Odisha Elections 2024

ଅନକାଡେଲି ଅଞ୍ଚଳରୁ ୧.୫ କୋଟି ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ/ଲମତାପୁଟ,୧ା୧୧(ସ୍ବ.ପ୍ର.)-କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନକାଡେଲି ପଞ୍ଚାୟତର ହନୁମାଳ ଗ୍ରାମରେ ରବିବାର ପୋଲିସ ଚଢାଉ କରି ୮କୁଇଣ୍ଟାଲ ୧୨ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ଦେଢ କୋଟି ଟଙ୍କା ହେବ ବୋଲି ଜଣାଯାଇଛି । ହନୁମାଳ ଗ୍ରାମରେ ବିପୁଳ ପରିମାଣରେ ଗଞ୍ଜେଇ ଗଚ୍ଛିତ ରଖାଯାଇଥିବା ନେଇ ଖବର ପାଇ ରବିବାର ଲମତାପୁଟ, ମାଛକୁଣ୍ଡ ଓ ଜଲାପୁଟ ପୋଲିସର ଏକ ୫ ଜଣିଆ ଟିମ୍‌ ହନୁମାଳ ଗ୍ରାମ ଉପରେ ଚଢାଉ କରିଥିଲେ। ଗ୍ରାମରେ ଥିବା ଗୋବର୍ଦ୍ଧନ ଦଳେଇଙ୍କ ଏକ ନିର୍ମାଣଧୀନ ଘରେ ବସ୍ତାରେ ଗଚ୍ଛିତ ଥିବା ଉପରୋକ୍ତ ପରିମାଣର ଗଞ୍ଜେଇ ଜବତ କରିଥିଲେ। ପୋଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଛି। ଏଥିରେ ଜଡିତ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭାଗର ଦୂରଦୃଷ୍ଟି ଅଭାବରୁ ରାଥିବାଲି ଜଳପ୍ରପାତ ନେଉଛି ଜୀବନ

ପଟ୍ଟାଙ୍ଗି,୧୫ା୫(ଶରତ ଧଳ): ଖରାଦିନ ହେଉ ବା ପର୍ଯ୍ୟଟନ ଋତୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ନିଜ ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ସହ ବୁଲିବାକୁ ଯାଇଥାନ୍ତି। ତେବେ...

କାଳବୈଶାଖୀରେ ଉଡ଼ିଗଲା ବିଦ୍ୟାଳୟର ଛପର

ଜୟପୁର,୧୫ା୫(ପବନ ପାଣିଗ୍ରାହୀ): କାଳ ବୈଶାଖୀରେ ଉଡିଛି ଯାଇଛି ଏକ ବିଦ୍ୟାଳୟର ଛାତ । ଜୟପୁର ଅଞ୍ଚଳରେ କାଳ ବୈଶାଖୀ ଯୋଗୁ ପ୍ରବଳ ବର୍ଷା ପବନ ହୋଇଥିଲା।...

ଭୋଟ ଦେଇ ଫେରୁଥିଲେ କୋଟିଆ ଭୋଟର: ବାଟରେ ଘଟିଲା ଦୁର୍ଘଟଣା

ପଟ୍ଟାଙ୍ଗି,୧୩।୫(ଶରତ ଧଳ): ରାଜ୍ୟରେ ଲୋକସଭା ଏବଂ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ମତଦାନ କରି ଘରକୁ ଫେରୁଥିବା ବେଳେ ଏକ...

କୋଟିଆରେ ୭୬.୫୩ ପ୍ରତିଶତ ମତଦାନ: ଭୋଟରଙ୍କ ପାଇଁ ତତ୍ପରତା ଦେଖାଇଲା ଓଡ଼ିଶା, ଆନ୍ଧ୍ର

ପଟ୍ଟାଙ୍ଗି,୧୩ା୫(ଶରତ ଧଳ): ପ୍ରଥମ ପର୍ଯ୍ୟାୟ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ସୋମବାର ଭୋଟର ନିଜ ନିଜ ମତ ସାବ୍ୟସ୍ତ କରିଛନ୍ତି। ସୀମାନ୍ତ ଭୋଟରଙ୍କ ପାଇଁ...

୩ଟା ସୁଦ୍ଧା କୋରାପୁଟରେ ୫୩.୨୭ ପ୍ରତିଶତ ମତଦାନ

କୋରାପୁଟ,୧୩।୫(ଅମିତାଭ ବେହେରା ) ଅପରାହ୍ନ ୩ଟା ସୁଦ୍ଧା କୋରାପୁଟ ଜିଲାରେ ୫୩.୨୭ ପ୍ରତିଶତ ମତଦାନ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ଜିଲାର...

ପର୍ଯ୍ୟଟନସ୍ଥଳ ବୁଲିବା ହେଲା କାଳ, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

କୋରାପୁଟ,୧୩।୫(ଅମିତାଭ ବେହେରା): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକର ଗଳିଗୋବଡର ପର୍ଯ୍ୟଟନସ୍ଥଳରେ ପାଣିରେ ବୁଡି କୋରାପୁଟ ସହରର ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତଦେହକୁ ପାଣିରୁ ଉଦ୍ଧାର...

ରଣାସିଂ ବୁଥ୍‌କୁ ଭୋଟ ଦେବାକୁ ଆସୁନାହାନ୍ତି ସୀମାନ୍ତ ଗ୍ରାମବାସୀ

ପଟାଙ୍ଗି,୧୩।୫(ସରୋଜ ଧଳ):ପ୍ରଥମ ପର୍ଯ୍ୟାୟର ନିର୍ବାଚନର ମତଦାନ ସାରା ରାଜ୍ୟରେ ଆରମ୍ଭ ହୋଇଯାଇଥିବାବେଳେ କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ନେରେଡି ଓ୍ବାଲ୍‌ସା ଗ୍ରାମବାସୀ...

କୋରାପୁଟରେ ସସ୍ତ୍ରୀକ ମତଦାନ ସାବ୍ୟସ୍ତ କଲେ ଜିଲାପାଳ, ଡିଆଇଜି

କୋରାପୁଟ,୧୩ା୫(ଅମିତାଭ ବେହେରା): କୋରାପୁଟ ଜିଲାରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। କୋରାପୁଟ ଟାଉନ ହଲ୍‌ଠାରେ କରାଯାଇଥିବା ଆଦର୍ଶ ମତଦାନ କେନ୍ଦ୍ର ନଂ ୧୩୯ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri