍ୟୁତ୍‌ ଲାଇନ୍‌ କାଟିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ହେଲେ ଅଳ୍ପ କିଛିଦିନ ଏହି ନିୟମ ପାଳନ କରିବା ପରେ ମିଲ୍‌ଗୁଡିକ ପୁଣିଥରେ ଚାଲିଥିଲା। ଏପରି ଭାବରେ ଏହି ବେଆଇନ କରତକଳ ଚାଲିବା ଯୋଗୁ ପୋଲିସ ଓ ବନ ଅଧିକାରୀମାନେ ମଧ୍ୟ ହାତଗୁଞ୍ଜା ନେଇ ଚୁପ୍‌ ରହିଯାଉଥିବା ଅଭିଯୋଗ ହେଉଛି। ଗୋପ ଜଙ୍ଗଲ ବିଭାଗ ଅଧୀନ ଗୋପ, ଜମରା, ଦିଘାଳୋ, ସୁବର୍ଣ୍ଣପୁର, ଶଙ୍ଖାରିଆ, ଚାଉଳିଆପାଟେଣା, ତମ୍ପାଳ, ପଲ୍ଲିଛକ, ନୂଆଗାଁ ସହ ଅନ୍ୟ କେତେକ ସ୍ଥାନରେ ଦିନ ରାତି ସ’ ମିଲ ଚାଲୁଛି। ଜଙ୍ଗଲ ବିଭାଗ ପକ୍ଷରୁ ଲୋକ ଦେଖାଣିଆ ଭାବେ ଅଳ୍ପ କିଛି ଚଢ଼ାଉ ହେଉଥିଲେ ମଧ୍ୟ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଅଧିକାଂଶ ସମୟରେ ଚଢ଼ାଉ ପୂର୍ବରୁ ଜଙ୍ଗଲ ବିଭାଗ ପକ୍ଷରୁ ସ ମିଲ ମାଲିକଙ୍କୁ ଖବର ଦିଆଯିବା ଯୋଗୁ ସେମାନେ ରାତିରେ କରତକଳ ଯନ୍ତ୍ରାଂଶ ସବୁ ଖୋଲି ଦେଉଛନ୍ତି। ପରେ ଚଢ଼ାଉ କରିବାକୁ ଯାଇଥିବା ବିଭିନ୍ନ ବିଭାଗର ଅଧିକାରୀ ଓ ପୋଲିସ ମଧ୍ୟ ନିରାଶରେ ଫେରୁଛନ୍ତି। ଏ ସମ୍ପର୍କରେ ଗୋପ ରେଞ୍ଜର ରବୀନ୍ଦ୍ର କୁମାର ନାୟକ କୁହନ୍ତି, ବେଆଇନ କରତକଳ ଚାଲିବା ଖବର ଆମ ପାଖରେ ଅଛି। କିନ୍ତୁ ମାଲିକମାନେ ପୂର୍ବରୁ ଚଢ଼ାଉ ଖବର ପାଇ ଫେରାର ହୋଇଯାଉଛନ୍ତି। ଏଥିପ୍ରତି ଆଗକୁ ଦୃଷ୍ଟିରେ ରଖି ଅଚାନକ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri