Odisha Elections 2024

ସ୍ବାମୀଙ୍କୁ ହତ୍ୟା ଘଟଣା: ସ୍ତ୍ରୀ ସହ ପ୍ରେମିକ ଗିରଫ

ବୁଗୁଡ଼ା,୩୧ା୧୦(ଡି.ଏନ.ଏ.)-ବୁଗୁଡ଼ା ସହର ବାଲିପିଣ୍ଡି ବନ୍ଧ ନିକଟ ଦଳିତ ସାହିରେ ଗୁରୁବାର ରାତିରେ ପ୍ରେମିକଙ୍କ ସହ ମିଶି ସ୍ତ୍ରୀ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ଶନିବାର ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ କୋର୍ଟଚାଲାଣ କରିଛି। ଗିରଫ ସ୍ତ୍ରୀ ହେଲେ ମାହେଶ୍ୱରୀ ବେହେରା, ପ୍ରେମିକ ଢେଙ୍କାନାଳ ଅଞ୍ଚଳର ଦିପକ ସାହୁ। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌କୁ ପଠାଇଦିଆଯାଇଛି। ମୃତକଙ୍କ ଭାଇଙ୍କ ଏତଲା କ୍ରମେ ବୁଗୁଡ଼ା ପୋଲିସ ନଂ. ୩୧୮/୨୦ରେ ହତ୍ୟା ମାମଲା ରୁଜୁ କରି ମାହେଶ୍ୱରୀ ଓ ଦିପକଙ୍କୁ ଅଟକ ରଖିଥିଲା। ପ୍ରକାଶ ଯେ, ୧୦ ବର୍ଷ ତଳେ ସିଲୁ ମେହେରଙ୍କ ସହ ବୁଗୁଡ଼ାର ମାହେଶ୍ୱରୀଙ୍କ ବିବାହ ହୋଇଥିଲା। ୬ ମାସ ତଳେ ଏକ ଚୋରି ଘଟଣାରେ ସମ୍ପୃକ୍ତ ଥିବାରୁ ସିଲୁ ଫେରାର ହୋଇଯାଇଥିଲେ। ଏହି ସମୟରେ ମାହେଶ୍ୱରୀଙ୍କ ସହ ଦିପକଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୪ ଦିନ ତଳେ ଦୁହେଁ ଢେଙ୍କାନାଳରୁ ବୁଗୁଡ଼ା ଚାଲି ଆସିଥିଲେ। ସୂଚନା ପାଇ ସିଲୁ ଗୁରୁବାର ରାତିରେ ବୁଗୁଡ଼ାରେ ପହଞ୍ଚତ୍ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକଙ୍କୁ ଦେଖି ଗାଳିଗୁଲଜ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଏବଂ ପ୍ରେମିକ ମିଶି ସିଲୁଙ୍କୁ ତଣ୍ଟି ଚିପି ହତ୍ୟା କରି ମୃତଦେହକୁ ଫିଙ୍ଗି ଦେଇଥିଲେ। ସାହିବାସୀଙ୍କଠାରୁ ଖବର ପାଇ ଆଇଆଇସି ଚିତ୍ତରଞ୍ଜନ ବେହେରା ସଦଳବଳ ଘଟଣାସ୍ଥଳକୁ ପହଞ୍ଚତ୍ ମୃତଦେହ ଜବତ କରି ତଦନ୍ତ ଚଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ: ମୁତୟନ ହେବେ ୩୫ ହଜାର ପୋଲିସ

ଭୁବନେଶ୍ୱର,୨୪।୫: ଶନିବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ କରାଯିବା ପାଇଁ ପୋଲିସ ବ୍ୟବସ୍ଥା କରାଯାଇଛି। ଏନେଇ ଡିଜିପି ସୂଚନା...

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ଅରବିନ୍ଦ ପାଢ଼ୀ

ପୁରୀ,୨୫।୫: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦ ପାଢ଼ୀ ଶୁକ୍ରବାର ଦାୟିତ୍ୱ ନେଇଛନ୍ତି। ବୀର ବିକ୍ରମ ଯାଦବ ଛୁଟିରେ ଯାଇଥିବାରୁ ଅରବିନ୍ଦ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି।...

ନିର୍ବାଚନ ପୂର୍ବରୁ ଅପରାଜିତାଙ୍କୁ ଗ୍ରାସିଲା ଭୟ: ଲେଖିଲେ ଚିଠି

ଭୁବନେଶ୍ୱର,୨୪।୫:ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ଶନିବାର ଅନେକ ହେଭିଓ୍ବେଟ୍‌ଙ୍କ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏଥିରେ ସାମିଲ ଅଛନ୍ତି ଭୁବନେଶ୍ୱର...

ଷଷ୍ଠ ପର୍ଯ୍ୟାୟରେ ୫୮ ଲୋକସଭା ଆସନରେ ହେବ ଭୋଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୫: ଶନିବାର ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ। ୮ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହେବ। ୫୮ ଲୋକସଭା ଆସନ ଲାଗି...

ଏହି ଦିନ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ବୋର୍ଡ ପକ୍ଷରୁ ସୂଚନା

କଟକ,୨୪।୫(କାର୍ତ୍ତିକ ସାହୁ):ଆସନ୍ତା ୨୬ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଶୁକ୍ରବାର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ୨୬ ତାରିଖ ସକାଳ ୧୦.୩୦ରେ ରେଜଲ୍ଟ ପ୍ରକାଶ...

ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ, କଳା ବାଘ, ଶିମିଳିପାଳ ଅଭୟାରଣ୍ୟରୁ ଆସିଲା ଏଭଳି ଦୃଶ୍ୟ

ଭୁବନେଶ୍ୱର,୨୪।୫: ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ଓ କଳା ବାଘ। ଶିମିଳିପାଳ ଅଭୟାରଣ୍ୟରେ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି। ବନ ବିଭାଗ କ୍ୟାମେରାରେ ଟ୍ରାପ ହୋଇଛି...

ଗ୍ରାସୀମ କମ୍ପାନୀରେ ଅଘଟଣ: ଗ୍ୟାସ ପାଇପ୍‌ ଫାଟି ଚାରି ଆହତ

ଗଞ୍ଜାମ,୨୪।୫(ବିଦ୍ୟାଧର ସାହୁ):ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ଶୁକ୍ରବାର ଅଘଟଣ ଘଟିଛି। କମ୍ପାନୀର ଗ୍ୟାସ ପାଇପ ଫାଟି ଚାରି ଶ୍ରମିକ ଆହତ ହୋଇଥିବା ବେଳେ ଜଣେ...

ପାଣ୍ଡିଆନ୍‌ ଦେଲେ ବଡ଼ ବୟାନ, କହିଲେ ଭାଜପାର ଟାର୍ଗେଟ୍‌ ହେଉଛି…

ଭୁବନେଶ୍ୱର,୨୪।୫: ଭାଜପାର ଇଣ୍ଟରନାଲ ଟାର୍ଗେଟ୍‌ ହେଉଛି ୩୦ ବିଧାନସଭା ଆସନ। ପ୍ରେସମିଟରେ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି। ପାଣ୍ଡିଆନ୍‌ କହିଛନ୍ତି, ରାଜ୍ୟବାସୀ ଦେଖିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri