ଅଶକ୍ତ ଅସ୍ଥି

ଅଷ୍ଟିଓପୋରୋସିସ୍‌ ରୋଗର କାରଣ, ପ୍ରତିକାର ତଥା ନିବାରଣ ସମ୍ବନ୍ଧରେ ସାଧାରଣ ଜନତାଙ୍କୁ ସଚେତନ କରାଇବା ନିମନ୍ତେ ହିଁ ପ୍ରତିବର୍ଷ ଅକ୍ଟୋବର ୨୦ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଅଷ୍ଟିଓପୋରୋସିସ୍‌ ଦିବସ’। ଏହି ଅବସରରେ ଚଳିତ ବର୍ଷର ସ୍ଲୋଗାନ୍‌ ରହିଛି ‘ଲଭ୍‌ ଇୟୋର ବୋନ୍‌ସ’। ଅଷ୍ଟିଓ ଶବ୍ଦର ଅର୍ଥ ହାଡ଼ ବା ଅସ୍ଥି। ‘ପୋରୋସିସ୍‌’ର ଅର୍ଥ ଛିଦ୍ରଯୁକ୍ତ। ତେଣୁ ଯେଉଁ ରୋଗରେ ହାଡ଼ ଶୁଖିଲା ପିତାତରଡା ଫଳ ଭଳି ଛିଦ୍ରାଳ ଦେଖାଯାଏ, ସେହି ରୋଗକୁ ଡାକ୍ତରମାନେ ‘ଅଷ୍ଟିଓପୋରୋସିସ୍‌’ ବୋଲି କହିଥାଆନ୍ତି। ଏହା ଏକ ଅତି ଗୁରୁତର ସାଧାରଣ ସ୍ବାସ୍ଥ୍ୟ ସମସ୍ୟା। ଏହି ରୋଗରେ କଙ୍କାଳର ହାଡ଼ଗୁଡିକରୁ କ୍ୟାଲସିୟମ କମିଯିବାରୁ ହାଡ଼ ତାହାର ଶକ୍ତି ହରେଇ ଦୁର୍ବଳ ହୋଇପଡେ। ଫଳରେ ବିନା ଆଘାତରେ କି ସାମାନ୍ୟ ଆଘାତରେ ତାହା ଭାଙ୍ଗିଯାଏ। ବେଶି ଭାଙ୍ଗେ ପିଚା, କଚଟି ଓ ମେରୁଦଣ୍ଡ ହାଡ଼। ‘ନେକ୍‌’ ବୋଲି କୁହାଯାଉଥିବା ଜଙ୍ଘ ହାଡ଼ର ଅଂଶଟି ଭାଙ୍ଗିଯିବା ଖୁବ୍‌ ସାଧାରଣ। ମେରୁଦଣ୍ଡର ହାଡ ଦୁର୍ବଳ ହୋଇଯିବାରୁ ଶରୀରର ଓଜନ ସମ୍ଭାଳି ନ ପାରି ମେରୁଦଣ୍ଡ ବଙ୍କା ହୋଇଯାଏ। ଫଳରେ ଅଣ୍ଟା ନଇଁ ଯାଇ ପିଠିରେ ବାହାରିପଡ଼େ କୁଜ।
ବୟସ ବଢ଼ିଲେ ସବୁ ବ୍ୟକ୍ତି ଅଳ୍ପେ ବହୁତେ ଅଷ୍ଟିଓପୋରୋସିସ୍‌ର ଶିକାର ହୋଇପଡ଼ନ୍ତି। ଏହାର ରହିଛି ବଂଶଗତ ପ୍ରଭାବ। ବୟସ ବଢ଼ିଲେ ରୋଗ ପ୍ରକାଶ ପାଏ। ମାତ୍ର ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କଠାରେ ଏହା ବାହାରିପଡେ ଆହୁରି କମ୍‌ ବୟସରେ। ଏପରି କି ମହିଳାମାନଙ୍କଠାରେ ଋତୁଚକ୍ର ବନ୍ଦ ହୋଇଯିବାର ପ୍ରଥମ କେତୋଟି ବର୍ଷରେ ବର୍ଷକୁ ୪ ପ୍ରତିଶତ ହାରରେ ଅସ୍ଥି କ୍ଷୟ ଘଟିପାରେ।
ଅଷ୍ଟିଓପୋରୋସିସ୍‌ ଏକ ନୀରବ ବ୍ୟାଧି। ତେଣୁ କଙ୍କାଳରୁ ଅସ୍ଥି କ୍ଷୟ ଅବ୍ୟାହତ ରହିଥିବା ସତ୍ତ୍ୱେ ତାହା ଜାଣିପାରିବା ମୁସ୍କିଲ। କିନ୍ତୁ ପିଚା ହାଡ଼, କଚଟି ହାଡ଼ କି ମେରୁହାଡ଼ରୁ କ୍ୟାଲସିୟମ କମିଯାଇ ଓ ହାଡ଼ର ଘନତ୍ୱ ବା ଡେନସିଟି ହ୍ରାସ ପାଇ ହାଡ଼ ମନକୁ ମନ କି ପଡିଗଲେ କି ସାମାନ୍ୟ ଆଘାତ ପାଇ ଭାଙ୍ଗିଗଲେ, ତାହାର ପଶ୍ଚାତରେ ଥାଏ ଅଷ୍ଟିଓପୋରୋସିସ୍‌ କାରଣ। ହାଡ଼ ଦୁର୍ବଳ ହୋଇ ନ ପଡ଼ିବା ପର୍ଯ୍ୟନ୍ତ ହାଡ଼ ଭାଙ୍ଗି ନ ଥାଏ। ଅଷ୍ଟିଓପୋରୋସିସ୍‌ ଅଣ୍ଟାବ୍ୟଥା ଏକ ଅତି ସ୍ବାଭାବିକ ଲକ୍ଷଣ ଏବଂ ଏହା ଉପୁଜେ ମେରୁହାଡ କ୍ଷୟ ଯୋଗୁ।
