Posted inଖେଳ

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ: ପଞ୍ଚମ ଦ୍ରୁତ ବୋଲର ସ୍ଥାନ ପାଇଁ ସିରାଜ, ଶାର୍ଦ୍ଦୁଳ ପ୍ରତିଦ୍ୱନ୍ଦ୍ୱୀ

ନୂଆଦିଲ୍ଲୀ,୨୧।୧୦(ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜ ଲାଗି ଦଳ ଘୋଷଣା କରିବାକୁ ଚୟନକର୍ତ୍ତାମାନେ ଦ୍ୱନ୍ଦ୍ୱରେ ପଡିବେ। ଦଳରେ ପଞ୍ଚମ ଦ୍ରୁତ ବୋଲର ସ୍ଥାନ ପାଇଁ ଏବେ ହାଇଦ୍ରାବାଦର ମହମ୍ମଦ ସିରାଜ ଓ ମୁମ୍ବାଇର ଶାର୍ଦ୍ଦୁଳ ଠାକୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଏହି ଦଳରେ ସ୍ଥାନ ପାଇବାକୁ ଗୁଜରାଟ ବାମହାତୀ ସ୍ପିନର ଅକ୍ଷର ପଟେଲ ମଧ୍ୟ ଦୌଡ଼ରେ ରହିଛନ୍ତି।
ହାଇପ୍ରୋଫାଇଲ ଟେଷ୍ଟ ସିରିଜ ପୂର୍ବରୁ ଟି୨୦ ଓ ଦିନିକିଆ ସିରିଜ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଅଧ୍ୟକ୍ଷ ସୁନୀଲ ଯୋଶୀଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ଚଳିତ ସପ୍ତାହ ଶେଷ ଆଡକୁ ଦଳ ଘୋଷଣା କରିବ ବୋଲି ଆଶା କରାଯାଉଛି। ଦୁଇ ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଥାଇ ଇଞ୍ଜୁରି ଓ ଈଶାନ୍ତ ଶର୍ମା ସାଇଡ ଷ୍ଟ୍ରେନ୍‌ କାରଣରୁ ବାଦ୍‌ ପଡିବେ। ତେଣୁ ନବଦୀପ ସଇନି ଚତୁର୍ଥ ବୋଲର ଭାବେ ଦଳରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ। ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା ଓ ଉମେଶ ଯାଦବ ଅନ୍ୟ ୩ ଦ୍ରୁତ ବୋଲର ଭାବେ ଦଳରେ ସ୍ଥାନ ପାଇବେ। ଭାରତ ଏ ଓ ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବାରୁ ସିରାଜ ପଞ୍ଚମ ବୋଲର ଭାବେ ଦଳରେ ସ୍ଥାନ ପାଇପାରନ୍ତି। ସେହିପରି ନୂଆ ବଲ୍‌ରେ ଭଲ ସୁଇଂ କରିପାରୁ ଥିବା ଶାର୍ଦ୍ଦୁଳ ଠାକୁର ମଧ୍ୟ ଏହି ସ୍ଥାନ ପାଇଁ ଦୌଡ଼ରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ ମଧ୍ୟ ସେ ପ୍ରଥମ ଓଭରରେ ଆହତ ହୋଇଥିଲେ ଓ ଏହା ତାଙ୍କ ପାଇଁ ଏକ ଦୁଃସ୍ବପ୍ନ ସାବ୍ୟସ୍ତ ହୋଇଥିଲା।
ଗତ ୫ଟି ସେସନରେ ଭାରତ ଏ ପାଇଁ ସିରାଜ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଥିଲେ ବୋଲ ପୂର୍ବତନ ଚୟନ କମିଟି ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି। ଯୁବ ଦ୍ରୁତ ବୋଲର ଶିବମ୍‌ ମାଭିଙ୍କୁ ନେଇ ଚୟନ କମିଟି ଗୁରୁତ୍ୱ ଦେଇପାରିନ୍ତି ଓ ଭବିଷ୍ୟତରେ ସେ ସବୁ ଫର୍ମାଟ ବୋଲର ଭାବେ ପରିଚୟ ହାସଲ କରିବେ ବୋଲି ସେ କହିଛନ୍ତି। ଶାର୍ଦ୍ଦୁଳ ଓ ତାଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍‌ ମେଟ୍‌ ଦୀପକ ଚହର ସୀମିତ ଓଭର ସିରିଜ ପାଇଁ ଦୌଡ଼ରେ ରହିଛନ୍ତି।
ଦଳରେ ୪ଜଣ ଉଇକେଟକିପର ରହିବେ। ଲୋକେଶ ରାହୁଲ ସୀମିତ ଓଭରରେ ପ୍ରଥମ ପସନ୍ଦ ହେବେ। ରିଷଭ ପନ୍ତ ସବୁ ଫର୍ମାଟ ପାଇଁ ଓ ସଞ୍ଜୁ ସାମସନ କେବଳ ଟି୨୦ ପାଇଁ ଦଳରେ ସାମିଲ ହୋଇପାରିନ୍ତି। ଟେଷ୍ଟରେ ରିଦ୍ଧିମାନ ଶାହ ମଧ୍ୟ ବ୍ୟାକ୍‌ଅପ୍‌ ଭାବେ ସାମିଲ ହୋଇପାରନ୍ତି। ଓପନିଂ ସ୍ଥାନ ପାଇଁ ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ପୃଥ୍ବୀ ଶ, ଶୁବମନ ଗିଲ ସବୁ ଫର୍ମାଟ୍‌ ପାଇଁ ଉପଲବ୍ଧ ରହିଛନ୍ତି। ସୀମିତ ଓଭର ପାଇଁ ରାହୁଲ ଓ ଶିଖର ଧାଓ୍ବନ ଉପଲବ୍ଧ ହେବେ। ଭାରତର ୬ ଜଣ ବ୍ୟାଟ୍ସମ୍ୟାନ ନୂଆ ବଲ ଖେଳିବାର ଦକ୍ଷତା ରଖୁଛନ୍ତି।
ମିଡିଲ ଓଭରରେ ଅଧିନାୟକ ବିରାଟ କୋହଲି, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ ଓ ହାର୍ଦ୍ଦିକ ପାଣ୍ଡ୍ୟା ସୀମିତ ଓଭର ପାଇଁ ଉପଲବ୍ଧ ହେବେ। ହାର୍ଦ୍ଦିକ ବୋଲିଂ କରୁ ନ ଥିବା ବେଳେ ଶିବମ ଦୁବେ ସୀମିତ ଓଭରରେ ବ୍ୟାକ୍‌ଅପ୍‌ ଅଲରାଉଣ୍ଡର ଭାବେ ସ୍ଥାନ ପାଇପାରନ୍ତି। ସୀମିତ ଓଭରରେ ସ୍ପିନର ହିସାବରେ ଓ୍ବାଶିଂଟନ ସୁନ୍ଦର (କେବଳ ଟି୨୦), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଦଳରେ ସ୍ଥାନ ପାଇବେ। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ରେ ଭଲ ଖେଳୁଥିବା ଅକ୍ଷର ପଟେଲଙ୍କୁ ମଧ୍ୟ ଅଣଦେଖା କରିହେବ ନାହିଁ। ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନ, ଜାଡେଜା ଯଦି ଆବଶ୍ୟକ ପଡେ କୁଲଦୀପ ସାମିଲ ହେବେ। ହନୁମା ବିହାରୀ, ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ଟେଷ୍ଟ ଫର୍ମାଟ ପାଇଁ ପ୍ରଥମ ପସନ୍ଦ ହେବେ।
ସମ୍ଭାବ୍ୟ ଦଳ (ସବୁ ଫର୍ମାଟ):
ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ସୀମିତ ଓଭର ଉପ ଅଧିନାୟକ), ଅଜିଙ୍କ୍ୟ ରାହାନେ (ଟେଷ୍ଟ ଉପଅଧିନାୟକ), ଚେତେଶ୍ୱର ପୂଜାର, ହନୁମା ବିହାରୀ, ଲୋକେଶ ରାହୁଲ (ଉଇକେଟ କିପର), ଶିଖର ଧାଓ୍ବନ, ପୃଥ୍ବୀ ଶ, ମୟଙ୍କ ଅଗ୍ରଓ୍ବାଲ, ଶୁବମନ ଗିଲ, ମନୀଷ ପାଣ୍ଡେ, ଶ୍ରେୟାସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ (ଉଇକେଟକିପର), ସଞ୍ଜୁ ସାମସନ, ରିଦ୍ଧିମାନ ଶାହ (ଉଇକେଟକିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଓ୍ବାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଉମେଶ ଯାଦବ, ନବଦୀପ ସଇନି, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ଅକ୍ଷର ପଟେଲ ଓ ମହମ୍ମଦ ସିରାଜ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri