Posted inଫୁରସତ

ଅନେକରେ ଏକ ବାସୁଦେବ: ଲୋକକଳା ଭିତରେ ହଜିଯିବାକୁ ଚାହାନ୍ତି

ସେ ଭଲପାଆନ୍ତି ଲୋକକଳାକୁ। ଆଉ ତାରି ଭିତରେ ହିଁ ହଜିଯିବାକୁ ଚାହାନ୍ତି। ସେଥିପାଇଁ ପିଲାଟିଦିନରୁ ତାଙ୍କର ପୁରାଣଗୀତ, ଢଗଢମାଳି ଶୁଣିବାଠାରୁ ଆରମ୍ଭକରି ଗାଁରେ ଆୟୋଜିତ ଗୀତିନାଟ୍ୟରେ ଅଭିନୟ କରିବାରେ ଥିଲା ପ୍ରବଳ ଦୁର୍ବଳତା। ସେଥିପାଇଁ ସେ ଗୀତ ଲେଖିବା, କଣ୍ଠଦାନ ଓ ଅଭିନୟ କରିବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟରେ ଯୋଗଦେବାରେ ଖୁସି ହୁଅନ୍ତି। ଏବେ ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ଭାବେ କାର୍ଯ୍ୟରତ।
ସେ ହେଲେ ବାସୁଦେବ ମାଳବିଶୋଇ। ସେ କୁହନ୍ତି, ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବଣପାହାଡ଼ଘେରା ଗୁଣ୍ଡୁରିଗୁଡ଼ା ଗାଁରେ ତାଙ୍କର ଜନ୍ମ ୧୯୬୮ମସିହା ଜୁନ୍‌ ୧୦ରେ। ପିତା ଚାନ୍ଦ ମାଳବିଶୋଇ, ମା ହୀରାମା ମାଳବିଶୋଇ।

ପ୍ରାଥମିକ ସ୍କୁଲରେ ପଢ଼ା ଆରମ୍ଭକରି ପରେ ଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ସ୍କୁଲ,ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟ, କୁଜେନ୍ଦ୍ରିରୁ ୧୯୮୫ରେ ମାଟ୍ରିକ୍‌ ପାସ୍‌ କରି ଗୁଣୁପୁର ମହାବିଦ୍ୟାଳୟରେ ଯୁକ୍ତ ୨ ଓ ଯୁକ୍ତ ୩ ପଢ଼ିଥିଲି। ତା’ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇତିହାସରେ ପି.ଜି. କଲି। ଏହାପରେ କୋରାପୁଟସ୍ଥିତ ଡିଏଭି ବି.ଇଡି କଲେଜରେ ବି.ଇଡି ପଢ଼ିଲି।
ନିଯୁକ୍ତି: ବି.ଇଡି ସରିବା ପରେ ମୋତେ ଗଁାଠାରୁ ୨ କି.ମି. ଦୂର ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଚାକିରି ମିଳିଥିଲା କିନ୍ତୁ ମୁଁ ସେ ଚାକିରି ନ କରି ଏକ ଘରୋଇ ସେବାସଂସ୍ଥାରେ ଯାଇ କାମ କଲି। ଏଥିରେ ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାମ କରିବାର ଦାୟିତ୍ୱ ନେଲି। ପରେ ଡିଷ୍ଟ୍ରିକ୍ଟ କୋ-ଅର୍ଡିନେଟର୍‌ ଭାବେ ପୋଷ୍ଟିଂ ହୋଇ ପ୍ରାୟ ୮ଟି ଜିଲାର ଦାୟିତ୍ୱ ବୁଝିବାକୁ ପଡ଼ିଲା। ଏମିତି ପ୍ରାୟ ୬ ବର୍ଷ କାମ କରିବା ପରେ ଭାରତ ସରକାରଙ୍କ ନେହେରୁ ଯୁବ କେନ୍ଦ୍ର ସଂଗଠନରେ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ଅଫିସର୍‌ ଭାବେ ଫୁଲବାଣୀରେ ଯୋଗଦେଲି। ଏଠାରେ ମାତ୍ର ଅଢ଼େଇ ବର୍ଷ ରହିଲି, ତା’ପରେ ଏହି ଚାକିରି ଛାଡ଼ି ସର୍ବଶିକ୍ଷା ଅଭିଯାନରେ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ କୋ-ଅର୍ଡିନେଟର୍‌ ଭାବେ ରାୟଗଡ଼ାରେ ଯୋଗଦେଲି। ଏଠାରେ ବର୍ଷେ ରହିବା ପରେ ୟୁନିସେଫ୍‌ରେ ଡିଷ୍ଟ୍ରିକ୍ଟ କୋ-ଅର୍ଡିନେଟର୍‌ ଭାବେ କୋରାପୁଟରେ କାର୍ଯ୍ୟ କରିଲି। ପରେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ରାଜ୍ୟ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛି। ଏବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ଭାବେ ନିଯୁକ୍ତି ପାଇ ଓଡ଼ିଶାର ପାରମ୍ପରିକ ଲୋକକଳାର ସୁରକ୍ଷା ଓ ପ୍ରସାର ଦିଗରେ କାର୍ଯ୍ୟ କରୁଛି। ଅନ୍ୟପକ୍ଷେ ଏହି ଚାକିରି କାଳ ଭିତରେ ଏଜୁକେଶନ ଏବଂ ସୋସିଆଲ ଓ୍ବାର୍କରେ ବି ପିଜି କରିସାରିଛି।