କେତେକ କ୍ଷେତ୍ରରେ ସାଧାରଣ ଏକ୍ସ-ରେ ପରୀକ୍ଷାରୁ ଅଷ୍ଟିଓପୋରୋସିସ୍‌ ହୋଇଥିବା ଜଣା ପଡି ନ ପାରେ। ତେବେ ସିଟି ସ୍କାନ, ଏମ.ଆର.ଆଇ. ସ୍କାନ୍‌ ଓ ବୋନ୍‌ ମିନେରାଲ ଡେନସିଟୋମେଟ୍ରୀ ବା ବି.ଏମ.ଡି. ପରୀକ୍ଷାରେ ଏହି ରୋଗ ନିର୍ଣ୍ଣୟରେ ସହାୟକ ହୋଇଥାଏ।
ଚିକିତ୍ସାରେ ଅଷ୍ଟିଓପୋରୋସିସ୍‌କୁ ଆରୋଗ୍ୟ କରାଯାଇପାରେନି। ମାତ୍ର ଚିକିତ୍ସା କରି ହାଡ଼କୁ ଅପେକ୍ଷାକୃତ ଶକ୍ତ ଓ ସୁରକ୍ଷିତ ରଖିପାରିବା ସମ୍ଭବ। ତେଣୁ ଏହାର ନିବାରଣ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ହିଁ ନିରାପଦ। ତେବେ ରୋଗୀମାନଙ୍କୁ କ୍ୟାଲସିୟମ ଏବଂ ଭିଟାମିନ୍‌ ‘ଡି-୩’ ଥିବା ଔଷଧ ଦେଇ ଚିକିତ୍ସା କରାଯାଇଥାଏ। ସ୍ଥଳବିଶେଷରେ ଦିଆଯାଇପାରେ କ୍ୟାଲସିଟୋନିକ୍‌ ଇଞ୍ଜେକସନ ଏବଂ ହରମୋନ୍‌। କଙ୍କାଳକୁ ସୁରକ୍ଷିତ ରଖିବା ପାଇଁ ନିଆଯାଇପାରେ ଷ୍ଟେମ୍‌ ସେଲ୍‌ର ସାହାଯ୍ୟ।
ମାତ୍ର ଅଷ୍ଟିଓପୋରୋସିସ୍‌ର ନିବାରଣମୂଳକ ବ୍ୟବସ୍ଥା ଆରମ୍ଭ କରିବାକୁ ପଡିବ କିଶୋରାବସ୍ଥାରୁ। ଖାଦ୍ୟରେ ଯଥେଷ୍ଟ ପରିମାଣର କ୍ୟାଲସିୟମ ଖାଇବା ଉଚିତ। କ୍ଷୀର, ଦହି, ଛେନା, ସବୁପ୍ରକାର ଶାଗ, ମାଣ୍ଡିଆ, ଡାଲି, ସୋୟାବିନ୍‌, ମାଛ, ଚିଙ୍ଗୁଡି ଶୁଖୁଆ ଓ କଙ୍କଡା ଆଦିରୁ ବେଶି କ୍ୟାଲସିୟମ ମିଳିଥାଏ। ଚାଲିବା, ଦୌଡ଼ିବା, ଜଙ୍ଗିଙ୍ଗ କରିବା, ଶିଡ଼ି ଚଢ଼ିବା, ସନ୍ତରଣ କରିବା ଭଳି ବ୍ୟାୟାମ ନିୟମିତ କରିବା ଭଲ। ନିଶାଦ୍ରବ୍ୟ ସେବନ ଅଭ୍ୟାସ ଯେତେଶୀଘ୍ର ଛାଡିବେ ତାହା ସେତେ ଭଲ। ଶରୀର ଓଜନକୁ ସନ୍ତୁଳିତ ରଖନ୍ତୁ। ବୟସ୍କ ବ୍ୟକ୍ତିମାନେ ଓଜନିଆ ଜିନିଷକୁ ତଳୁ ଉଠେଇବା ବେଳେ ସତର୍କ ରହିବା ଦରକାର।
-ଅଭୀପ୍‌ସା, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ, ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri