ବାଇଡେନ୍‌ଙ୍କ ପ୍ରଶାସନିକ ଟିମ୍‌ରେ ୯ ମୂଳ ଭାରତୀୟ ସ୍ଥାନ ପାଇବା ନେଇ ଚର୍ଚ୍ଚା !

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୧୧: ଆମେରିକାରେ ଜୋ ବାଇଡେନ୍‌ଙ୍କ ସରକାର ଗଠନ ହେଲେ ୯ ମୂଳ ଭାରତୀୟ ସ୍ଥାନ ପାଇବାର ଆଶା ରହିଛି। ବାଇଡେନ୍‌ଙ୍କ ପ୍ରଶାସନିକ ଟିମ୍‌ରେ ସେମାନଙ୍କୁ ସ୍ଥାନ ମିଳିବା ନେଇ ଚର୍ଚ୍ଚା ଜାରି ରହିଛି। ଡ. ବିବେକ ମୂର୍ତ୍ତିଙ୍କୁ କରୋନା ମହାମାରୀ ସଙ୍କଟ ସହିତ ଲଢ଼େଇ କାର୍ଯ୍ୟରେ ମୁଖ୍ୟ ଭାବେ ନିୟୋଜିତ କରାଯିବାର ସମ୍ଭାବନା ରହିଛି। ତାଙ୍କୁ ବାଇଡେନ୍‌ଙ୍କ ଶିବିରରୁ ଏନେଇ ସୂଚନା ମଧ୍ୟ ଜାରି କରାଯାଇଥିବା କୁହାଯାଉଛି। ବିବେକ ପୂର୍ବତନ ରାଷ୍ଟ୍ରପତି ବାରା ଓବାମାଙ୍କ ସରକାରରେ ସର୍ଜନ ଜେନେରାଲ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଆର୍ଥିକ କ୍ଷେତ୍ରରେ ବାଇଡେନ୍‌ଙ୍କୁ ପରାମର୍ଶ ଦେବା ପାଇଁ ଗଠନ ହୋଇଥିବା ଟିମ୍‌ରେ ମୂଳ ଭାରତୀୟ ରାଜ ଚେଟ୍ଟି ରହିବା ନେଇ ଆଲୋଚନା ହେଉଛି। ଚେଟ୍ଟି କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବାର ଆଶା ରହିଛି। ଅମିତ ଜାନି ବାଇଡେନ୍‌ଙ୍କର ପଲ୍ଟିକାର କ୍ୟାମ୍ପେନର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଯୋଗୁ ବାଇଡେନ୍‌ଙ୍କ ବିଜୟ ପଥ ସହଜ ହୋଇଥିବା କୁହାଯାଉଛି। ଅମିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ଜଣେ ସମର୍ଥକ। ଅମିତଙ୍କୁ ବାଇଡେନ୍‌ଙ୍କ ପ୍ରଶାସନିକ ଟିମ୍‌ରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି। ସେହିପରି ବାଇଡେନ୍‌ଙ୍କ ପାଇଁ ଭାଷଣ ପ୍ରସ୍ତୁତ କରୁଥିବା ବିନୟ ରେଡ୍ଡୀଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବାର ସମ୍ଭାବନା ରହିଛି। ବାଇଡେନ୍‌ ଏବଂ କମଳା ହାରିସ୍‌ଙ୍କ ଲାଗି ଭାରତୀୟଙ୍କ ସମର୍ଥନ ଜୁଟାଇ ଥିବା ସଞ୍ଜିବ ଯୋଶୀପୁରାଙ୍କୁ ମଧ୍ୟ ଟିମ୍‌ରେ ସ୍ଥାନ ମିଳିବ ବୋଲି କୁହାଯାଉଛି। କମଳା ହାରିସ୍‌ଙ୍କ ପ୍ରେସ୍‌ ସଚିବ ସବରିନା ସିଂଙ୍କୁ ଏହି ଟିମ୍‌ରେ ସ୍ଥାନ ମିଳିବା ଆଶା ଉଜ୍ଜଳ ରହିଥିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟମାନଙ୍କ ମଧ୍ୟରେ ସୋନଲ ଶାହା, ଗୌତମ ରାଘବନ ଏବଂ ବନିତା ଗୁପ୍ତା ପ୍ରଶାସନିକ ଟିମ୍‌ରେ ସ୍ଥାନ ପାଇବେ ବୋଲି ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri