ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ବ୍ରାଜିଲର ଜିଙ୍ଗୁ ନଦୀରେ ଏକ ୫୦ ଫୁଟ୍ ଲମ୍ବର ଆନାକୋଣ୍ଡା ନଦୀ ପାର ହେଉଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ବେଶ ଆକର୍ଷଣୀୟ ଶୈଳୀରେ ବିରାଟକାୟ ସାପଟି ନଦୀର ଗୋଟିଏ କୂଳରୁ ଅନ୍ୟପଟକୁ ବୁଲିବୁଲି ଯାଉଥିବାର ଦେଖାଯାଉଛି। ଏହି ଭିଡିଓକୁ The Dark Side of Nature ପକ୍ଷରୁ ଟୁଇଟ୍ କରାଯାଇଛି। କ୍ୟାପସନରେ ଲେଖାଯାଇଛି, ୫୦ଫୁଟରୁଅଧିକ ଲମ୍ବର ଏକ ଆନାକୋଣ୍ଡା ବ୍ରାଜିଲର ଜାଙ୍ଗୁ ନଦୀରେ ପହଁରୁଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
An anaconda measuring more than 50 feet found in the Xingu River, Brazil pic.twitter.com/FGDvyO76sn
— The Dark Side Of Nature (@Darksidevid) October 30, 2020