କଳା:ଗାଁରେ ବିଭିନ୍ନ ପର୍ବପର୍ବାଣି ବେଳେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟରେ ଅଭିନୟ କରିବାରେ ଥିଲା ପ୍ରବଳ ଦୁର୍ବଳତା। ମୋତେ ସେତେବେଳେ ପ୍ରାୟ ସାତବର୍ଷ ହୋଇଥିଲା, ପ୍ରଥମେ କର୍ଣ୍ଣବଧ ଗୀତିନାଟ୍ୟରେ କର୍ଣ୍ଣଙ୍କ ପୁତ୍ର ବୃଷକେତୁ ଚରିତ୍ରରେ ଅଭିନୟକରି ଖୁବ୍‌ ଖୁସି ହୋଇପଡ଼ିଥିଲି। ମଞ୍ଚ ନାଟକ ଜୀବନ୍ତ ମୂର୍ତ୍ତି, ଯୁଗଧର୍ମ, ଅକ୍ଟୋପସ,ବିନାଶ୍ରେ ନବର୍ତ୍ତନ୍ତି, ବିର୍ସା ମୁଣ୍ଡା, ପ୍ରଭାସଯଜ୍ଞରେ ଅଭିନୟ କରିଛି। ସେହିପରି ଦୂରଦର୍ଶନରେ ପ୍ରସାରିତ କିଏ, କଳିକା ଓ କସ୍ତୁରୀ ନାମକ ଆଦି ଧାରାବାହିକରେ ଅଭିନୟ କରିଛି। ଏହାବାଦ୍‌ ଗୀତ ଲେଖିବା ଓ ଗାଇବାକୁ ବହୁତ ଭଲ ପାଏ। ଦୁଇଟି ଭଜନ ସିଡୀ ‘ଝୁରେ ଯମୁନା’ରେ ୫ଟି ଗୀତ ମୁଁ ଲେଖିଛି , ‘ଝୁମୁରୁ ଝାଇଁ’ରେ ୮ଟି ଯାକ ଗୀତ ଲେଖିବା ସହିତ କଣ୍ଠଦାନ କରିଛି।

ପୁରସ୍କାର ଓ ସମ୍ମାନ:ଏସବୁ ବ୍ୟତୀତ ରୋଟାରୀ ଇଣ୍ଟରନ୍ୟାଶନାଲ୍‌ର ଦୁଇବର୍ଷ ସେକ୍ରେଟାରି ଥିଲି। ସ୍କାଉଟ୍‌ ଆଣ୍ଡ ଗାଇଡ୍‌ର ଦୁଇବର୍ଷ କୋରାପୁଟ ଜିଲା ସଭାପତି ଥିଲି। ଓଡିଶାରେ ଲୋକକଳାର ପ୍ରଚାର ଓ ସୁରକ୍ଷା ଦିଗରେ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସମ୍ମାନିତ ହୋଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରିବାରେ ସହଯୋଗ କରିଥିବାରୁ ଦୁଇଥର ରାଜ୍ୟପାଳଙ୍କଠାରୁ ପୁରସ୍କାର ମିଳିଛି। କଇଁରୀସମ୍ମାନ, ଶ୍ରୀକ୍ଷେତ୍ରସମ୍ମାନ, ସବୁଜସମ୍ମାନ, ଗାଁ ଲୋକକଳା ଉତ୍ସବ ଓ ପ୍ରତିଭା ସମ୍ମାନ-୨୦୧୯ , ରୋଟାରୀ ସମ୍ମାନ ଆଦି ଏକାଧିକ ସମ୍ମାନ ମିଳିଛି।
ସେବା:ସେହିପରି ବୃକ୍ଷରୋପଣ ପାଇଁ ପ୍ରକୃତିବନ୍ଧୁ ଓ ଏକ ଅନୁଷ୍ଠାନ ପାଇଁ ପ୍ରକୃତିମିତ୍ର ପୁରସ୍କାର ମିଳିଛି। ବଳକା ସମୟରେ ବିଭିନ୍ନ ସାମାଜିକ ସେବା କରିବା ସହିତ କଳାକ୍ଷେତ୍ର ନାଁରେ ଏକ ଅନୁଷ୍ଠାନ ଗଢ଼ି କଳା ଓ ସଂସ୍କୃତି ପାଇଁ ସମୟ ଦେଇ ଆନନ୍ଦ ପାଇଥାଏ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri