Posted inଖେଳ

କୋହଲିଙ୍କୁ ସେହ୍ବାଗଙ୍କ ସମର୍ଥନ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଏଲିମିନେଟରରୁ ବିଦାୟ ନେଇଛି। ଚଳିତ ସଂସ୍କରଣରେ ଦଳର ବ୍ୟାଟିଂ ଭଲ ହୋଇନାହିଁ। ପ୍ରତିଯୋଗିତା ପରେ କୋହଲିଙ୍କ ନେତୃତ୍ୱକୁ ନେଇ ଆଲୋଚନା ହେବାରେ ଲାଗିଛି। ବିରାଟଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯିବା ଉଚିତ ବୋଲି ୨ ଥର ଆଇପିଏଲ ଚାମ୍ପିୟନ ଗୌତମ ଗମ୍ଭୀର ମତ ଦେଇଛନ୍ତି। ମାତ୍ର ତାଙ୍କ ସହ ଏକମତ ହୋଇପାରି ନାହାନ୍ତି ଭାରତର ପୂର୍ବତନ କ୍ରିକେଟ ତାରକା ବୀରେନ୍ଦ୍ର ସେହ୍ବାଗ। ଏ କ୍ଷେତ୍ରରେ ସେ କୋହଲିଙ୍କୁ ସମର୍ଥନ ଜଣାଇଛନ୍ତି। ଦଳ ଭଲ କଲେ ଯାଇ ଅଧିନାୟକଙ୍କୁ ପ୍ରଶଂସା ମିଳିଥାଏ। କୋହଲି ଭାରତୀୟ ଦଳର ଅଧିନାୟକ ଥିବାବେଳେ ଭଲ ଫଳ ମିଳୁଛି। ସେ ଏକଦିବସୀୟ, ଟି୨୦ ଏବଂ ଟେଷ୍ଟରେ ଜିତି ପାରୁଛନ୍ତି। ମାତ୍ର ସେ ଯେତେବେଳେ ଆରସିବିର ନେତୃତ୍ୱ ନେଉଛନ୍ତି ତାଙ୍କ ଦଳ ଭଲ କରି ପାରୁନାହିଁ। ଏକ ଭଲ ଦଳ ପାଇବା ଜଣେ ଅଧିନାୟକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଟିମ୍‌ ମ୍ୟାନେଜମେଣ୍ଟ ଅଧିନାୟକ ପରିବର୍ତ୍ତନ କରିବା ପରିବର୍ତ୍ତେ ଏକ ଭଲ ଦଳ ଗଠନ ଉପରେ ଧ୍ୟାନ ଦେବା ଉଚିତ“ ବୋଲି ସେହ୍ବାଗ କହିଛନ୍ତି।
କୋହଲି ୧୫ ମ୍ୟାଚରୁ ୪୬୬ ରନ ସ୍କୋର କରିଥିଲେ। ତାଙ୍କ ଷ୍ଟ୍ରାଇକ୍‌ରେଟ୍‌ ଥିଲା ୧୨୧.୩୫। ମିଡିଲ ଓଭର ଗୁଡ଼ିକରେ ରନ ପାଇଁ ତାଙ୍କ ଦଳ ସଂଘର୍ଷ କରିଥିଲା। ଭଲ ଆରମ୍ଭ କରି ୧୦ ମ୍ୟାଚରୁ ୭ଟିରେ ବିଜୟୀ ହୋଇଥିଲେ ହେଁ କ୍ରମାଗତ ୫ ପରାଜୟ ଦଳକୁ ବିଦାୟ ପଥ ଦେଖାଇଥିଲା। ଅଧିନାୟକଭାବେ ଦାୟିତ୍ୱ ଠିକ୍‌ଭାବେ ତୁଲାଇପାରି ନ ଥିବାରୁ କୋହଲିଙ୍କୁ ନେତୃତ୍ୱରୁ ହଟାଇବା ସପକ୍ଷରେ ଯୁକ୍ତି ରଖିଥିଲେ ଗମ୍ଭୀର। ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମା ସଫଳ ଅଧିନାୟକ। ଏମାନଙ୍କ ସହ କୋହଲିଙ୍କ ନାମ ନିଆଯାଇ ନ ପାରେ ବୋଲି ଗମ୍ଭୀର କହିଥିଲେ। ୮ ବର୍ଷ କିଛି କମ୍‌ ସମୟ ନୁହେଁ। କୌଣସି ଖେଳାଳି କିମ୍ବା ଅଧିନାୟକ ୮ ବର୍ଷ ଧରି ଟ୍ରଫି ଜିତି ନ ପାରି ଦଳରେ ସ୍ଥାନ ବଜାୟ ରଖି ପାରିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ଗମ୍ଭୀର। ନିଜ ନେତୃତ୍ୱରେ ଗମ୍ଭୀର ୨୦୧୨ ଓ ୨୦୧୪ରେ କୋଲକାତା ନାଇଟ ରାଇଡର୍ସକୁ ଆଇପିଏଲ ଟାଇଟଲ ବିଜୟୀ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri