Posted inଖେଳ

ଦୁବାଇ ବିଚ୍‌ରେ ଭାବିପତ୍ନୀ ଧନଶ୍ରୀଙ୍କ ସହ ଚହଲ

ଦୁବାଇ, ୨୧।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଅଂଶଗ୍ରହଣ କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳର ଅନ୍ୟତମ ପ୍ରମୁଖ ଖେଳାଳି ହେଲେ ସ୍ପିନର ୟୁଜବେନ୍ଦ୍ର ଚହଲ। ଆଇପିଏଲରେ ଚହଲଙ୍କୁ ଉତ୍ସାହିତ କରିବା ପାଇଁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ଛନ୍ତି ତାଙ୍କ ଭାବିପତ୍ନୀ ଧନଶ୍ରୀ ବର୍ମା। ଚଳିତ ବର୍ଷର ଆଇପିଏଲ ୟୁଏଇର ଉଷ୍ମ ଓ ଆର୍ଦ୍ର ପରିବେଶରେ ଖେଳାଯାଉଛି। ପ୍ରତିଯୋଗିତା କ୍ରମେ ରୋମାଞ୍ଚକ ସ୍ଥିତିରେ ପହଞ୍ଚତ୍ଥିବାରୁ ବିଭିନ୍ନ ଦଳର ରଣନୀତି ବଦଳୁଛି। ସେହି ଅନୁସାରେ ଖେଳାଳିମାନଙ୍କ ଉପରେ ପ୍ରଦର୍ଶନର ଚାପ ବଢ଼ୁଛି। ଚହଲ ଏପର୍ଯ୍ୟନ୍ତ ଆରସିବି ପାଇଁ ଭଲ ପ୍ରଦର୍ଶନ କରି ଆସିଛନ୍ତି। ତେବେ ତାଙ୍କୁ ଉତ୍ସାହିତ କରିବା ପାଇଁ ଧନଶ୍ରୀ ୟୁଏଇରେ ପହଞ୍ଚତ୍ଥିବାରୁ ସେ ମଧ୍ୟ ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ କିଛି ସମୟ କାଢ଼ିବାକୁ ଭୁଲି ନାହାନ୍ତି। ବ୍ୟାକ୍‌ଗ୍ରାଉଣ୍ଡରେ ସମୁଦ୍ର ଥାଇ ଦୁବାଇ ବିଚ୍‌ରେ ଧନଶ୍ରୀଙ୍କ ସହିତ ନିଜର ଏକ ଅନ୍ତରଙ୍ଗ ମୁହୂତ୍ତର ଫଟୋ ମଙ୍ଗଳବାର ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି ଚହଲ। ଏହାର କ୍ୟାପ୍‌ଶନରେ ସେ ଲେଖିଛନ୍ତି ‘ପ୍ରକୃଷ୍ଟ ସାନ୍ଧ୍ୟକାଳୀନ ମୁହୂର୍ତ୍ତ’। ଧନଶ୍ରୀଙ୍କ ସହ ଚହଲଙ୍କର ନିର୍ବନ୍ଧ ସରିଛି। ଆରସିବିର ଗତ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସେ ୟୁଏଇରେ ପହଞ୍ଚତ୍ଥିଲେ। ତାଙ୍କୁ ଷ୍ଟାଡିୟମରେ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଆରସିବି ବିଜୟୀ ହୋଇଥିଲା। ଧନଶ୍ରୀ ଷ୍ଟାଡିୟମରୁ ଆରସିବି ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁସ୍କା ଶର୍ମାଙ୍କ ସହ ଫଟୋ ମଧ୍ୟ ଶେୟାର କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ଆଇପିଏଲ ଅବସରରେ ଅନୁସ୍କାଙ୍କ ସହ କୋହଲି ମଧ୍ୟ କିଛି ସମୟ ବିତାଇଛନ୍ତି। ପୁଲ୍‌ରେ କୋହଲି ଓ ଅନୁସ୍କାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ନିକଟରେ ଭାଇରାଲ ହୋଇଥିଲା ଏହି ଫଟୋ କୋହଙ୍କୁ ବନ୍ଧୁ ତଥା ଆରସିବି ଟିମ୍‌ମେଟ୍‌ ଏବି ଡି’ଭିଲର୍ସ ଉଠାଇଥିଲେ। କୋହଲିଙ୍କ ଦଳ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ଆସିଛି। ୯ ମ୍ୟାଚରୁ ଦଳ ୬ ବିଜୟ ସହ ୧୨ ପଏଣ୍ଟ ପାଇଛି। ଆରସିବି ଏହାର ପରବର୍ତ୍ତୀ ମ୍ୟାଚରେ ବୁଧବାର କୋଲକାତା ନାଇଟ ରାଇଡର୍ସକୁ ଭେଟିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri